Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଝାରସୁଗୁଡ଼ାରେ 11,782 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା (i) ସିଆଇଏଲ୍‌ ଓ ଗେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି (ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ୍‌ ପ୍ରକଳ୍ପ) ଏବଂ ସିଆଇଏଲ୍‌ ଓ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥାପନ ।

ସିଆଇଏଲ୍‌ ଦ୍ୱାରା ନିମ୍ନୋକ୍ତ ଇକ୍ୟୁଟି ନିବେଶ ପ୍ରକଳ୍ପକୁ ସିସିଇଏ ଅନୁମୋଦନ କରିଛି ।

କ.) ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ ମୋଟ୍‌ 13,052.81 କୋଟି ଟଙ୍କା (±25%ର ସଠିକତା)ର ଆନୁମାନିକ ପ୍ରକଳ୍ପ ପୁଞ୍ଜି ବ୍ୟୟରେ ପ୍ରସ୍ତାବିତ କୋଇଲାରୁ ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ (ଏସଏନଜି) ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଯୌଥ ଉଦ୍ୟୋଗ କମ୍ପାନୀରେ 70:30 ଋଣ-ଇକ୍ୟୁଟି ଅନୁପାତ ଏବଂ 51% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ ସିଆଇଏଲ ଦ୍ୱାରା 1,997.08 କୋଟି ଟଙ୍କା (±25%)ର ଇକ୍ୟୁଟି ପୁଞ୍ଜି ନିବେଶ।

ଖ.) ସିଆଇଏଲ ଏବଂ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ୍‌)ର ଲଖନପୁର ଅଞ୍ଚଳରେ 11,782.05 କୋଟି ଟଙ୍କା (±25%ର ସଠିକତା)ର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ (ଏଏନ) ପ୍ରକଳ୍ପ ପାଇଁ ଯୌଥ ଉଦ୍ୟୋଗରେ 70:30 ଋଣ-ଇକ୍ୟୁଟୀ ଅନୁପାତ ଏବଂ 51% ଇକ୍ୟୁଟୀ ନିବେଶକୁ ବିଚାରକୁ ନେଇ ସିଆଇଏଲ୍‌ ଦ୍ୱାରା 1,802.56 କୋଟି (± 25%) ଟଙ୍କାର ଇକ୍ୟୁଟୀ ନିବେଶ।

ଗ.) ଉପରୋକ୍ତ ବିନ୍ଦୁ (କ) ଅନୁଯାୟୀ ସିଆଇଏଲ୍-ଗେଲ୍ ର ଯୌଥ ଉଦ୍ୟୋଗରେ ଏବଂ ଉପରୋକ୍ତ ବିନ୍ଦୁ (ଖ) ଅନୁଯାୟୀ ସିଆଇଏଲ୍-ଭେଲ୍‌ର ଯୌଥ ଉଦ୍ୟୋଗରେ ନିଜ ନିଟ୍ ସମ୍ପତ୍ତିର 30% ରୁ ଅଧିକ ଇକ୍ୱିଟି ନିବେଶ ପାଇଁ ସିଆଇଏଲ୍‌କୁ ଅନୁମତି।

2030 ସୁଦ୍ଧା 100 ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଆତ୍ମନିର୍ଭରଶୀଳତା ଓ ଇନ୍ଧନ ସ୍ୱାଧୀନତାର ଦ୍ୱୈତ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ) ଦୁଇଟି କୋଇଲା ବାଷ୍ପୀକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ –

