Categories
ଆଜିର ଖବର ଜାତୀୟ ଖବର

ଆରବିଆଇ ପାଇଁ ଟଳିନି ସମସ୍ୟା, ଏହାକୁ ଶତ୍ରୁ ନମ୍ବର-୧ ବୋଲି କହିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଦୀର୍ଘ ଦିନ ଧରି ଦେଶରେ ମୁଦ୍ରାସ୍ଫୀତି ହ୍ରାସ କରିବାକୁ ଚେଷ୍ଟା କରିଆସୁଛି। ଏଥିପାଇଁ ଗତ ବର୍ଷ ଠାରୁ ସୁଧ ହାର କ୍ରମାଗତ ଭାବରେ ଅଧିକ ରଖାଯାଇଛି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ନିକଟ ଅତୀତରେ ଭାରତରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି, କିନ୍ତୁ ଏହି ଯାତ୍ରା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ 3.65 ପ୍ରତିଶତକୁ ଖସି ଆସିଛି। କିନ୍ତୁ ଏହା ପରେ ଆରବିଆଇ ଗଭର୍ଣ୍ଣର ମୁଦ୍ରାସ୍ଫୀତିକୁ ଏକ ସମସ୍ୟା ବୋଲି ବିଚାର କରୁଛନ୍ତି।

ମୁଦ୍ରାସ୍ଫୀତି 4 ପ୍ରତିଶତରେ ପହଞ୍ଚିଛି:

ସିଙ୍ଗାପୁରରେ ଆୟୋଜିତ ବ୍ରେଟନ୍ ଉଡ୍ସ କମିଟି ର କାର୍ଯ୍ୟକ୍ରମ ‘ଫ୍ୟୁଚର ଅଫ୍ ଫାଇନାନ୍ସ ଫୋରମ୍ 2024’ ରେ ମୁଦ୍ରାସ୍ଫୀତି ବିଷୟରେ ରାଜ୍ୟପାଳ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏପ୍ରିଲ୍ 2022 ରେ ଦେଶର ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଅର୍ଥାତ୍ 7.8 ପ୍ରତିଶତ, କିନ୍ତୁ ବର୍ତ୍ତମାନ ଏହା ଜବରଦସ୍ତ ହ୍ରାସ ପାଇଛି। ହ୍ରାସ ଏବଂ ଏହା ସାମ୍ପ୍ରତିକ ସମୟରେ 4 ପ୍ରତିଶତ ସନ୍ତୋଷଜନକ ସ୍ତରରୁ କମ୍ ରହିଛି। ମୁଦ୍ରାସ୍ଫୀତି ହ୍ରାସ ଏକ ଭଲ କଥା, କିନ୍ତୁ ସେ କହିଛନ୍ତି ଯେ, ଯାତ୍ରା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଆମକୁ ଏପର୍ଯ୍ୟନ୍ତ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଆମେ ବର୍ତ୍ତମାନ ଅନ୍ୟ ଉପାୟ ଦେଖିବା ପାଇଁ ସକ୍ଷମ ନୁହେଁ।

2025 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି କେତେ ହେବ?:

2023-24 ଆର୍ଥିକ ବର୍ଷରେ ଏହା 5.4 ପ୍ରତିଶତ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। 2024-25 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି 4.5 ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ 2025-26 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି 4.1 ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏବଂ ଡଲାର ମୂଲ୍ୟ ବୃଦ୍ଧି ହେତୁ ମୁଦ୍ରା ନୀତି ଏବଂ ବ୍ୟାଙ୍କ ପରିଚାଳନା ଉପରେ ଚାପ ବଢିଛି। ସମ୍ପ୍ରତି ବ୍ୟାଙ୍କଗୁଡିକ ପ୍ରକୃତ କ୍ଷେତ୍ରକୁ ଋଣ ଦେବାବେଳେ କିଛି ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଆରବିଆଇ ମୁଦ୍ରା ନୀତିର ପରିଚାଳନା ଉପରେ ମଧ୍ୟ ଯତ୍ନର ସହ ବିଚାର କରିବା ପରେ ନିଷ୍ପତ୍ତି ନେବ।

