ଟାଇମ୍‌ ପତ୍ରିକାର ପର୍ସନ୍‌ ଅଫ୍‌ ଦ ଇଅର 2020 ହେଲେ ଜୋ ବାଇଡେନ୍‌ ଓ କମଲା ହାରିସ୍‌

Published: Dec 11, 2020, 11:58 am IST

ନ୍ୟୁୟର୍କ : ଲୋକପ୍ରିୟ  ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିାଇଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର 2020 ‘ ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରିବା ସହ ସାରା ଦୁନିଆକୁ  ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି ଦେଖାଇଛନ୍ତି ବୋଲଇ କହିଛନ୍ତି ଟାଇମ୍‌ର ସମ୍ପାଦକ ଏଡଓ୍ବାର୍ଡ ।

ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ  ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି  ଟାଇମର ସମ୍ପାଦକ ।  ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍ ଅଫ୍ ଦି ଇୟର ଭାବରେ ଚୟନ କରିଛି ।

ସେହିପରି କରୋନା କାଳରେ ଲୋକପ୍ରିୟ ହୋଇଥିବା ଜୁମ୍‌ ଆପ୍‌ର ସିଇଓଙ୍କୁ ମଧ୍ୟ ଟାଇମ୍‌ ବିଜିନେସପର୍ସନ୍‌ ଅଫ୍‌ ଦ ଇଅର ଭାବେ ନିର୍ବାଚିତ କରିଛନ୍ତି । କରୋନା ମହାମାରୀ ସମୟରେ ଅଫିସ୍ କେବଳ ଜୁମ୍ ମାଧ୍ୟମରେ କାମ କରିନଥିଲା , ପରିବାର ମଧ୍ୟ ପରସ୍ପର ସହ ସଂଯୁକ୍ତ ରହିବାକୁ ସକ୍ଷମ ହୋଇଥିଲେ।

1927 ମସିହାରୁ ଆରମ୍ଭ ହୋଇଥିବା ଏହି ଆଓ୍ବାର୍ଡ ପ୍ରତିବର୍ଷ ପ୍ରଦାନ କରାଯାଇଥିଲା । ତେବେ ଏହା ପୂର୍ବରୁ ସ୍ପେସିଆଲୀ ଇନ୍‌ଫ୍ଲୁଏନ୍ସ ପର୍ସନ ଅଫ୍‌ ଦ ଇଅର ରୂପେ ରହିଥିଲା । 2019 ମସିହାରେ ଏହି ସମ୍ମାନ ସମାଜସେବୀ ଗ୍ରେଟା ଥନବର୍ଗଙ୍କୁ ମିଳିଥିଲା ।

Related posts