Categories
ଆଜିର ଖବର

ଜୁଲିଆନ ଆସାଞ୍ଜ ଗିରଫ

ଓ୍ବିକିଲିକ୍ସର ସହ ପ୍ରତିଷ୍ଠାତା ଜୁଲିଆନ୍‌ ଆସାଞ୍ଜଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ଆସାଞ୍ଜଙ୍କୁ ଲଣ୍ଡନ ସ୍ଥିତ ଇକ୍ବେଡର ଦୂତାବାସରେ ଗିରଫ କରାଯାଇଛି। ସ୍ବିଡେନକୁ ପତ୍ୟର୍ପିତ ହେବା ଭୟରେ ଆସାଞ୍ଜ ଦୀର୍ଘ ୭ ବର୍ଷ ହେବ ଇକ୍ବେଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସ୍ବିଡେନ୍‌ରେ ଆସାଞ୍ଜଙ୍କ ବିରୋଧରେ ଏକ ଯୌନ ଶୋଷଣ ମାମଲା ଦାୟର ହୋଇଥିଲା। କେସ୍‌ଟି ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇ ନଥିବାରୁ ଜାମିନ ପାଇଁ ଆସାଞ୍ଜଙ୍କୁ କୋର୍ଟରେ ହାଜର ହେବାର ଥିଲା। ମାତ୍ର କୋର୍ଟରେ ହାଜର ନହୋଇଥିବାରୁ ଆସାଞ୍ଜଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ସେହିପରି ଏହି ଘଟଣା ପରେ ଇକ୍ବେଡର ଜୁଲିଆନ ଆସାଞ୍ଜଙ୍କ ସୁରକ୍ଷାକୁ ଋଦ୍ଦ କରିଛି। ଇକ୍ବେଡର ରାଷ୍ଟ୍ରପତି ଲେନିନ୍‌ ମରେନୋ କହିଛନ୍ତି, ନିୟମିତ ଆନ୍ତର୍ଜାତିକ ନିୟମ ଭଙ୍ଗ କରିଥିବାରୁ ଆସାଞ୍ଜଙ୍କ ସୁରକ୍ଷା ଋଦ୍ଦ କରାଯାଇଛି।