Categories
ଆଜିର ଖବର

ଜନସନ୍‌ ବେବି ପାଉଡର୍‌କୁ ମିଳିଲା ଗ୍ରୀନ୍‌ ସିଗନାଲ୍‌

ଭାରତରେ ପୁଣି ଜନସନ୍ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡ଼ର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବେବି ପାଉଡ଼ରରେ କ୍ୟାନସର ତତ୍ୱ ଥିବା ଅଭିଯୋଗ ପରେ ଯାଞ୍ଚ ପାଇଁ ବିଭିନ୍ନ ୟୁନିଟ୍ ତଥା ବିତରକଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ପରୀକ୍ଷା ପରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡ଼ରରେ କୌଣସି ହାନିକାରକ ତତ୍ତ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ।  ଯାଞ୍ଚ ପରେ ଏଥିରୁ ଏହି ତତ୍ତ୍ଵ ନ ମିଳିବା ପରେ ଭାରତରେ ପୁଣି ଥରେ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି ।  ୧୯୭୧ ଠାରୁ ୨୦୦୦ ମସିହା ମଧ୍ୟରେ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ଥିବାର ଅଭିଯୋଗ କରାଯାଇଥିଲା । ଏହାଦ୍ୱାରା ଆମେରିକା ଶେୟାର ବଜାରରେ କମ୍ପାନୀର ଅଂଶଧନ ହ୍ରାସ ପାଇଥିଲା ।