Categories
ଆଜିର ଖବର

ଇଶାନ୍ତ ଏବଂ ଉମେଶଙ୍କ ପାଞ୍ଚ ଓ୍ବିକେଟ୍‌ ସଫଳତା : ପିଙ୍କ ବଲ୍‌ ଟେଷ୍ଟ ସହିତ ସିରିଜ୍‌ ଜିତିଲା ଭାରତ

କଲିକତା,24/11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । କଲିକତାର ଇଡେନ୍‌ ଗାର୍ଡେନ୍‌ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏକ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । 241 ରନ୍‌ ପଛରେ ରହିଥିବା ବାଂଲାଦେଶ 195 ରନ୍‌ରେ ଅଲଆଉଟ ହେବାରୁ ଭାରତ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦ୍ବିତୀୟ ଇନିଂସରେ ଉମେଶ ଯାଦବ ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉଭୟଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି 136 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଥର ଭାରତୀୟ ପେସର ମାନେ 19ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର 106 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 5 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଅଧିନାୟକ ବିରାଟ କୋହଲିଙ୍କ(136), ପୂଜାରା(55) ଏବଂ ରାହାଣେ(51)ଙ୍କ ବ୍ୟାଟିଂ ଫଳରେ ଭାରତ 347/9ରେ ଇନିଂସ ଘୋଷଣା କରିଥିଲା । 241 ରନ୍‌ ପଛରେ ରହିଥିବା ବଂଲାଦେଶ ଗତକାଲି 152 ରନ୍‌ରେ 6ଟି ଓ୍ବିକେଟ ହରାଇଥିଲା ।

ଆଜି ସକାଳୁ ବଳକା 4ଓ୍ବିକେଟ୍‌ ଇଶାନ୍ତ ଏବଂ ଉମେଶ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ଇଶାନ୍ତଙ୍କୁ 9ଟି ଏବଂ ଉମେଶଙ୍କୁ8ଟି ଓ୍ବିକେଟ ମିଳିଥିବା ବେଳେ ସାମି ବଳକା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଇଶାନ୍ତ ଶର୍ମାଙ୍କୁ ମ୍ୟାଚ ଏବଂ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା ।(ଏଜେନ୍ସୀ)

Categories
ଆଜିର ଖବର

ବିରାଟ କୋହଲିଙ୍କ 70 ତମ ଅନ୍ତରାଷ୍ଟ୍ରୀୟ ଶତକ : 175 ରନ୍‌ରେ ଆଗୁଆ ଭାରତ

କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍‌ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍‌ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍‌ ହରାଇ 283 ରନ୍‌ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍‌ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍‌ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଇଡେନ୍‌ ଦିବାରାତ୍ର ଟେଷ୍ଟ : ଇଶାନ୍ତଙ୍କୁ ପ୍ରଥମ ସଫଳତା

କୋଲକାତା,22/11 ଇଡେନ ଗାର୍ଡେନ୍‌ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍‌ରେ ଇଶାନ୍ତ ଶର୍ମାଙ୍କୁ ପ୍ରଥମ ସଫଳତା ମିଳିଛି । ଇଶାନ୍ତ ବାଂଲାଦେଶ ଓପ୍‌ନର ଇମରୁଲ କାଏସ୍‌ଙ୍କୁ ଲେଗବିଫୋର କରି ପ୍ରଥମ ସଫଳତା ହାସଲ କରିଥିଲେ । ମ୍ୟାଚ୍‌ର ସପ୍ତମ ଓଭରରେ କାଏସ୍‌ଙ୍କୁ ଆଉଟ କରିଥିଲେ ଇଶାନ୍ତ । ନବମ ଓଭର ଖେଳ ଶେଷ ସୁଦ୍ଧା ବାଂଲାଦେଶ 1 ଓ୍ବିକେଟ୍‌ ହରାଇ 16 ରନ୍‌ ସଂଗ୍ରହ କରିଛି ।(ଏଜେନ୍ସୀ)