Categories
ଆଜିର ଖବର ଖେଳ ଜାତୀୟ ଖବର

ଟି -୨୦ ବିଶ୍ୱକପରେ ଖେଳିବେ ନାହିଁ ଶାମି, ଋଷଭ ପନ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି: କଲେ ନିଶ୍ଚିତ ଜୟ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନ୍ ରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳି ପାରିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଶାମି ବର୍ତ୍ତମାନ ତାଙ୍କ ଗୋଡରେ ଆଘାତ ଯୋଗୁଁ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବାଂଲାଦେଶ ବିପକ୍ଷ ସିରିଜରୁ ଫେରିବେ।

ଶାମି ବ୍ୟତୀତ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ବାହାରିଛି। ଋଷଭ ୨୦୨୪ ଟି-୨୦ ବିଶ୍ଵକପ ୱାର୍ଲ୍ଡ ଖେଳିପାରନ୍ତି। ପନ୍ତଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ସେ ଭଲ ବ୍ୟାଟିଂ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆମେ ତାଙ୍କୁ ଶୀଘ୍ର ଫିଟ୍ ଘୋଷଣା କରିବୁ। ଯଦି ସେ ଆମ ପାଇଁ ଟି -୨୦ ବିଶ୍ୱକପ ଖେଳିପାରନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କଥା ହେବ।

ପ୍ରକାଶ ଯେ, ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ ଶାମି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ନିକଟରେ ଶାମି ତାଙ୍କ ଗୋଡରେ ଅସ୍ତ୍ରୋପଚାର କରିବାକୁ ବ୍ରିଟେନ ଯାଇଥିଲେ। ଶାମିଙ୍କ ବିଷୟରେ ଜୟ ଶାହା କହିଛନ୍ତି ଯେ, “ଶାମି ଅସ୍ତ୍ରୋପଚାର କରିଛନ୍ତି। ସେ ଭାରତ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପାଇଁ ଶାମିଙ୍କ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। କେ.ଏଲ ରାହୁଲଙ୍କୁ ଇଞ୍ଜେକ୍ସନ ଦରକାର, ସେ ପୁନଃ ଫିଟନେସ ପାଇଁ ଏନସିଏରେ ଅଛନ୍ତି।”

ଜୟ ଶାହା ବିଶ୍ୱାସ କରନ୍ତି ଯେ, ଋଷଭ ପନ୍ତଙ୍କ ପାଇଁ ଟି -୨୦ ବିଶ୍ୱକପ ଦଳର ଦ୍ୱାର ଖୋଲା ଅଛି। ସେ କହିଛନ୍ତି କେ, “ଯଦି ସେ ୱିକେଟ୍ କିପିଂ କରିପାରିବେ, ତେବେ ସେ ବିଶ୍ୱକପ୍ ଖେଳିପାରିବେ। ପ୍ରଥମେ ଆଇପିଏଲ୍ ୨୦୨୪ ରେ ସେ କିପରି ପ୍ରଦର୍ଶନ କରୁଛନ୍ତି ଦେଖିବା।”

ସୂଚନାଯୋଗ୍ୟ ଯେ, ଜିତେଶ ଶର୍ମା କିଛି ସମୟ ଧରି ଭାରତ ପାଇଁ କ୍ରମାଗତ ଭାବେ ଟି -୨୦ କ୍ରିକେଟ୍ ଖେଳୁଥିଲେ। କିଛି ସମୟ ପୂର୍ବରୁ ଜିତେଶ ଟି -୨୦ ବିଶ୍ୱକପ ଖେଳିବେ ବୋଲି ନିଶ୍ଚିତ କରାଯାଇଥିଲା। ଜିତେଶ ପ୍ରଥମ ବଲରୁ ବଡ ସଟ୍ ଖେଳିବାରେ ପାରଦର୍ଶୀ ଅଟନ୍ତି ଏବଂ ସେଥିପାଇଁ ତାଙ୍କୁ କ୍ରମାଗତ ଭାବରେ ଟି -୨୦ ଦଳରେ ଅନ୍ତର୍ଭୁକ୍ତ କରାଯାଉଥିଲା। ଯଦି ଋଷଭ ସମ୍ପୂର୍ଣ୍ଣ ଫିଟ୍ ହୋଇଯା’ନ୍ତି, ତେବେ ଏହା ଜିତେଶଙ୍କ ପାଇଁ ଏକ ଝଟକାଠାରୁ କମ୍ ହେବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଇଶାନ କିଶନ ଏବଂ ଆୟରଙ୍କ ବିଷୟରେ ଆସିଲା ଏହି ଦୁର୍ଭାଗ୍ୟଜନକ ରିପୋର୍ଟ, ବଢିପାରେ ସମସ୍ୟା

