Categories
ଆଜିର ଖବର

ଟାଇମ୍‌ ପତ୍ରିକାର ପର୍ସନ୍‌ ଅଫ୍‌ ଦ ଇଅର 2020 ହେଲେ ଜୋ ବାଇଡେନ୍‌ ଓ କମଲା ହାରିସ୍‌

ନ୍ୟୁୟର୍କ : ଲୋକପ୍ରିୟ  ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିାଇଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର 2020 ‘ ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରିବା ସହ ସାରା ଦୁନିଆକୁ  ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି ଦେଖାଇଛନ୍ତି ବୋଲଇ କହିଛନ୍ତି ଟାଇମ୍‌ର ସମ୍ପାଦକ ଏଡଓ୍ବାର୍ଡ ।

ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ  ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି  ଟାଇମର ସମ୍ପାଦକ ।  ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍ ଅଫ୍ ଦି ଇୟର ଭାବରେ ଚୟନ କରିଛି ।

ସେହିପରି କରୋନା କାଳରେ ଲୋକପ୍ରିୟ ହୋଇଥିବା ଜୁମ୍‌ ଆପ୍‌ର ସିଇଓଙ୍କୁ ମଧ୍ୟ ଟାଇମ୍‌ ବିଜିନେସପର୍ସନ୍‌ ଅଫ୍‌ ଦ ଇଅର ଭାବେ ନିର୍ବାଚିତ କରିଛନ୍ତି । କରୋନା ମହାମାରୀ ସମୟରେ ଅଫିସ୍ କେବଳ ଜୁମ୍ ମାଧ୍ୟମରେ କାମ କରିନଥିଲା , ପରିବାର ମଧ୍ୟ ପରସ୍ପର ସହ ସଂଯୁକ୍ତ ରହିବାକୁ ସକ୍ଷମ ହୋଇଥିଲେ।

1927 ମସିହାରୁ ଆରମ୍ଭ ହୋଇଥିବା ଏହି ଆଓ୍ବାର୍ଡ ପ୍ରତିବର୍ଷ ପ୍ରଦାନ କରାଯାଇଥିଲା । ତେବେ ଏହା ପୂର୍ବରୁ ସ୍ପେସିଆଲୀ ଇନ୍‌ଫ୍ଲୁଏନ୍ସ ପର୍ସନ ଅଫ୍‌ ଦ ଇଅର ରୂପେ ରହିଥିଲା । 2019 ମସିହାରେ ଏହି ସମ୍ମାନ ସମାଜସେବୀ ଗ୍ରେଟା ଥନବର୍ଗଙ୍କୁ ମିଳିଥିଲା ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ୍ ଓ ବିଡେନ୍‌ଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ  କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ 223ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 148 ଇଲେକ୍ଟୋରାଲ୍ ଭୋଟ୍ ।ପ୍ରାଥମିକ ପର୍ଯ୍ୟାୟରେ ଗଣତିରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ତେବେ ଆସନ୍ତୁ ଜାଣିବା ଟ୍ରମ୍ପ୍‌ ଓ ବିଡେନ୍‌ କେଉଁ କେଉଁ ରାଜ୍ୟ ଜିତିଛନ୍ତି । ତେବେ ଏବେସୁଦ୍ଧା 41ଟି ରାଜ୍ୟର ଫଳାଫଳ ଆସିଥିବାବେଳେ ମାତ୍ର 9ଟି ରାଜ୍ୟର ଫଳାଫଳ ଆସିବାକୁ ବାକି ରହିଛି । ପେନ୍‌ସ୍ଲେଭିଆ ଓ ଜର୍ଜିଆରେ ଟ୍ରମ୍ପ୍‌ ଆଗୁଆ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ୍‌ ଫ୍ଲୋରିଡା, ସାଉଥ୍‌ ଡାକଟୋ, ମିସୌରୀ, ଲୁହସନିଆ, ନେବ୍ରାସ୍କା, ନର୍ଥ ଡାକ୍ଟୋ, ଅରକାନ୍ସ, ଅଲବାମା, ମିସିସିପି, ଓକ୍ଲାହୋମା, ଟେନେସି, କେଣ୍ଟକୀ, ଓ୍ବେଷ୍ଟ ଭର୍ଜିନିଆ, ଓ୍ବୋମିଙ୍ଗ, ଇଣ୍ଡିଆନା, ଟେକ୍ସାସ, ସାଉଥ୍‌ କ୍ୟାରେଲିନା ଓ ଆକ୍ଲାହୋମା ପ୍ରମୁଖ ରାଜ୍ୟ ଜିତିଥିବାର ସୂଚନା ରହିଛି । ସେହିପରି ଭର୍ଜିନିଆ, କାଲିଫର୍ଣ୍ଣିଆ, କାଲୋରାଡା, ନ୍ୟୁ ହେମ୍ପସାୟର୍‌ଏ ଡିଷ୍ଟିକ୍ଟ ଅଫ୍‌ କଲମ୍ବିଆ, ନ୍ୟୁୟର୍କ, ଓ୍ବମୋର୍ଟ, କନୋକିଟ୍ଟ, ଡେଲାଓ୍ବେୟର, ଇଲିନୋଇସ୍‌, ମେରୀଲାଣ୍ଡ, ମୈସାଚୁସେଟସ୍‌, ନ୍ୟୁଜର୍ସି ଓ ରୋଡ୍‌ ଆଇଲାଣ୍ଡ ପ୍ରମୁଖ ରାଜ୍ୟ ବାଇଡେନ୍‌ଙ୍କଭାଗରେ ପଡିଛି ।

ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି ।

ମତଗଣନା ପୂର୍ବରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୟୁଏସ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଆଖପାଖ ଅଂଚଳରେ ଯାଉଥିବା ଲୋକଙ୍କୁ ଉପରେ ମଧ୍ୟ ନଜର ରଖାଯାଉଛି । (ଏଜେନ୍ସି)