ଦୀର୍ଘ ଦିନ ଧରି ବଜାର ହାର ହ୍ରାସ ହେବାର ଆଶା ରଖିଛି। ଆମେରିକାର ଫେଡେରାଲ ରିଜର୍ଭରୁ ସୁଧ ହାରରେ ପରିବର୍ତ୍ତନ ହେବାର ସୂଚକ ପରେ ଏହି ଆଶା ଆହୁରି ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁ ଅପେକ୍ଷା ପଶ୍ଚିମବଙ୍ଗରେ ମୁଦ୍ରାସ୍ଫୀତି ଅଧିକ!: ଚା’ ବାହାନାରେ କଟାକ୍ଷ କଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବିମାନବନ୍ଦରରେ ଚା ଏବଂ ପାଣି ପରି ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ଆଲୋଚନାକୁ ପରିସରକୁ ଆସିଥାଏ। ଅନେକ ଥର ଏହିପରି ମାମଲା ସାମ୍ନାକୁ ଆସେ ଯେଉଁଥିରେ ଲୋକମାନେ ବିମାନବନ୍ଦରରେ ଅସାଧାରଣ ମୂଲ୍ୟ ଉପରେ ପ୍ରଶ୍ନ ଉଠାନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ମଧ୍ୟ ଏଭଳି ପ୍ରସଙ୍ଗ ଉଠାଇଛନ୍ତି।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କୋଲକାତାରେ ତାଙ୍କର ନିକଟରେ ଅନୁଭୂତି ବାଣ୍ଟିଛନ୍ତି, ଯେଉଁଥିରେ ତାଙ୍କୁ ଚା ପାଇଁ ୩୪୦ ଟଙ୍କା ଦେବାକୁ ପଡିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୁରା ଘଟଣା ଲେଖିଥିଲେ ଏବଂ ଚା’ ମୂଲ୍ୟର ବାହାନା କରି ମୁଦ୍ରାସ୍ଫୀତି ନେଇ ଏକ କଟାକ୍ଷ କରିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ X ରେ ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ଜାଣିଲି ଯେ କୋଲକାତା ବିମାନବନ୍ଦରରେ ଗରମ ପାଣି ଏବଂ ଚା’ ବ୍ୟାଗରୁ ପ୍ରସ୍ତୁତ ଚା’ର ମୂଲ୍ୟ ୩୪୦ ଟଙ୍କା ଅଟେ। ରେଷ୍ଟୁରାଣ୍ଟର ନାମ ହେଉଛି ‘ଦ କଫି ବିନ୍ ଆଣ୍ଡ ଟି ଲିଫ’ ଅଟେ। କିଛି ବର୍ଷ ପୂର୍ବେ ମୁଁ ଜାଣିବାକୁ ପାଇଥିଲି ଯେ ଚେନ୍ନାଇ ବିମାନବନ୍ଦରରେ ଗରମ ପାଣି ଏବଂ ଚା ବ୍ୟାଗରୁ ପ୍ରସ୍ତୁତ ଚା’ର ମୂଲ୍ୟ ୮୦ ଟଙ୍କା ଅଟେ। ମୁଁ ସେତେବେଳେ ମଧ୍ୟ ଏହି ବିଷୟରେ ଟ୍ୱିଟ୍ କରିଥିଲି। AAI ଏହାର ଜ୍ଞାନ ନେଇଥିଲା ଏବଂ ଆବଶ୍ୟକ ପଦକ୍ଷେପ ନେଇଥିଲା। ସେ ଆହୁରି କଟାକ୍ଷ କରି କହିଛନ୍ତି ଯେ, ଲାଗୁଛି ଯେପରି ତାମିଲନାଡୁ ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ ମୁଦ୍ରାସ୍ଫୀତି ଅଛି।

