Categories
ଆଜିର ଖବର ଜାତୀୟ ଖବର

କରୋନା ଆଗରେ ମାନବିକତା ତୁଚ୍ଛ: ଆମ୍ବୁଲାନ୍ସ ଭିତରେ ଚବିଶ ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତଙ୍କ ଶବ

ବିହାର: କରୋନାକୁ ନେଇ ଲୋକଙ୍କ ମନରେ ଏମିତି ଭୟ ବସା ବାନ୍ଧିଛି ଯେ ସେମାନେ ମାନବିକତା ମଧ୍ୟ ଭୁଲି ଯାଉଛନ୍ତି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ବିହାରର କଟିୟାରରେ ଦେଖିବାକୁ ମିଳିଛି। ଜଣଙ୍କର ମୃତ୍ୟୁ ହେଲା ପରେ ଗାଁ ଲୋକେ କରୋନା ଭୟରେ ଅନ୍ତିମ ସଂସ୍କାର କରିବାକୁ ଦେଲେ ନାହି। ଫଳସ୍ଵରୂପ ଉକ୍ତ ବ୍ୟକ୍ତିଙ୍କର ଶବ ଆମ୍ବୁଲାନ୍ସ ରେ ୨୪ ଘଣ୍ଟା ରୁ ଅଧିକ ସମୟ ଧରି ପଡି ରହିଥିଲା।

ଖବର ଅନୁସାରେ କଟିୟାରରେ ରହୁଥିବା ଏକ ଦମ୍ପତିଙ୍କର କରୋନା ପଜିଟିଭ୍‌ ଆସିଥିଲେ।  ପତି ପତ୍ନୀଙ୍କୁ ଚିକିତ୍ସା ଲାଗି ମାଧେପୁରା ମେଡିକାଲ କଲେଜ ପଠାଇ ଦିଆ ଯାଇଥିଲା  ଏବଂ ସେଠାରେ ପତି ଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ  ଦୁଃଖ ଦାୟକ ବିଷୟ ଏହା ଥିଲା ଯେ, ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ନିକଟ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ଶବ ନେବାକୁ ମନା କରି ଦେଇ ଥିଲେ। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା।

ଆମ୍ବୁଲାନ୍ସ ଶବକୁ ନେଇ ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଗ୍ରାମବାସୀ ରୁଣ୍ଡ ହୋଇ ଶବ ସଂସ୍କାର ପାଇଁ ମନା କରିବା ସହ ରାସ୍ତା ଅବରୋଧ କରିଥିଲେ। ଆମ୍ବୁଲାନ୍ସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ଶବ 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଡି ରହିଥିଲେ ବି କେହି ସେଥିପ୍ରତି ନିଘା ଦେଇନଥିଲେ।

ବରସାଇରେ ରହୁଥିବା ଏହି ପରିବାରରେ ପତିଙ୍କ ମୃତ୍ୟୁ ପରେ ପତ୍ନୀ ଟି ଭାଙ୍ଗି ପଡିଥିବା ବେଳେ ଗ୍ରାମବାସୀ ଓ ପରିଜନ ମାନଙ୍କର ଏତାଦୃଶ ବ୍ୟବହାର କୌଣସି କାଳ ଯନ୍ତ୍ରଣା ଠାରୁ କମ ନ ଥିଲା। ପରେ ପ୍ରଶାସନ ସହାୟତା ରେ ତାଙ୍କ ଶବ କୁ ଅନ୍ତିମ ସଂସ୍କାର ନିମନ୍ତେ ମାନିହାରି ଘାଟକୁ ପଠାଇ ଦିଆ ଯାଇଥିଲା। (ଏଜେନ୍ସି)