ନୂଆଦିଲ୍ଲୀ: ଅତୀତରେ ଟିମ୍ ଇଣ୍ଡିଆ ପାଇଁ ୱିକେଟ୍ କିପର ବାମହାତୀ ବ୍ୟାଟର ଇଶାନ୍ କିଶନ ବିବାଦରେ ଥିବା ସମସ୍ତ ଜାଣିଛନ୍ତି। ଯେତେବେଳେ ସେ ମାନସିକ ଥକ୍କା ଦର୍ଶାଇ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିଲେ, ସେତେବେଳେ ସେ ଦୁବାଇରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲେ। କିନ୍ତୁ ଯେତେବେଳେ କୋଚ୍ ରାହୁଲ ଦ୍ରାବିଡ଼ ତାଙ୍କୁ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ କହିଥିଲେ, ସେତେବେଳେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଟ୍ରେନିଂ ନେଉଥିବା ଦେଖିବାକୁ ପାଇଥିଲେ। ଯେତେବେଳେ ଇରଫାନ ପଠାନଙ୍କ ସମେତ ଗଣମାଧ୍ୟମ ପ୍ରଶ୍ନ ଉଠାଇଲେ, ସେତେବେଳେ ସେଠାରେ ବିବାଦ ଦେଖାଦେଇଥିଲା। ମାମଲା ଏପର୍ଯ୍ୟନ୍ତ ପହଞ୍ଚିଛି ଯେ, ବିସିସିଆଇ ସଚିବ ଜୟ ଶାହାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ତଥାପି, ବର୍ତ୍ତମାନ ଏହି ସମଗ୍ର ବିଷୟ ଏକ ଭିନ୍ନ ରଙ୍ଗ ନେଉଥିବା ଜଣାପଡିଛି।

ଗତ ରଣଜୀ ଟ୍ରଫି ରାଉଣ୍ଡରେ ଖେଳିବାକୁ ଇଶାନ କିଶାନଙ୍କ ସମେତ ସମସ୍ତ ଖେଳାଳିଙ୍କୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଇଶାନଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସେ ତାଙ୍କ ବ୍ୟାଟିଂର ବୈଷୟିକ ଦିଗ ଉପରେ କାମ କରୁଛନ୍ତି, କିନ୍ତୁ ଆୟରଙ୍କ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଅଣ୍ଟାରେ ସାମାନ୍ୟ ଯନ୍ତ୍ରଣା ରହିଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହି ବିବୃତ୍ତିରେ ବିସିସିଆଇ ଖୁସି ନୁହେଁ। ଖବର ଆସୁଛି ଯେ ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇପାରେ। ଫେବୃଆରୀ ମାସ ଚାଲିଛି ଏବଂ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ଯେକୌଣସି ସମୟରେ ସାମ୍ନାକୁ ଆସିପାରେ।