Categories
ବିଶେଷ ଖବର

ମାର ତାଳି, ପିଆଜ କିଲୋ ଦୁଇ ଶ’ ବୋଲି

କେଦାର ମିଶ୍ର 

ପ୍ରଥମରୁ ଗୋଟେ ସ୍ଵୀକାରୋକ୍ତି- ମୋଦୀ ହୈ ତୋ ମୁମକିନ ହୈ। ମୋଦୀ ଅଛନ୍ତି ମାନେ ସବୁକିଛି ସମ୍ଭବ। ଆଜି ଯଦି ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବଦଳରେ ଆଉ କେହି ବି ପ୍ରଧାନମନ୍ତ୍ରୀ ଥାଆନ୍ତା, ତାହେଲେ ତାଙ୍କୁ ନିଦ ଇ ହେଉନଥାନ୍ତା। ପିଆଜ କିଲୋ ୨୦୦ ଟଙ୍କା ହେବା ପରେ ବି ଦେଶରେ ଯଦି କୌଣସି ପ୍ରତିବାଦ ନାହିଁ, ତାହେଲେ ଆମକୁ ଭାବି ନେବାକୁ ହେବ ଯେ, ଦେଶରେ ପ୍ରତିବାଦ କରିବାର ଆଉ ଶକ୍ତି ବା ସାମର୍ଥ୍ୟ ନାହିଁ। ମାତ୍ର ପନ୍ଦର ଦିନ ଭିତରେ ପିଆଜ କିଲୋ ପଚାଶରୁ ଦୁଇ ଶହରେ ପହଞ୍ଚିଛି। ଯେଉଁ ଗତିରେ ପିଆଜ ଦର ବଢୁଛି, ତାହା ହୁଏତ ଆଗାମୀ ସପ୍ତାହରେ ୩୦୦ କି ୫୦୦ ମଧ୍ୟ ହୋଇପାରେ। କୌଣସି ବି ଦେଶରେ ସବୁଠୁ ଅତ୍ୟାବଶ୍ୟକ ମନେ କରାହେଉଥିବା ଏକ ଖାଦ୍ୟ ପଦାର୍ଥର ଦର ଏମିତି ବଢେନାହିଁ। ଯେତେବେଳେ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୁଏ ଓ ଖାଦ୍ୟର ଭୟଙ୍କର ଅଭାବ ଦେଖାଦିଏ, ସେତେବେଳେ ହୁଏତ ଏମିତି ଦରବୃଦ୍ଧି ସ୍ଵାଭାବିକ। ହେଲେ ମୁଦ୍ରାସ୍ଫୀତି ନିଯନ୍ତ୍ରଣରେ ରହିଛି ବୋଲି ମୋଦୀ ସରକାର ବାରମ୍ବାର ତଥ୍ୟ ଦେଉଛନ୍ତି ଓ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କୁହାଯାଉଥିଲା ଯେ ପିଆଜ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତା ସତ୍ତ୍ୱେ ଏମିତି ହେଲା କେମିତି? ଏହାର ଉତ୍ତର କିଏ ଦେବ?

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ତ କହୁଛନ୍ତି, ଏଠି ଲାଗି ଇନ୍ଦ୍ର ଦାୟୀ। ଅକାଳ ବର୍ଷ ଯୋଗୁଁ ପିଆଜ ଅମଳ ହେଲା ନାହିଁ, ତେଣୁ ପିଆଜ ଦର ବଢିବ। ହେଲେ ଆମର ସରଳ ପ୍ରଶ୍ନ, ବଢିବ ଯେ କେତେ ବଢିବ? ୨୦ ରୁ ୨୦୦ ଟଙ୍କା ଯାଏ ଗୋଟେ ଦ୍ରବ୍ୟର ଦର ସେତେବେଳେ ବଢେ ଯେତେବେଳେ ସେହି ଦ୍ରବ୍ୟର ଅକାଳ ପଡେ। ଆଜି ପିଆଜର ଅକାଳ ପଡିଛି କି? ବଜାରରେ ପିଆଜ ଅଛି। ଜଳ ଜଳ ଦିଶୁଛି, ବ୍ୟାପକ ପରିମାଣରେ ପିଆଜ ବଜାରକୁ ଆସୁଛି, ହେଲେ ଚଢା ଦରରେ। ଚଢା ଦର ହେବାକୁ ହେଲେ ପ୍ରଥମ କାରଣ ହେଉଛି, ପିଆଜ ବଜାରରେ ଦୁର୍ଲ୍ଲଭ ହେବା କଥା। ପିଆଜ ବଜାରରେ ମହଜୁଦ ଥାଇକି ଏତେ ପରିମାଣରେ ଦର ବୃଦ୍ଧି ପଛରେ କିଛି ଗୋଟେ ଷଡଯନ୍ତ୍ର ନିଶ୍ଚୟ ରହିଛି।

