Categories
ଆଜିର ଖବର ମନୋରଂଜନ

ଜଲିଉଡ଼ ଚନ୍ଦନ ସମ୍ମାନ ଉତ୍ସବ ଉଦ୍‌ଯାପିତ, ସମ୍ମାନିତ ହେଲେ ୧୦୦ କଳାକାର ।

ଭୁବନେଶ୍ୱର,  ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ନୃତ୍ୟ, ଗୀତ, ସଂଳାପ, ଅଭିନୟର ମାହୋଲ ଦର୍ଶକମାନଙ୍କୁ ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଉଥିଲା ।

ଉଦ୍‌ଯାପନ ଉତ୍ସବରେ ଆମେରିକା ଗ୍ରୀନ୍ ବ୍ଲୁ ଫ୍ୟାମିଲ୍‌ର ଅଧ୍ୟକ୍ଷା ସେନ୍‌ସା, ୱି ଫର୍ ଗ୍ରୀନ୍ ବ୍ଲୁ ଅନୁଷ୍ଠାନର ସେକ୍ରେଟାରୀ ଜେନେରାଲ ନେସେରିନ୍‌, ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଶଶାଙ୍କ ଚୁଡ଼ାମଣି, ଚିନ୍ତା ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାସ, ପ୍ରଫେସର ଡଃ ଅଜୟ ସ୍ୱାଇଁ, ଡଃ ଜଗମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସନତ ଦାସ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ମଞ୍ଚ ଅପେରା କଳାକାରମାନଙ୍କୁ ସ୍ୱୀକୃତି ଦେବାରେ ଏକ ପ୍ରକୃଷ୍ଟ ଅନୁଷ୍ଠାନ ବୋଲି କହିଥିଲେ।

ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଆଗାମୀ ଦିନରେ କଳାକାରମାନଙ୍କ ପରିଚିତି ଦର୍ପଣ ନାମକ ଏକ ପୁସ୍ତକ ପ୍ରକାଶ କରାଯିବ । ଏଥିସହିତ ଭୁବନେଶ୍ୱରରେ କଳାକାରମାନଙ୍କ ରହଣି ପାଇଁ ଏକ ସରକାରୀ ବାସଭବନ ଓ ଗୃହ ନିର୍ମାଣ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ। ଏଥିସହିତ ଚଳଚ୍ଚିତ୍ର ଓ ସିରିଏଲ ଜଗତର କଳାକାରମାନଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଯେପରି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ କରଯାଉଛି, ଅନୁରୂପ ଭାବରେ ଅପେରା କଳାକାରମାନଙ୍କ ପାଇଁ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ ପାଇଁ ସରକାରଙ୍କ ନିକଟରେ ମଧ୍ୟ ଦାବି କରାଯିବ ।

ଏହି ଅବସରରେ ପ୍ରତ୍ୟେକ କଳାକାରଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ବଣ୍ଟନ କରାଯାଇ ଥିଲା ଓ ସେମାନେ ଯେଉଁ ଅଞ୍ଚଳକୁ ନାଟକ ପ୍ରଦର୍ଶନ କରିବାକୁ ଯିବେ, ସେଠାରେ ଥିବା ସ୍କୁଲ୍‌, କଲେଜ, କ୍ଲବ, ମନ୍ଦିର ପରିସରରେ ବୃକ୍ଷ ରୋପଣ ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ୫୦୦ କଳାକାର ଗ୍ରୀନ୍ ଆର୍ମିରେ ଯୋଗ ଦେବା ସହ ଆଜୀବନ ସଦସ୍ୟ ରହିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଅସମାପିକା ସାହୁ, କେଶବ ରାଉତ, ବିଶ୍ୱଜିତ୍ ଦାସ ଓ କିଷନ କୁମାରଙ୍କୁ ସମ୍ମାନିତ କରାଯାଇଥିଲା ।

Categories
ଆଜିର ଖବର ସଂସ୍କୃତି

ଜଲିଉଡ୍ ଆୱାର୍ଡ଼ ସମ୍ମାନ ଉତ୍ସବ: ନୃତ୍ୟ, ସଙ୍ଗୀତ ଓ ସଂଳାପର ମଧୁର ଝଙ୍କାରରେ କମ୍ପିଲା ଆସର

ଭୁବନେଶ୍ୱର, ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ। ଏକକ ଓ ଦଳଗତ ନୃତ୍ୟ, ଏକକ ଓ ଡ଼ୁଏଟ୍ ଭୀତ, ଏକକ ଓ ଡୁଏଟ୍ ସଂଳାପ ଉତ୍ସବକୁ ବହୁ ସମୟ ପାଇଁ ବାନ୍ଧି ରଖିଥିଲା।

ପ୍ରେରଣା ଗ୍ରୀନ୍ ଆର୍ମି ଓ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ଏହି ତୃତୀୟ ଦିବସ ସନ୍ଧ୍ୟାର ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଆଜି ଅପେରା ମନୋରଞ୍ଜନର ବଳିଷ୍ଠ ମାଧ୍ୟମରେ ପରିଣତ ହୋଇଛି। ବିଶେଷକରି ରାତି ଅନିଦ୍ରା ନହୋଇ ଘରେ ବସି ବିଭିନ୍ନ ଟିଭି ଚ୍ୟାନେଲରେ ଅପେରା ଦେଖିବାକୁ ଲୋକଙ୍କର ଆଗ୍ରହ ଦିନକୁ ଦିନ ବଢିଚାଲିଛି।

ଏଥିରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିିଂହ, ବାଘାଜତିନ ଗଣନାଟ୍ୟର ପ୍ରତିଷ୍ଠାତା ରବିନ୍ଦ୍ର କୁମାର ରାୟ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଓଡ଼ିଶା ବୀର ମହାସଂଘର ସଭାପତି ଡ଼କ୍ଟର ପ୍ରକାଶ ଶ୍ରୀଚନ୍ଦନ, ଗ୍ରୀନ୍ କମାଣ୍ଡାଣ୍ଟ ମୋନା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କୁ ନାଟ୍ୟ ଶିରୋମଣି, ସଞ୍ଜୟ ଭୋଳଙ୍କୁ ନାଟ୍ୟ ରତ୍ନ, ସଞ୍ଜୟ ମାଝୀଙ୍କୁ ନାଟ୍ୟ ଗୌରବ, ନମିତା ବେହେରା ଓ ପ୍ରିୟଙ୍କା ପ୍ରମୁଖ ୩୦ ଜଣ କଳାକାରଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଧ୍ୟାପକ ଅଜୟ ସ୍ୱାଇଁ, ବିଶ୍ୱଜିତ ବଳିଆରସିଂହ ପରିଚାଳନା କରିଥିଲେ। ଆସନ୍ତା ୧୪ ତାରିଖ ଦିନ ଏହି ଉତ୍ସବ ଉତ୍‌ଯାପିତ ହେବ।