ଏକ ଅଗ୍ରଣୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ଉଭୟ ଇଶାନ ଏବଂ ଆୟରଙ୍କୁ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରୁ ବାଦ ଦିଆଯାଇପାରେ। ଏବଂ ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି, ରଣଜୀ ଟ୍ରଫିରୁ ଉଭୟ ଖେଳାଳିଙ୍କ ଅନୁପସ୍ଥିତି। ରିପୋର୍ଟ ଅନୁଯାୟୀ, ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ପ୍ରାୟ ୨୦୨୩-୨୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନାମ ଚୂଡ଼ାନ୍ତ କରିସାରିଛି। ଏବଂ ବିସିସିଆଇ ଏହାକୁ ଶୀଘ୍ର ଘୋଷଣା କରିବ। ଏବଂ ଯଦି ଏହି ରିପୋର୍ଟଟି ସତ୍ୟ ରୂପେ ପରିଣତ ହୁଏ, ତେବେ ଏହା ନିଶ୍ଚିତ ଭାବରେ ଏହି ଦୁଇ ତାରକା କ୍ରିକେଟରଙ୍କ କ୍ୟାରିଅରକୁ ପ୍ରଭାବିତ କରିବ। ସେପଟେ ଏହା ସମସ୍ତ କ୍ରିକେଟରଙ୍କୁ ମଧ୍ୟ ଏକ ବଡ଼ ବାର୍ତ୍ତା ଦେବ।

ଏଥି ସହିତ, ଆୟରଙ୍କ ନିକଟ ସୂତ୍ର ଅନୁଯାୟୀ, ଏହି ବ୍ୟାଟ୍ସମ୍ୟାନ୍ ଙ୍କ ଅଣ୍ଟାରେ ସାମାନ୍ୟ ସମସ୍ୟା ରହିଛି। ଏବଂ ଏହି କାରଣରୁ ସେ ଇଂଲଣ୍ଡର ଶେଷ ତିନୋଟି ଟେଷ୍ଟ ମ୍ୟାଚରୁ ଓହରି ଯାଇଥିଲେ। ଆୟରଙ୍କ ଅଭିଯୋଗ ପରେ ତାଙ୍କୁ ଦଳରେ ମନୋନୀତ କରାଯାଇନଥିଲା। ପ୍ରକାଶ ଯେ, ବୋର୍ଡର ସାମ୍ପ୍ରତିକ ଚୁକ୍ତିନାମା (୨୦୨୨-୨୩) ରେ ଉଭୟ ଆୟର ଏବଂ ଇଶାନ୍ ଯଥାକ୍ରମେ ବି ଏବଂ ସି ବର୍ଗରେ ଅଛନ୍ତି। ଏବଂ ଉଭୟ ବାର୍ଷିକ ୩ ଏବଂ ୧ କୋଟି ଟଙ୍କା ପାଉଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିସିସିଆଇ ସଚିବ ଜୟ ଶାହାଙ୍କ ଘୋଷଣା: ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ ରୋହିତ ଶର୍ମା

ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେବେ। ବିସିସିଆଇର ସଚିବ ଜୟ ଶାହା ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପ ପାଇଁ ଅଧିନାୟକ ଭାବେ ଘୋଷଣା କରିଛନ୍ତି। ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ରାହୁଲ ଦ୍ରାବିଡଙ୍କ କୋଚିଂ ଦାୟିତ୍ଵ ରହିବ।

ରୋହିତ ଶର୍ମାଙ୍କ ଦଳ ଟି -୨୦ ବିଶ୍ୱକପ ଜିତିବାରେ ନିଶ୍ଚିତ ଭାବେ ସଫଳ ହେବ ବୋଲି ଜୟ ଶାହା ଆଶା ପ୍ରକଟ କରିଛନ୍ତି। ଗତ ବର୍ଷର ODI ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଜୟ ଶାହା ଖୁସି ବ୍ୟକ୍ତ କରିଛନ୍ତି। ତେବେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Categories
ଫଟୋ ଖବର

ବିସିସିଆଇ ସଂପାଦକ ଜୟ ସାହା ସାରଜାହା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି

ବିସିସିଆଇ ସଂପାଦକ ଜୟ ସାହା ସାରଜାହା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି