Categories
ଆଜିର ଖବର ଜାତୀୟ ଖବର ସିନେମା

ପରଲୋକରେ ଟଲିଉଡ୍‌ର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡି

ହାଇଦ୍ରାବାଦ :  ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ତେହାନ୍ତ ହୋଇଥିବାର ସୂଚନା ରହିଛି । ଲୋକପ୍ରିୟ ଟଲିଉଡ୍‌ କଳାକାରଙ୍କ ପରଲୋକରେ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଶୋକପ୍ରକଟ କରିଛନ୍ତି ।

ତେଲୁଗୁ ଫିଲ୍ମ ‘ବହ୍ମପୁତ୍ରୁଡୁ’ର ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଜୟପ୍ରକାଶ ରେଡ୍ଡି ଜଣେ ଥିଏଟର କଳାକାର ରୂପେ ବେଶ୍‌ ପରିଚିତ ।  ’ପ୍ରେମିଚୁକୁଣ୍ଡମ ରା, ଗବ୍ବର ସିଂ, ଚେନ୍ନାକେଶବାରେଡ୍ଡି, ସୀଥାୟା, ଟେମ୍ପର୍‌, ସମରସିମା ରେଡ୍ଡି, , ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି, କିକ୍‌ ପରି ବହୁ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଜୟପ୍ରକାଶ ରେଡ୍ଡି । ଅଲ୍ଲାଗଡ୍ଡା ଜିଲ୍ଲାର ଜୟପ୍ରକାଶ ନିଜର ହାସ୍ୟତ୍ମକ ରୋଲ୍‌ ପାଇ ବେଶ୍‌ ପରିଚିତି ହାସିଲ କରିଥିଲେ । ଶେଷଥର ପାଇଁ ଜୟପ୍ରକାଶ ରେଡ୍ଡୀ ମହେଶ ବାବୁଙ୍କ ଚଳଚ୍ଚିତ୍ର ସରେଇଲେରୁ ନିକେଭାରୁରେ ନଜର ଆସିଥିଲେ।