ଆଇଏନଏସ ଚିଲିକା ପକ୍ଷରୁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଶିବିର

Published: Dec 14, 2019, 12:53 pm IST

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୪/୧୨ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଇଏନଏସ୍‌ ଚିଲିକା ପକ୍ଷରୁ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏନଏସ ଚିଲିକାର କମୋଡର ରିତୁରାଜ ସାହୁ, ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏର ସଭାପତି ସଂଗୀତା ସାହୁ, ସର୍ଜନ କମାଣ୍ଡର ପ୍ରସନ୍ନଜିତ ପଣ୍ଡା, କମାଣ୍ଡିଙ୍ଗ ଅଫିସର ଜୟଦୀପ ଚୌଧୁରୀ ଏବଂ ଆଇଏନଏସ ଚିଲିକାର ଅନ୍ୟ କର୍ମଚାରୀ ଏହି ସ୍ବାସ୍ଥ୍ୟ ସେବା ଶିବିରରେ ଯୋଗ ଦେଇଥିଲେ। ନୌସେନା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବାଲୁଗାଁ, ବଡ଼କୁଳ ଏବଂ ଆଇଏନ୍‌ଏସ୍‌ ଚିଲିକାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ନିମନ୍ତେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ ୮୦୦ ବ୍ୟକ୍ତି ମାଗଣାରେ ଚିକିତ୍ସିତ ହୋଇିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଆଖି, ଚର୍ମ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଇଏନ୍‌ଟି, ଶଲ୍ୟ ଏବଂ ଔଷଧ ବିଭାଗର ଡାକ୍ତର ଯୋଗ ଦେଇ ରୋଗୀ ସେବା କରିଥିଲେ।

Related posts