କ.) 70:30 ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 13,052.81 କୋଟି (±25%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସଏନଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଓ ଗେଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଖ.) 70:30 ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 11,782.05 କୋଟି (±25%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ର ଲଖନପୁର ଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ୍‌ ଏବଂ ସିଆଇଏଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ୨୪୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଠିକା କାର୍ଯ୍ୟ ବିଏଚ୍‌ଇଏଲ୍ କୁ ପ୍ରଦାନ କଲା ଏନ୍‌ଏଲ୍‌ସିଆଇଏ ଲ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ ଆଇସିବି ମାଧ୍ୟମରେ ପ୍ରତିଯୋଗିତାମୂଳକ ଟେଣ୍ଡର ଆହ୍ୱାନ କରିବା ପରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୨୪୦୦ ମେଗାୱାଟ କ୍ଷମତା (୩ x  ୮୦୦ ମେଗାୱାଟ୍ – ପର୍ଯ୍ୟାୟ ୧) ବିଶିଷ୍ଟ ପିଟ୍ ହେଡ୍ ଗ୍ରୀନ୍ ଫିଲ୍ଡ ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାକୁ ବିଏଚଇଏଲ୍ (ଭେଲ୍‌) କୁ ଇପିସି ଠିକା କାର୍ଯ୍ୟ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ। ୨୪୦୦ ମେଗାୱାଟ୍ ବିଦ୍ୟୁତ୍ ନିମନ୍ତେ ଚୁକ୍ତି ତାମିଲନାଡୁ, ଓଡ଼ିଶା, କେରଳ ଓ ପୁଡୁଚେରୀ ରାଜ୍ୟ ସହିତ କରାଯାଇଛି ଏବଂ ଏଥିପାଇଁ ପିପିଏ ପୂର୍ବରୁ ନିଷ୍ପାଦିତ ହୋଇସାଇଛି।

ବଏଲର, ଟର୍ବାଇନ୍‌, ଜେନେରେଟର, ପ୍ଲାଣ୍ଟର ସନ୍ତୁଳନ, ଏଫଜିଡି ଏବଂ  ୩ x  ୮୦୦ ମେଗାୱାଟ୍ – ୨୪୦୦ ମେଗାୱାଟ ପର୍ଯ୍ୟାୟ -୧ ପାଇଁ ଏସସିଆର ଭଳି ଯନ୍ତ୍ରପାତିର ଇଞ୍ଜିନିୟରିଂ, ଉତ୍ପାଦନ, ଯୋଗାଣ, ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବା ଏଥିରେ ଅନ୍ତର୍ଭୁକ୍ତ।

ଏହି ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଓଡ଼ିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଥିବା ଏନ୍‌ଏଲ୍‌ସିଆଇଏଲର ବାର୍ଷିକ ୨୦ ନିୟୁତ ଟନ୍ (ଏମ୍‌ଟିପିଏ) କ୍ଷମତା ବିଶିଷ୍ଟ ତଳବିରା – ୨ ଓ ୩ ଖଣିରୁ କୋଇଲା ଯୋଗାଣ କରାଯିବ। ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ହୀରାକୁଦ ଜଳଭଣ୍ଡାରରୁ ସଂଯୋଗ କରାଯାଇ ଉତ୍ପାଦିତ ବିଦ୍ୟୁତ୍‌କୁ ଆଇଏସ୍‌ଟି ଓ ଏସ୍‌ଟିୟୁ ନେଟୱାର୍କ ଜରିଆରେ ସ୍ଥାନାନ୍ତର କରାଯିବ।

ଏମଓଇଏଫ୍ ଗାଇଡଲାଇନ (ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ମାର୍ଗଦର୍ଶିକା) ପୂରଣ କରିବା ପାଇଁ ଏହି ପ୍ରକଳ୍ପ ଏଫଜିଡି ଏବଂ ଏସସିଆର ପରି ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ଆଣିବ। ବାୟୋ ମାସ୍ ହ୍ୟାଣ୍ଡଲିଂ ସିଷ୍ଟମ ସହିତ ଶକ୍ତି ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ  ସବୁଜ ପଦକ୍ଷେପର ଏକ ଅଂଶ ଭାବରେ ବାୟୋ ମାସ୍‌ର କୋ ଫାୟାରିଂ ପାଇଁ ବଏଲର ଡିଜାଇନ୍ କରାଯିବ।

ଏହି ପ୍ରକଳ୍ପର ପ୍ରଥମ ୟୁନିଟ୍ ୨୦୨୮ – ୨୯ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏହା ପିଟ୍ ହେଡ୍ ତାପଜ ପ୍ରକଳ୍ପ ହୋଇଥିବାରୁ ଏହାର ପରିବର୍ତ୍ତନଶୀଳ ମୂଲ୍ୟ ପ୍ରତିଯୋଗିତାମୂଳକ ହେବ ଏବଂ ଏନଏଲସି ଇଣ୍ଡିଆ କମ୍ ମୂଲ୍ୟରେ ବିଜୁଳି ଉତ୍ପାଦନ କରିବ ଏବଂ ଏହାର ହିତାଧିକାରୀ ମାନଙ୍କୁ କମ୍ ମୂଲ୍ୟରେ ପ୍ରଦାନ କରିବ।