ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟର ୨୦ଟି ଆସନ ପାଇଁ ମତଦାନ ଜାରି

Published: Dec 7, 2019, 8:33 am IST

ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)

Related posts