Categories
ଆଜିର ଖବର ଖେଳ ଜାତୀୟ ଖବର

କାନପୁର ଟେଷ୍ଟ ସମୟରେ ହଠାତ୍ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ବାହାରିଲେ ୩ ଖେଳାଳି

ନୂଆଦିଲ୍ଲୀ: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରତିଯୋଗିତାର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ପଞ୍ଚମ ଦିନ। ଟିମ୍ ଇଣ୍ଡିଆ ଏହାର ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିବାବେଳେ ଅନ୍ୟ ପଟେ ବିସିସିଆଇ ହଠାତ୍ ଏକ ବଡ ନିଷ୍ପତ୍ତି ନେଇ କାନପୁରରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ତିନି ଖେଳାଳିଙ୍କୁ ବାହାର କରିଛି।

ଏହି ତିନି ଖେଳାଳିଙ୍କ ତାଲିକାରେ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦୟାଲ ଅଛନ୍ତି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିଛି ଯେ ହଠାତ୍ ବିସିସିଆଇ କାହିଁକି ଏହି ନିଷ୍ପତ୍ତି ନେଲା? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ଇରାନୀ କପ୍ ମ୍ୟାଚ୍।

ଇରାନୀ କପ୍ ମ୍ୟାଚ୍ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ୧ ତାରିଖରୁ ୫ ତାରିଖ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଅଂଶଗ୍ରହଣ ହେତୁ ବୋର୍ଡ ଏହି ତିନି ଖେଳାଳିଙ୍କୁ ଭାରତୀୟ ଦଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଇରାନୀ କପ୍ ପାଇଁ ଅବଶିଷ୍ଟ ଭାରତୀୟ ଦଳ:

ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଦେବଦତ୍ତ ପଡିକଲ, ଅଭିମନ୍ୟୁ ଈଶ୍ବରନ, ସାଇ ସୁଦର୍ଶନ, ଇଶାନ କିଶନ (ୱିକେଟ୍ କିପର), ରିକି ଭୁଇ, ସାରାଂଶ ଜୈନ, ମାନବ ସୂତାର, ମୁକେଶ କୁମାର, ଖଲିଲ ଅହମ୍ମଦ, ପ୍ରସିଦ୍ଧ କ୍ରୀଷ୍ଣା, ରାହୁଲ ଚହର, ଶାଶ୍ୱତ ରାୱତ, ୟଶ ଦୟାଲ, ଧ୍ରୁବ ଜୁରେଲ।

ଇରାନୀ କପ୍ ପାଇଁ ମୁମ୍ବାଇର ଦଳ:

ପୃଥ୍ବୀ ଶ’, ସିଦ୍ଧେଶ ଲଡ, ଅଜିଙ୍କ୍ୟ ରାହାନେ (ଅଧିନାୟକ), ଶ୍ରେୟସ ଆୟର, ହାର୍ଦ୍ଦିକ ତମୋର (ୱିକେଟ୍ ରକ୍ଷକ), ଶମ୍ସ ମୁଲାନି, ଶାର୍ଦ୍ଦୁଲ ଠାକୁର, ତନୁଶ କୋଟିୟାନ, ମୋହିତ ଅୱସ୍ତି, ରୋଏଷ୍ଟନ୍ ଡାୟସ୍, ସୁର୍ଯାଂଶ ଶେଡଗେ, ସରଫରାଜ ଖାନ୍, ସିଦ୍ଧାନ୍ତ ଅଧାତରାଓ, ହିମାଂଶୁ ସିଂହ, ଏମ ଜୁନେଦ ଖାନ, ଆୟୁଷ ମଥ୍ରେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିସିସିଆଇ ହଠାତ୍ ନେଲା ବଡ଼ ନିଷ୍ପତ୍ତି: ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଏହି ୩ ଖେଳାଳି

ନୂଆଦିଲ୍ଲୀ: ବିସିସିଆଇ ଆଜି ୨୦୨୪ ଇରାନୀ କପ୍ ପାଇଁ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତୀୟର ସ୍କ୍ବାଡ୍ ଘୋଷଣା କରିଛି। ଏହି ସ୍କ୍ବାଡ୍ ଚର୍ଚ୍ଚାରେ ଆସିଛି, କାରଣ ଏଥିରେ ତିନିଜଣ ଖେଳାଳି ଅଛନ୍ତି ଯେଉଁମାନେ ବାଂଲାଦେଶ ବିପକ୍ଷରେ ମନୋନୀତ ଭାରତୀୟ ଦଳରୁ ବାଦ ପଡିଛନ୍ତି ଏବଂ ଇରାନୀ କପରେ ଖେଳିବାକୁ କୁହାଯାଇଛି। ଏହି ୩ ଖେଳାଳିଙ୍କୁ ବାଦ ଦେଇ ବାଂଲାଦେଶ ପାଇଁ ଦ୍ୱିତୀୟ ଟେଷ୍ଟ ଜିତିବା ସହଜ ହେବ କି?

ସେପ୍ଟେମ୍ବର ୨୭ ତାରିଖରୁ କାନପୁରରେ ଭାରତ ବନାମ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅଧିକାଂଶ ଖେଳାଳି କାନପୁରରେ ପହଞ୍ଚିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ପାଇଁ ବିଶେଷ ଯତ୍ନ ନିଆଯାଉଛି। ପ୍ରଥମ ମ୍ୟାଚର ପ୍ରଦର୍ଶନ ଦେଖିବା ପରେ, ଦ୍ୱିତୀୟ ଟେଷ୍ଟର ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍।

୩ ଖେଳାଳି ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ:

ଏହି ତିନି ଖେଳାଳିଙ୍କ ନାମ ହେଉଛି ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ୟଶ ଦୟାଲ। ପ୍ରକାଶ ଯେ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଏହି ତିନି ଖେଳାଳିଙ୍କୁ ୧୫ ଜଣିଆ ଦଳରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା କିନ୍ତୁ ସେମାନେ ଏକାଦଶରେ ସୁଯୋଗ ପାଇଲେ ନାହିଁ। ବର୍ତ୍ତମାନ ଇରାନୀ କପ୍ ହେତୁ ସରଫରାଜ, ଧ୍ରୁଭ ଏବଂ ୟଶ ମଧ୍ୟ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଗୋଟିଏ ପଟେ ସରଫରାଜ ଖାନ ମୁମ୍ବାଇ ଦଳ ପାଇଁ ଖେଳିବେ, ଅନ୍ୟପଟେ ଧ୍ରୁଭ ଜୁରେଲ ଏବଂ ୟଶ ଦୟାଲଙ୍କୁ ‘ଅବଶିଷ୍ଟ ଭାରତ’ ଦଳରେ ସ୍ଥାନ ମିଳିଛି।

ଶ୍ରେୟସ୍ ଆୟରଙ୍କ ଠାରୁ ଆରମ୍ଭ କରି ଇଶାନ୍ କିଶନ ଓ ଶାର୍ଦ୍ଦୁଲ ଠାକୁର ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛନ୍ତି। ଏହି ସମସ୍ତ ଖେଳାଳି ଇରାନୀ କପ୍‌ରେ ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଦାବି କରିପାରନ୍ତି। ଇରାନୀ କପ୍ ବିଷୟରେ କହିବାକୁ ଗଲେ ଗତଥର ଅବଶିଷ୍ଟ ଭାରତ ସୌରାଷ୍ଟ୍ରକୁ ୧୭୫ ରନ୍ ବ୍ୟବଧାନରେ ପରାସ୍ତ କରି ଟ୍ରଫି ଜିତିଥିଲା।