Categories
ଆଜିର ଖବର

ଟାଇମ୍‌ ପତ୍ରିକାର ପର୍ସନ୍‌ ଅଫ୍‌ ଦ ଇଅର 2020 ହେଲେ ଜୋ ବାଇଡେନ୍‌ ଓ କମଲା ହାରିସ୍‌

ନ୍ୟୁୟର୍କ : ଲୋକପ୍ରିୟ  ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିାଇଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର 2020 ‘ ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରିବା ସହ ସାରା ଦୁନିଆକୁ  ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି ଦେଖାଇଛନ୍ତି ବୋଲଇ କହିଛନ୍ତି ଟାଇମ୍‌ର ସମ୍ପାଦକ ଏଡଓ୍ବାର୍ଡ ।

ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ  ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି  ଟାଇମର ସମ୍ପାଦକ ।  ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍ ଅଫ୍ ଦି ଇୟର ଭାବରେ ଚୟନ କରିଛି ।

ସେହିପରି କରୋନା କାଳରେ ଲୋକପ୍ରିୟ ହୋଇଥିବା ଜୁମ୍‌ ଆପ୍‌ର ସିଇଓଙ୍କୁ ମଧ୍ୟ ଟାଇମ୍‌ ବିଜିନେସପର୍ସନ୍‌ ଅଫ୍‌ ଦ ଇଅର ଭାବେ ନିର୍ବାଚିତ କରିଛନ୍ତି । କରୋନା ମହାମାରୀ ସମୟରେ ଅଫିସ୍ କେବଳ ଜୁମ୍ ମାଧ୍ୟମରେ କାମ କରିନଥିଲା , ପରିବାର ମଧ୍ୟ ପରସ୍ପର ସହ ସଂଯୁକ୍ତ ରହିବାକୁ ସକ୍ଷମ ହୋଇଥିଲେ।

1927 ମସିହାରୁ ଆରମ୍ଭ ହୋଇଥିବା ଏହି ଆଓ୍ବାର୍ଡ ପ୍ରତିବର୍ଷ ପ୍ରଦାନ କରାଯାଇଥିଲା । ତେବେ ଏହା ପୂର୍ବରୁ ସ୍ପେସିଆଲୀ ଇନ୍‌ଫ୍ଲୁଏନ୍ସ ପର୍ସନ ଅଫ୍‌ ଦ ଇଅର ରୂପେ ରହିଥିଲା । 2019 ମସିହାରେ ଏହି ସମ୍ମାନ ସମାଜସେବୀ ଗ୍ରେଟା ଥନବର୍ଗଙ୍କୁ ମିଳିଥିଲା ।

Categories
ଆଜିର ଖବର

ଟାଇମ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟାଇମ ମାଗାଜିନ୍ସର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ରାଜନେତା, ବ୍ୟବସାୟୀ, ଅଭିନେତା ଏବଂ ସମାଜସେବୀଙ୍କୁ ସାମିଲ କରାଯାଇଥାଏ। ଅମ୍ବାନୀଙ୍କ ବ୍ୟତିତ ଦୁଇ ସାମାଜିକ କର୍ମୀ ଅରୁନ୍ଧତି କାଟ୍‌ଜୁ ଏବଂ ମେନକା ଗୋସ୍ବାମୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଧର୍ମଗୁରୁ ଦଲାଇ ଲାମା, ଅଭିନେତା ଡ୍ବେନ୍‌ଜନ୍‌ସନ୍‌, ଡୋନାଲ୍ଡ ଟ୍ରମ୍ପ, ଜି ଜିନ୍‌ପିଙ୍ଗ, ଇମ୍ରାନ୍‌ଖାନ୍‌, ଟାଇଗର ଉଡ୍ସ ଏବଂ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମ୍ବାନୀଙ୍କ ବିଷୟରେ ଟାଇମ୍‌ମାଗାଜିନ୍‌ରେ ଲେଖିଥିଲେ ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ନିଜ ନିବନ୍ଧରେ ଅମ୍ବାନୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ତାଙ୍କର ବ୍ୟବସାୟିକ ଚିନ୍ତାଧାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। କମ୍ ଖର୍ଚ୍ଚରେ ଭାରତୀୟଙ୍କୁ ୪ଜି ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଜିଓକୁ ବର୍ତ୍ତମାନ ୨୮ କୋଟି ଭାରତୀୟଙ୍କ ପାଖରେ ପହଞ୍ଚାଇବା ଅମ୍ବାନୀଙ୍କ କୃତିତ୍ବ ବୋଲି ମହିନ୍ଦ୍ରା ଲେଖିଛନ୍ତି। ୨୦୦୩ରେ ଅମ୍ବାନୀ ନିଜ କମ୍ପାନୀର ଟ୍ୟାଗ୍‌ଲାଇନ୍‌ରଖିଥିଲେ ‘ଦୁନିଆକୁ ହାତ ମୁଠାରେ ରଖିବା’ ଏହାକୁ ହାସଲ କରିବା ପାଇଁ ନିୟମିତ ପ୍ରଚେଷ୍ଟା ଜାରି ରଖିଛନ୍ତି ଅମ୍ବାନୀ। ସେହିପରି ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ପାଇଁ ଲଢୁଥିବା  ତଥା ଧାରା ୩୭୭ ଉଚ୍ଛେଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ସାମାଜିକ କର୍ମୀଙ୍କ ପାଇଁ ନିବନ୍ଧ ଲେଖିଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ ଅଭିନେତା ଡ୍ବେନ୍‌ଜନ୍‌ସନ୍‌ଙ୍କ ପାଇଁ ନିବନ୍ଧ ଲେଖିଥିଲେ ଓଣ୍ଡର ଓମ୍ୟାନ୍‌ ଅଭିନେତ୍ରୀ ଗା୍‌ଲ ଗାଡୋଟ୍‌।