Categories
ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ : ଜୈସ-ଏ-ମହମ୍ମଦର 5ଜଣ ଆତଙ୍କୀ ଗିରଫ

ଶ୍ରୀନଗର : ଗଣତନ୍ତ୍ର ଦିବସ ଅବସରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜୈସ-ଏ-ମହମ୍ମଦର ପାଞ୍ଚ ଆତଙ୍କବାଦୀଙ୍କୁ ଶ୍ରୀନଗର ପୋଲିସ ଗିରଫ କରିଛି । ଯାହାଦ୍ୱାରା ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଶ୍ରୀନଗର ପୁଲିସ୍‌। ଯାହାଫଳରେ ଆତଙ୍କବାଦୀଙ୍କ ସାଂଘାତିକ ଷଡଯନ୍ତ୍ର ଧରାପଡିଛି । ଏହି ଆତଙ୍କୀମାନେ ଗଣତନ୍ତ୍ର ଦିବସରେ ଆତ୍ମଘାତୀ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଆତଙ୍କୀମାନେ ଜାନୁଆରୀ 26ରେ ଗ୍ରେନେଡ୍‌ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । (ଏଜେନ୍ସି)