Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାରସୁଗୁଡ଼ାରେ 11,782 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ
ଆଜିର ଖବର

ଝାରସୁଗୁଡ଼ାରେ 11,782 କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

January 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ
ଭାରତର ରପ୍ତାନି ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ପାଇଁ 25,060 କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା (i) ସିଆଇଏଲ୍‌ ଓ ଗେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି (ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ୍‌ ପ୍ରକଳ୍ପ) ଏବଂ ସିଆଇଏଲ୍‌ ଓ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥାପନ ।

ସିଆଇଏଲ୍‌ ଦ୍ୱାରା ନିମ୍ନୋକ୍ତ ଇକ୍ୟୁଟି ନିବେଶ ପ୍ରକଳ୍ପକୁ ସିସିଇଏ ଅନୁମୋଦନ କରିଛି ।

କ.) ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ ମୋଟ୍‌ 13,052.81 କୋଟି ଟଙ୍କା (±25%ର ସଠିକତା)ର ଆନୁମାନିକ ପ୍ରକଳ୍ପ ପୁଞ୍ଜି ବ୍ୟୟରେ ପ୍ରସ୍ତାବିତ କୋଇଲାରୁ ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ (ଏସଏନଜି) ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଯୌଥ ଉଦ୍ୟୋଗ କମ୍ପାନୀରେ 70:30 ଋଣ-ଇକ୍ୟୁଟି ଅନୁପାତ ଏବଂ 51% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ ସିଆଇଏଲ ଦ୍ୱାରା 1,997.08 କୋଟି ଟଙ୍କା (±25%)ର ଇକ୍ୟୁଟି ପୁଞ୍ଜି ନିବେଶ।

ଖ.) ସିଆଇଏଲ ଏବଂ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ୍‌)ର ଲଖନପୁର ଅଞ୍ଚଳରେ 11,782.05 କୋଟି ଟଙ୍କା (±25%ର ସଠିକତା)ର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ (ଏଏନ) ପ୍ରକଳ୍ପ ପାଇଁ ଯୌଥ ଉଦ୍ୟୋଗରେ 70:30 ଋଣ-ଇକ୍ୟୁଟୀ ଅନୁପାତ ଏବଂ 51% ଇକ୍ୟୁଟୀ ନିବେଶକୁ ବିଚାରକୁ ନେଇ ସିଆଇଏଲ୍‌ ଦ୍ୱାରା 1,802.56 କୋଟି (± 25%) ଟଙ୍କାର ଇକ୍ୟୁଟୀ ନିବେଶ।

ଗ.) ଉପରୋକ୍ତ ବିନ୍ଦୁ (କ) ଅନୁଯାୟୀ ସିଆଇଏଲ୍-ଗେଲ୍ ର ଯୌଥ ଉଦ୍ୟୋଗରେ ଏବଂ ଉପରୋକ୍ତ ବିନ୍ଦୁ (ଖ) ଅନୁଯାୟୀ ସିଆଇଏଲ୍-ଭେଲ୍‌ର ଯୌଥ ଉଦ୍ୟୋଗରେ ନିଜ ନିଟ୍ ସମ୍ପତ୍ତିର 30% ରୁ ଅଧିକ ଇକ୍ୱିଟି ନିବେଶ ପାଇଁ ସିଆଇଏଲ୍‌କୁ ଅନୁମତି।

2030 ସୁଦ୍ଧା 100 ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଆତ୍ମନିର୍ଭରଶୀଳତା ଓ ଇନ୍ଧନ ସ୍ୱାଧୀନତାର ଦ୍ୱୈତ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ) ଦୁଇଟି କୋଇଲା ବାଷ୍ପୀକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ –

କ.) 70:30 ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 13,052.81 କୋଟି (±25%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସଏନଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଓ ଗେଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଖ.) 70:30 ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 11,782.05 କୋଟି (±25%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ର ଲଖନପୁର ଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ୍‌ ଏବଂ ସିଆଇଏଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

bhel jharasuguda MCL Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.