Categories
ଆଜିର ଖବର

ନିର୍ବାଚନରେ ବିଜୟ ନେଇ ହେମନ୍ତ ସୋରେନ୍‌ଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍‌-ଆରଜେଡି ମହାମେଣ୍ଟ ରାଜ୍ୟରେ ଥିବା ବିଜେପି ସରକାରକୁ କଡ୍ଡା ଟକ୍କର ଦେଇ  ବିଜୟୀ ହୋଇଛନ୍ତି। ନିର୍ବାଚନ ପରିଣାମ ଆସିବା ପରେ ଜେଏମଏମ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ସ୍ପଷ୍ଟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୋରେନ୍‌ଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ବିଜୟ ପାଇଁ ହେମନ୍ତ ସୋରନେ୍‌ ଓ ଜେଏମ୍‌ଏମ୍‌ର ନେତୃତ୍ବ ନେଉଥିବା ସମସ୍ତ ମହାମେଣ୍ଟକୁ ଶୁଭକାମନା। ରାଜ୍ୟରେ ସେବା କରିବା ନିମେନ୍ତ ଶୁଭକାମନା। ଆଉ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଝାଡଖଣ୍ଡ ଲୋକଙ୍କୁ ଧନ୍ୟବାଦ ଯେ, ବିଜେପିକୁ କିଛି ବର୍ଷ ସେବା କରିବାକୁ ସୁଯୋଗ ଦେଇଥିବାରୁ। ବିଜେପି ଆଗାମୀ ସମୟରେ ମଧ୍ୟ ଝାଡଖଣ୍ଡର ସେବା କରିବା ସହିତ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବ। (ଏଜେନ୍ସି)

Categories
ଆଜିର ଖବର

ବିଜେପିର ଆକ୍ରମକ ପ୍ରଚାରକୁ ଜନତାଙ୍କ ପ୍ରତ୍ୟାଖାନ : ଅରବିନ୍ଦ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍‌-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍‌ରୀଓ୍ବାଲ କହିଛନ୍ତି। ଆମ୍‌ ଆଦ୍‌ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଜେଏମଏମ୍‌ ନେତା ହେମନ୍ତ ସୋରେନ୍‌ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍‌ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)

Categories
ଆଜିର ଖବର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟର ୨୦ଟି ଆସନ ପାଇଁ ମତଦାନ ଜାରି

ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)