Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାର ତାଳି, ପିଆଜ କିଲୋ ଦୁଇ ଶ’ ବୋଲି
ବିଶେଷ ଖବର

ମାର ତାଳି, ପିଆଜ କିଲୋ ଦୁଇ ଶ’ ବୋଲି

December 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ପ୍ରଥମରୁ ଗୋଟେ ସ୍ଵୀକାରୋକ୍ତି- ମୋଦୀ ହୈ ତୋ ମୁମକିନ ହୈ। ମୋଦୀ ଅଛନ୍ତି ମାନେ ସବୁକିଛି ସମ୍ଭବ। ଆଜି ଯଦି ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବଦଳରେ ଆଉ କେହି ବି ପ୍ରଧାନମନ୍ତ୍ରୀ ଥାଆନ୍ତା, ତାହେଲେ ତାଙ୍କୁ ନିଦ ଇ ହେଉନଥାନ୍ତା। ପିଆଜ କିଲୋ ୨୦୦ ଟଙ୍କା ହେବା ପରେ ବି ଦେଶରେ ଯଦି କୌଣସି ପ୍ରତିବାଦ ନାହିଁ, ତାହେଲେ ଆମକୁ ଭାବି ନେବାକୁ ହେବ ଯେ, ଦେଶରେ ପ୍ରତିବାଦ କରିବାର ଆଉ ଶକ୍ତି ବା ସାମର୍ଥ୍ୟ ନାହିଁ। ମାତ୍ର ପନ୍ଦର ଦିନ ଭିତରେ ପିଆଜ କିଲୋ ପଚାଶରୁ ଦୁଇ ଶହରେ ପହଞ୍ଚିଛି। ଯେଉଁ ଗତିରେ ପିଆଜ ଦର ବଢୁଛି, ତାହା ହୁଏତ ଆଗାମୀ ସପ୍ତାହରେ ୩୦୦ କି ୫୦୦ ମଧ୍ୟ ହୋଇପାରେ। କୌଣସି ବି ଦେଶରେ ସବୁଠୁ ଅତ୍ୟାବଶ୍ୟକ ମନେ କରାହେଉଥିବା ଏକ ଖାଦ୍ୟ ପଦାର୍ଥର ଦର ଏମିତି ବଢେନାହିଁ। ଯେତେବେଳେ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୁଏ ଓ ଖାଦ୍ୟର ଭୟଙ୍କର ଅଭାବ ଦେଖାଦିଏ, ସେତେବେଳେ ହୁଏତ ଏମିତି ଦରବୃଦ୍ଧି ସ୍ଵାଭାବିକ। ହେଲେ ମୁଦ୍ରାସ୍ଫୀତି ନିଯନ୍ତ୍ରଣରେ ରହିଛି ବୋଲି ମୋଦୀ ସରକାର ବାରମ୍ବାର ତଥ୍ୟ ଦେଉଛନ୍ତି ଓ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କୁହାଯାଉଥିଲା ଯେ ପିଆଜ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତା ସତ୍ତ୍ୱେ ଏମିତି ହେଲା କେମିତି? ଏହାର ଉତ୍ତର କିଏ ଦେବ?

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ତ କହୁଛନ୍ତି, ଏଠି ଲାଗି ଇନ୍ଦ୍ର ଦାୟୀ। ଅକାଳ ବର୍ଷ ଯୋଗୁଁ ପିଆଜ ଅମଳ ହେଲା ନାହିଁ, ତେଣୁ ପିଆଜ ଦର ବଢିବ। ହେଲେ ଆମର ସରଳ ପ୍ରଶ୍ନ, ବଢିବ ଯେ କେତେ ବଢିବ? ୨୦ ରୁ ୨୦୦ ଟଙ୍କା ଯାଏ ଗୋଟେ ଦ୍ରବ୍ୟର ଦର ସେତେବେଳେ ବଢେ ଯେତେବେଳେ ସେହି ଦ୍ରବ୍ୟର ଅକାଳ ପଡେ। ଆଜି ପିଆଜର ଅକାଳ ପଡିଛି କି? ବଜାରରେ ପିଆଜ ଅଛି। ଜଳ ଜଳ ଦିଶୁଛି, ବ୍ୟାପକ ପରିମାଣରେ ପିଆଜ ବଜାରକୁ ଆସୁଛି, ହେଲେ ଚଢା ଦରରେ। ଚଢା ଦର ହେବାକୁ ହେଲେ ପ୍ରଥମ କାରଣ ହେଉଛି, ପିଆଜ ବଜାରରେ ଦୁର୍ଲ୍ଲଭ ହେବା କଥା। ପିଆଜ ବଜାରରେ ମହଜୁଦ ଥାଇକି ଏତେ ପରିମାଣରେ ଦର ବୃଦ୍ଧି ପଛରେ କିଛି ଗୋଟେ ଷଡଯନ୍ତ୍ର ନିଶ୍ଚୟ ରହିଛି।