ଆଜି ବିଜେପି ଯଦି ଶାସନ ରେ ନଥାଇ ବିରୋଧୀ ଦଳରେ ବସିଥାନ୍ତା, ତାହେଲେ ସବୁଠି ଆନ୍ଦୋଳନ ଚାଲିଥାନ୍ତା। ବିଜେପିର ବିଧାୟକ ଓ ସାଂସଦମାନେ ପିଆଜକୁ ନେଇ କେତେ ଶୋଭାଯାତ୍ରା କରୁଥାନ୍ତେ। ଅଭିନବ ଉପାୟରେ ସାଂସଦ ମାନେ ପିଆଜର ମାଳା ପିନ୍ଧି ସଂସଦକୁ ଅଚଳ କରୁଥାନ୍ତେ। ରାସ୍ତାଘାଟରେ ସରକାରକୁ ହାଏ ହାଏ ବୋଲି କହି ଗାଳି କରା ହେଉଥାନ୍ତା। ମୋଦୀଙ୍କ ଭଳିଆ କେହି ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅପାରଗ, ସମ୍ବେଦନହୀନ ଓ ଗରୀବା ବିରୋଧୀ ବୋଲି କହୁଥାନ୍ତା। ଆଜି ସେସବୁ କିଛି ଘଟିବାର ନାହିଁ। କାରଣ ବିଜେପି ହାତରେ ଆଜି ଶାସନ ଡୋରୀ। ମୁଖ୍ୟ ବିରୋଧୀ ଦଳ ଭାବରେ କଂଗ୍ରେସ ଡାଲି ପିଆଜକୁ ନେଇ ଆନ୍ଦୋଳନ କରିବା ଜାଣି ନାହିଁ। ଅସଲରେ କଂଗ୍ରେସ ପ୍ରତିବାଦର କଳା କେବେ ଶିଖିନାହିଁ। ଏହା ବାବୁ ଓ ଠିକାଦାରଙ୍କ ଦଳ। ତେଣୁ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବା କଂଗ୍ରେସ ପାଇଁ ସମ୍ଭବ ନୁହଁ। ତେବେ କଂଗ୍ରେସ ବ୍ୟତୀତ ଅନ୍ୟ ଦଳ ଗୁଡିକ କିଛି କରୁଛନ୍ତି କି? ନା, ସେମାନେ ବି ନୀରବ। ଏପରିକି ସାମ୍ୟବାଦୀ ଦଳମାନେ ମଧ୍ୟ ଏ ପ୍ରସଙ୍ଗରେ ଚୁପ।

ସାଧାରଣ ଜନତାକୁ ପିଆଜ-ପଖାଳର ମୌଳିକ ଅଧିକାରରୁ ବଞ୍ଚିତ ରଖି ଗୋଟେ ସରକାର ଶାନ୍ତିରେ ରହି ପାରୁଛି ମାନେ, ଏ ଦେଶରେ ବିରୋଧୀ ରାଜନୀତି ମରି ଯାଇଛି। ଆଜି ଏହି ସଙ୍କଟ ପାଇଁ ସରକାରକୁ ଯେତିକି ଦାୟୀ କରାଯିବ, ତାଠୁ ଅଧିକ ଦାୟୀ ବିରୋଧୀ ଦଳ। ସରକାର ଦେଖୁଛି, ପିଆଜ ଦର ପଚାଶ ହେଉ କି ପାଞ୍ଚ ଶହ, ଲୋକଙ୍କର ବା ବିରୋଧୀଙ୍କର କୌଣସି ଚାପ ନାହିଁ। ତେଣୁ କଳା ବଜାରୀଙ୍କ ହାତରେ ପୂରା ପିଆଜ ବଜାରକୁ ଛାଡି ଦିଆ ଯାଇଛି। ସେମାନେ ପ୍ରତିଦିନ ପିଆଜର କିଲୋ ପିଛା ଦର ୫୦ ରୁ ୧୦୦ ପ୍ରତିଶତ ବଢାଇ ଚାଲିଛନ୍ତି। ଇତି ମଧ୍ୟରେ ନୂଆ ପିଆଜ ବଜାରକୁ ଆସିଯିବା କଥା। ହେଲେ ଚାଷୀ ପିଆଜ ବିକ୍ରି କରିବାକୁ ଏବେ ପ୍ରସ୍ତୁତ ନାହାନ୍ତି। ତାହେଲେ ପିଆଜ ସହିତ ସାଧାରଣ ଭାରତୀୟର ସମ୍ପର୍କ ସବୁଦିନ ପାଇଁ କଟିଗଲା କି? ଦୁଇ ଶହ ଟଙ୍କା ଦେଇ କିଲେ ପିଆଜ କିଣିବାକୁ ଗରୀବ କଥା ଛାଡନ୍ତୁ, ମଧ୍ୟବିତ୍ତ ମଧ୍ୟ ସାହସ କରିବ ନାହିଁ।

ଛାଡନ୍ତୁ, ପିଆଜ କଥା ଆଜିଠୁ ଭୁଲିଯିବା। କିଛି ଦିନ ତଳେ ଆମକୁ ଜଣେ ମୋଦୀ ଭକ୍ତ ରାଗିକି କହିଥିଲେ, କିହୋ, ଦେଶର ଏତେ ବଡ ବଡ ପ୍ରସଙ୍ଗ ଥାଉ ଥାଉ ତମେ ସେ ଆଳୁ ପିଆଜରେ ମାତିଛ। ଠିକ କଥା, ଆମେ ପିଆଜ ଖାଇବାର ମୋହକୁ ବିସର୍ଜନ କରି ପୁଣିଥରେ ତାଳି ମାରି କହିବା- ମାର ତାଳି, ମୋଦୀ ହୈ ତୋ ମୁମକିନ ହୈ। ଅଚ୍ଛେ ଦିନ ଆ ଗୟେ ହୈ!!