Categories
ଆଜିର ଖବର ରାଜ୍ୟ ଖବର

କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କଲା ଆଇଏନ୍‌ଏସ୍‌ ଚିଲିକା

ସୀତାରାମ ଅଗ୍ରଓ୍ବାଲ
ଚିଲିକା: ତିନି ସେନା ବାହିନୀ ପକ୍ଷରୁ ଦେଶବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଓଡିଶା ପୋଲିସ୍‌ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛି। କରୋନା ବିରୋଧରେ ନିଷ୍ଠାର ସହ ଲଢେଇ ପାଇଁ ଓଡିଶା ପୋଲିସ୍‌ ପ୍ରତି ନିଜର ସମ୍ମାନ ଜାହିର କରିବା ସହିତ ଏକ ଫେସ୍‌ ମାସ୍କ ଏବଂ ସନିଟାଇଜଜର୍‌ ପ୍ୟାକେଟ୍‌ ଉପହାର ପ୍ରଦାନ କରିଛି ଆଇଏନ୍‌ଏସ୍‌ ଚିଲିକା।

ଭାରତୀୟ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ଚିଲିକାର କାର୍ଯ୍ୟନିର୍ବାହୀ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଏବଂ ଲେଫ୍ଟନାଣ୍ଟ ସନୋଜ ଠକ୍‌ରନ୍‌ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ଫେସ୍‌ ମାସ୍କ ଏବଂ ସନିଟାଇଜଜର୍‌ ପ୍ୟାକେଟ୍‌ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କଲେ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ
ଚିଲିକା : ଭାରତୀୟ ନୌସେନାର ନାବିକ ପ୍ରଶିକ୍ଷଣ କେନ୍ଦ୍ର ଆଇଏନ୍‌ଏସ୍‌ ଚିଲିକାର 40 ତମ ବାର୍ଷିକ ପାଳିତ ହୋଇଛି । ଶନିବାର ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ । ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା ।
20 ଫେବୃୟାରୀ 2020ରେ ରାଜ୍ୟପାଳ ପ୍ରଥମ ଥର ପାଇଁ ଚିଲିକା ଗସ୍ତରେ ଆସି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଯୁଦ୍ଧସ୍ମାରକୀରେ ପୁଷ୍ପଚକ୍ର ପ୍ରଦାନ ପୂର୍ବକ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲା । ଆଇଏନ୍‌ଏସ୍‌ ଚିଲିକାର ଇତିହାସ ସମ୍ପର୍କରେ ଅବଗତ କରାଯିବା ପରେ ରାଜ୍ୟପାଳ ବିଭିନ୍ନ ପ୍ରଶିକ୍ଷଣ ସୁବିଧା ପରିଦର୍ଶନ କରିଥିଲେ ।
ଶୁକ୍ରବାର ରାଜ୍ୟପାଳ ଏକ ଘରୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାପରେ ରାଜ୍ୟପାଳ ବାର୍ଷିକ ପିଠାକଟା ଉତ୍ସବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ବଡାଖାନାରେ ଯୋଗ ଦେଇ ଭାରତର କ୍ଷୁଦ୍ରତମ ନିବାସୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହା ପରେ ରାଜ୍ୟପାଳ ସୈନିକ ଏବଂ ଅଣ ସୈନିକଙ୍କ ଉତ୍କୃଷ୍ଟ ଯୋଗଦାନକୁ ଉତ୍ସାହିତ କରିଥିଲେ ।

Categories
ଆଞ୍ଚଳିକ

ଆଇଏନଏସ ଚିଲିକା ପକ୍ଷରୁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଶିବିର

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୪/୧୨ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଇଏନଏସ୍‌ ଚିଲିକା ପକ୍ଷରୁ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏନଏସ ଚିଲିକାର କମୋଡର ରିତୁରାଜ ସାହୁ, ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏର ସଭାପତି ସଂଗୀତା ସାହୁ, ସର୍ଜନ କମାଣ୍ଡର ପ୍ରସନ୍ନଜିତ ପଣ୍ଡା, କମାଣ୍ଡିଙ୍ଗ ଅଫିସର ଜୟଦୀପ ଚୌଧୁରୀ ଏବଂ ଆଇଏନଏସ ଚିଲିକାର ଅନ୍ୟ କର୍ମଚାରୀ ଏହି ସ୍ବାସ୍ଥ୍ୟ ସେବା ଶିବିରରେ ଯୋଗ ଦେଇଥିଲେ। ନୌସେନା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବାଲୁଗାଁ, ବଡ଼କୁଳ ଏବଂ ଆଇଏନ୍‌ଏସ୍‌ ଚିଲିକାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ନିମନ୍ତେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ ୮୦୦ ବ୍ୟକ୍ତି ମାଗଣାରେ ଚିକିତ୍ସିତ ହୋଇିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଆଖି, ଚର୍ମ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଇଏନ୍‌ଟି, ଶଲ୍ୟ ଏବଂ ଔଷଧ ବିଭାଗର ଡାକ୍ତର ଯୋଗ ଦେଇ ରୋଗୀ ସେବା କରିଥିଲେ।