Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହଲିଉଡ୍‌ ଅଭିନେତ୍ରୀଙ୍କ ପରି ଦେଖାଯିବା ପାଇଁ 50ରୁ ଉର୍ଦ୍ଧ୍ବ ସର୍ଜରୀ କରିଥିଲେ ଯୁବତୀ, ଏବେ କରୋନାରେ ହେଲେ ସଂକ୍ରମିତ

ଇରାନ୍‌ : ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍‌ଷ୍ଟାଗ୍ରାମ ଷ୍ଟାର୍‌ ସହର ତବର୍‌ ଏବେ କରୋନା ପଜିଟିଭ୍‌  । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି ଦେଖାଯାଉଥିବା ଏହି ମହିଳା ଜଣକ ଇନ୍‌ଷ୍ଟାଗ୍ରାମର ଜଣେ ଚର୍ଚ୍ଚିତ ଚେହେରା । କିନ୍ତୁ ଗତ ବର୍ଷ ଅକ୍ଟୋବର ମାସରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ହୋଇଥିଲା ।

ସହରଙ୍କ ବୟସ ହେଉଛନ୍ତି 22 ବର୍ଷ । ସହର ତବରଙ୍କ ଅସଲି ନାମ ହେଉଛି ଫତୋମିହ ଖିସଓ୍ବନ୍ଦ । ଇରାନର ରାଜଧାନୀ ତେହେରାନ୍‌ର ରହୁଥିଲେ । ନିଜକୁ ହିରୋଇନ ପରି ଚେହେରା ପରି ଦେଖାଇବା ପାଇଁ ଅନେକ ଥର ସର୍ଜରୀ କରିଛନ୍ତି ।

କରୋନା ଭାଇରସ୍‌କୁ ଦେଖି ସହର ତବରଙ୍କ ଓକିଲ ତାଙ୍କୁ ଖଲାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ ରହିଥିଲା ।

ଓସ୍କାର ବିଜୟିନୀ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖିବା ପାଇଁ ସହର୍‌ 50 ଥର ସର୍ଜରୀ କରି ସାରିଛନ୍ତି । ସେ ନାକ, ଓଠ, ଲିପୋସ୍କସନ୍‌ ଆଦିର ସର୍ଜରୀ କରିଛନ୍ତି । ସେହିପରି ସେ ସୋସିଆଲ ମିଡିଆରେ ଅତ୍ୟଧିକ ମେକଅପ୍‌ ଓ ଏଡିଟିଂ କରୁଥିବାର ନଜର ଆସିଥାନ୍ତି । (ଏଜେନ୍ସି)