Categories
ଆଜିର ଖବର

ବାରବାଟୀ ଦିନିକିଆ : ଭାରତ ସମ୍ମୁଖରେ 316 ରନ୍‌ର ବିଜୟଲକ୍ଷ୍ୟ

ସମୀକ୍ଷା ବ୍ୟୁରୋ
କଟକ,22/12 : ବାରବାଟୀରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 316 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ୍‌ ପୋଲାର୍ଡ ଏବଂ ପୁରନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 315 ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ କିରନ ପୋଲାର୍ଡ ଅପରାଜିତ 74 ରନ୍‌ କରିଥିବା ବେଳେ ନିକୋଲାସ୍‌ ପୁରନ୍‌ 89 ରନ୍‌ ସଂଗ୍ରହ କରିଥିଲେ । ଉଭୟ ଷଷ୍ଠ ଓ୍ବିକେଟ୍‌ରେ 145 ରନ୍‌ ଯୋଡିଥିଲେ । ପୁରନ୍‌ 64 ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ଏବଂ 3ଟି ଛକ୍କା ମାରିଥିବା ବେଳେ ପୋଲାର୍ଡ 51 ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ଏବଂ 7ଟି ଛକ୍କା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍‌(42), ଏଭିନ୍‌ ଲୁଇସ୍‌(21), ରଷ୍ଟନ୍‌ ଚେଜ୍‌(38) ଏବଂ ସିମରନ୍‌ ହିଟ୍‌ମେୟର(37) ରନ୍‌ର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ପଦାର୍ପଣକାରୀ ନବ୍‌ଦୀପ୍‌ ସାଇନି 59 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଡେଜା, ସାମି ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Categories
ଆଜିର ଖବର

ନବ୍‌ଦୀପ୍‌ ସାଇନିଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା : ଓ୍ବିଣ୍ଡିଜ୍‌ 144/4

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସାଇନି ସିମ୍‌ରନ୍‌ ହିଟ୍‌ମେୟରଙ୍କୁ ଆଉଟ୍‌ କରି ନିଜର ପ୍ରଥମ ଦିନିକିଆ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହାର ପରବର୍ତ୍ତୀ ଓଭରରେ ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରଷ୍ଟନ ଚେଜ୍‌ଙ୍କୁ ଆଉଟ୍‌ କରି ସାଇନି ଦ୍ବିତୀୟ ସଫଳତା ହାସଲ କରିବା ସହିତ ଓ୍ବିଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିବା ପରେ ଜାଡେଜା ଏହି ଯୋଡି ଭାଙ୍ଗିଥିଲେ । 74 ରନ୍‌ରେ ଦୁଇଟି ଓ୍ବିକେଟ୍‌ ପଡିଥିବା ବେଳେ ଚେଜ୍‌(38)-ହିଟମେୟର(31) 60 ରନ୍‌ର ଭାଗିଦାରୀ କରିଥିଲେ । ଉଭୟ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିବା ବେଳେ ଲଗାତାର ଦୁଇ ଓଭରରେ ସାଇନି ଉଭୟଙ୍କୁ ଆଉଟ କରି ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର

ବାରବାଟୀ ଦିନିକିଆ : ଟସ୍‌ ଜିତି କୋହ୍‌ଲିଙ୍କ ବୋଲିଂ ନିଷ୍ପତ୍ତି

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଟସ୍‌ ଜିତିଛି । ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛନ୍ତି । ଦ୍ବିତୀୟାର୍ଦ୍ଧରେ କାକର ପଡିବାର ଥିବାରୁ ପ୍ରଥମେ କ୍ଷେତ୍ରରକ୍ଷଣ ସଠିକ୍‌ ନିଷ୍ପତ୍ତି ବୋଲି କୋହଲି କହିଛନ୍ତି । ପିଚ୍‌ ବ୍ୟାଟିଂ ଅନୁକୂଳ ହୋଇଥିବାରୁ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଏହାର ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ନବଦୀପ୍‌ ସାଇନି ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଆହତ ଦୀପକ ଚହରଙ୍କ ସ୍ଥାନରେ ନବଦୀପ ପଦାର୍ପଣ କରିଛନ୍ତି ।