Categories
ଆଜିର ଖବର ଜାତୀୟ ଖବର

ରାଜନୀତିରେ ପରିବାରବାଦ ଜାମ୍ମୁ କାଶ୍ମୀରକୁ ଫମ୍ପା କରିଦେଇଛି: ଡୋଡା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ

ଡୋଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀର ଡୋଡାରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ କହିଛନ୍ତି ଯେ ନୂତନ ଜାମ୍ମୁ କାଶ୍ମୀର ବିକାଶର ଏକ ନୂଆ କାହାଣୀ ଲେଖୁଛି। ଡୋଡା ଠାରେ ଏକତ୍ରିତ ହୋଇଥିବା ଏହି ଜନତା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଗଣତନ୍ତ୍ର ଏଠାରେ ଥିବା ଲୋକଙ୍କ ଶିରାରେ ଅଛି। ବିଜେପିକୁ ଆଶୀର୍ବାଦ ଦେବାକୁ ଆସିଥିବା ସମସ୍ତ ପରିବାର ସଦସ୍ୟଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ଏହି ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜନୀତିରେ ପରିବାରବାଦ ଜାମ୍ମୁ କାଶ୍ମୀରକୁ ଫମ୍ପା କରିଦେଇଛି। ଯେଉଁ ରାଜନୈତିକ ଦଳଗୁଡ଼ିକ ଉପରେ ଆପଣମାନେ ବିଶ୍ୱାସ କରୁଥିଲେ, ସେମାନେ ଆପଣମାନଙ୍କ ପିଲାମାନଙ୍କ ବିଷୟରେ ଚିନ୍ତା କରୁନଥିଲେ। ଏହି ପାର୍ଟୀଗୁଡ଼ିକ କେବଳ ସେମାନଙ୍କ ପିଲାମାନଙ୍କ ଉନ୍ନତି ଦେଖୁଥିଲେ। ନୂତନ ନେତୃତ୍ୱ ସୃଷ୍ଟି ହେବାକୁ ଦିଆଯାଇନଥିଲା।

ପ୍ରଧାନମନ୍ତ୍ରୀ ମୋଗୀ କହିଛନ୍ତି ଯେ, ନୂତନ ନେତୃତ୍ୱ ଏବଂ କଂଗ୍ରେସ, ପିଡିପି ଆଉ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଲଢେଇ ହେଉଛି। ଏହି ବଂଶବାଦ ଜାମ୍ମୁ କାଶ୍ମୀରକୁ ନଷ୍ଟ କରିଦେଇଛି। ଏହି ନିର୍ବାଚନ ତିନି ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ରାହୁଲଙ୍କ ନେତୃତ୍ଵରେ କାଶ୍ମୀର ପାଇବ ପୂର୍ଣ୍ଣ ରାଜ୍ୟର ମାନ୍ୟତା: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି। ବୁଧବାର ସନ୍ଧ୍ୟାରେ ଉଭୟ ଶ୍ରୀନଗରରେ ପହଞ୍ଚିଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାହୁଲ ଏବଂ ମଲ୍ଲିକାର୍ଜୁନ ଜମ୍ମୁ ଏବଂ ଶ୍ରୀନଗରରେ ଅଛନ୍ତି।

ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ଆମେ ସଂଗ୍ରାମ କରିବୁ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ‘ଆମେ ନିର୍ବାଚନ ବିଷୟରେ କର୍ମୀମାନଙ୍କୁ ଜଣାଇବାକୁ ଆସିଛୁ। ରାହୁଲ ଗାନ୍ଧୀ ସମସ୍ତ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି। ଆମେ ଇଣ୍ଡିଆ ମେଣ୍ଟର ଫଳାଫଳ ଦେଖିଛୁ। ଆମେ ଏକ ଶାସକ ଦଳକୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଅଟକାଇଲୁ। ତାଙ୍କୁ ତିନୋଟି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଗଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଐତିହାସିକ ଭାବରେ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟରେ ପରିଣତ ହୋଇଛି, କିନ୍ତୁ ଜାମ୍ମୁ କାଶ୍ମୀରରେ ଏହା ହୋଇ ନାହିଁ। ଏଠାରେ ବିଧାନସଭା, ନା ପରିଷଦ, ନା ପଞ୍ଚାୟତ କିମ୍ବା ନା ପୌରପାଳିକା ଅଛି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଚାପରେ ନିର୍ବାଚନ ଘୋଷଣା କରାଯାଇଛି। ଗଣତନ୍ତ୍ରକୁ ଧ୍ୱଂସ କରି ଲୋକଙ୍କ ସ୍ୱରକୁ ଦମନ କରିବାରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ କଦାପି ସମର୍ଥ ହେବେ ନାହିଁ। ଆମେ ଜମ୍ମୁ କାଶ୍ମୀରର ଲୋକଙ୍କ ସହ ଅଛୁ। ଯଦି ଆମ ସରକାର ଗଠନ ହୁଏ, ତେବେ ଆମେ ଏଠାରେ ଯୁବକମାନଙ୍କୁ ରୋଜଗାର ଯୋଗାଇଦେବା ଏବଂ ଏଠାରେ ଶିଳ୍ପଗୁଡ଼ିକୁ ସୁରକ୍ଷିତ ରଖିବୁ। ୩୭୦ ଉଚ୍ଛେଦ ସତ୍ତ୍ୱେ ଏଠାରେ ଆତଙ୍କବାଦ ବୃଦ୍ଧି ପାଇଛି।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ପ୍ରାଥମିକତା ହେଉଛି ଏଠାରେ ରାଜ୍ୟ ପ୍ରତିଷ୍ଠା କରିବା। ନିର୍ବାଚନ ପୂର୍ବରୁ ଏହା ପୁନଃ ସ୍ଥାପିତ ହେବ ବୋଲି ଆମେ ଆଶା କରିଥିଲୁ। ସ୍ଵାଧିନତା ପରେ ଏହା ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଆମର ଜାତୀୟ ମନୋଭାବରେ ଆମେ ସ୍ପଷ୍ଟ ଯେ, ଜମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇବା ଉଚିତ୍। କାଶ୍ମୀର ସହିତ ମୋର ଗଭୀର ସମ୍ପର୍କ ଅଛି ଏବଂ ଆମେ ଶାନ୍ତି ଫେରାଇ ଆଣିବା ପାଇଁ ଲଢିବୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହୀଦ, ନିଜକୁ ଦାୟୀ କଲା କାଶ୍ମୀର ଟାଇଗର

ଶ୍ରୀନଗର: ସୋମବାର ଜାମ୍ମୁ କାଶ୍ମୀର କଠୁଆରେ ଭାରତୀୟ ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ କାଶ୍ମୀର ଟାଇଗର ନାମକ ଏକ ଆତଙ୍କବାଦୀ ସଂଗଠନ କଠୁଆ ଆତଙ୍କବାଦୀ ଆକ୍ରମଣର ନିଜକୁ ଦାୟୀ କରିଛି। ଆତଙ୍କବାଦୀ ସଂଗଠନ ଦ୍ଵାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ଏମ୪ ଆକ୍ରମଣକାରୀ ରାଇଫଲ, ଗ୍ରେନେଡ ଏବଂ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରିଛନ୍ତି।

ଆତଙ୍କବାଦୀ ସଂଗଠନ ଆଗାମୀ ଦିନରେ ଅଧିକ ଆକ୍ରମଣ କରିବା ବିଷୟରେ ମଧ୍ୟ ଧମକ ଦେଇଛି। କାଶ୍ମୀର ଟାଇଗର ନାମକ ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୨୬ ତାରିଖରେ ଡୋଡାଠାରେ ନିହତ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ପାଇଁ ଏହା ପ୍ରତିଶୋଧ ଅଟେ। ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଏକ ଆକ୍ରମଣରେ ଆତଙ୍କବାଦୀମାନେ ଏକ ସେନା ଗାଡି ଉପରକୁ ଗୁଳି ଚଳାଇ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ ୫ ଯବାନ ଆହତ ହୋଇଥିଲେ।