ଆଜି ବିଜେପି ଯଦି ଶାସନ ରେ ନଥାଇ ବିରୋଧୀ ଦଳରେ ବସିଥାନ୍ତା, ତାହେଲେ ସବୁଠି ଆନ୍ଦୋଳନ ଚାଲିଥାନ୍ତା। ବିଜେପିର ବିଧାୟକ ଓ ସାଂସଦମାନେ ପିଆଜକୁ ନେଇ କେତେ ଶୋଭାଯାତ୍ରା କରୁଥାନ୍ତେ। ଅଭିନବ ଉପାୟରେ ସାଂସଦ ମାନେ ପିଆଜର ମାଳା ପିନ୍ଧି ସଂସଦକୁ ଅଚଳ କରୁଥାନ୍ତେ। ରାସ୍ତାଘାଟରେ ସରକାରକୁ ହାଏ ହାଏ ବୋଲି କହି ଗାଳି କରା ହେଉଥାନ୍ତା। ମୋଦୀଙ୍କ ଭଳିଆ କେହି ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅପାରଗ, ସମ୍ବେଦନହୀନ ଓ ଗରୀବା ବିରୋଧୀ ବୋଲି କହୁଥାନ୍ତା। ଆଜି ସେସବୁ କିଛି ଘଟିବାର ନାହିଁ। କାରଣ ବିଜେପି ହାତରେ ଆଜି ଶାସନ ଡୋରୀ। ମୁଖ୍ୟ ବିରୋଧୀ ଦଳ ଭାବରେ କଂଗ୍ରେସ ଡାଲି ପିଆଜକୁ ନେଇ ଆନ୍ଦୋଳନ କରିବା ଜାଣି ନାହିଁ। ଅସଲରେ କଂଗ୍ରେସ ପ୍ରତିବାଦର କଳା କେବେ ଶିଖିନାହିଁ। ଏହା ବାବୁ ଓ ଠିକାଦାରଙ୍କ ଦଳ। ତେଣୁ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବା କଂଗ୍ରେସ ପାଇଁ ସମ୍ଭବ ନୁହଁ। ତେବେ କଂଗ୍ରେସ ବ୍ୟତୀତ ଅନ୍ୟ ଦଳ ଗୁଡିକ କିଛି କରୁଛନ୍ତି କି? ନା, ସେମାନେ ବି ନୀରବ। ଏପରିକି ସାମ୍ୟବାଦୀ ଦଳମାନେ ମଧ୍ୟ ଏ ପ୍ରସଙ୍ଗରେ ଚୁପ।

ସାଧାରଣ ଜନତାକୁ ପିଆଜ-ପଖାଳର ମୌଳିକ ଅଧିକାରରୁ ବଞ୍ଚିତ ରଖି ଗୋଟେ ସରକାର ଶାନ୍ତିରେ ରହି ପାରୁଛି ମାନେ, ଏ ଦେଶରେ ବିରୋଧୀ ରାଜନୀତି ମରି ଯାଇଛି। ଆଜି ଏହି ସଙ୍କଟ ପାଇଁ ସରକାରକୁ ଯେତିକି ଦାୟୀ କରାଯିବ, ତାଠୁ ଅଧିକ ଦାୟୀ ବିରୋଧୀ ଦଳ। ସରକାର ଦେଖୁଛି, ପିଆଜ ଦର ପଚାଶ ହେଉ କି ପାଞ୍ଚ ଶହ, ଲୋକଙ୍କର ବା ବିରୋଧୀଙ୍କର କୌଣସି ଚାପ ନାହିଁ। ତେଣୁ କଳା ବଜାରୀଙ୍କ ହାତରେ ପୂରା ପିଆଜ ବଜାରକୁ ଛାଡି ଦିଆ ଯାଇଛି। ସେମାନେ ପ୍ରତିଦିନ ପିଆଜର କିଲୋ ପିଛା ଦର ୫୦ ରୁ ୧୦୦ ପ୍ରତିଶତ ବଢାଇ ଚାଲିଛନ୍ତି। ଇତି ମଧ୍ୟରେ ନୂଆ ପିଆଜ ବଜାରକୁ ଆସିଯିବା କଥା। ହେଲେ ଚାଷୀ ପିଆଜ ବିକ୍ରି କରିବାକୁ ଏବେ ପ୍ରସ୍ତୁତ ନାହାନ୍ତି। ତାହେଲେ ପିଆଜ ସହିତ ସାଧାରଣ ଭାରତୀୟର ସମ୍ପର୍କ ସବୁଦିନ ପାଇଁ କଟିଗଲା କି? ଦୁଇ ଶହ ଟଙ୍କା ଦେଇ କିଲେ ପିଆଜ କିଣିବାକୁ ଗରୀବ କଥା ଛାଡନ୍ତୁ, ମଧ୍ୟବିତ୍ତ ମଧ୍ୟ ସାହସ କରିବ ନାହିଁ।

ଛାଡନ୍ତୁ, ପିଆଜ କଥା ଆଜିଠୁ ଭୁଲିଯିବା। କିଛି ଦିନ ତଳେ ଆମକୁ ଜଣେ ମୋଦୀ ଭକ୍ତ ରାଗିକି କହିଥିଲେ, କିହୋ, ଦେଶର ଏତେ ବଡ ବଡ ପ୍ରସଙ୍ଗ ଥାଉ ଥାଉ ତମେ ସେ ଆଳୁ ପିଆଜରେ ମାତିଛ। ଠିକ କଥା, ଆମେ ପିଆଜ ଖାଇବାର ମୋହକୁ ବିସର୍ଜନ କରି ପୁଣିଥରେ ତାଳି ମାରି କହିବା- ମାର ତାଳି, ମୋଦୀ ହୈ ତୋ ମୁମକିନ ହୈ। ଅଚ୍ଛେ ଦିନ ଆ ଗୟେ ହୈ!!

gdp inflation OnionPrice
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.