Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

‘ଶପଥ ଗ୍ରହଣ ପରେ ଚୀନ୍, କାନାଡା ଉପରେ ଲଗାଇବି ବଡ ଶୁଳ୍କ’: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ସେ ୨୫ ପ୍ରତିଶତ ଏବଂ ଚାଇନାର ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ। ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସେ ପ୍ରଥମେ ଏହି ତିନୋଟି ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିବେ।

ସେ କହିଛନ୍ତି ଯେ, ‘ଯେପରି ସମସ୍ତେ ଜାଣନ୍ତି, ହଜାର ହଜାର ଲୋକ ମେକ୍ସିକୋ ଏବଂ କାନାଡା ଦେଇ ଆସୁଛନ୍ତି ଏବଂ ସେମାନଙ୍କ ସହ ବହୁ ଅପରାଧ ଏବଂ ମାଦକ ଦ୍ରବ୍ୟ ଆଣୁଛନ୍ତି।

ଏହା ବ୍ୟତୀତ ନବ ନିର୍ବାଚିତ ରାଷ୍ଟ୍ରପତି ଆମେରିକାରେ ଡ୍ରଗ୍ସ ପ୍ରବାହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ଚାଇନା ସହିତ ଅନେକ ଥର ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ ଆମେରିକା ପଠାଯାଉଥିବା ନେଇ ଅନେକ ଥର ଆଲୋଚନା କରୁଛି, କିନ୍ତୁ କୌଣସି ସମାଧାନ ମିଳିନାହିଁ। ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ‘ଚୀନ୍‌ର ପ୍ରତିନିଧୀମାନେ ମୋତେ କହିଛନ୍ତି ଯେ, କୌଣସି ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ପାଇଁ ସେମାନେ ସର୍ବାଧିକ ଦଣ୍ଡ, ମୃତ୍ୟୁଦଣ୍ଡ ଦେବେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଏହା ଅନୁସରଣ କରିନାହାଁନ୍ତି ଏବଂ ଡ୍ରଗ୍ସ ଆମ ଦେଶରେ ପ୍ରବେଶ ଜାରି ରଖିଛନ୍ତି, ବିଶେଷ କରି ମେକ୍ସିକୋ ମାଧ୍ୟମରେ ଏକ ବଡ଼ ପରିମାଣରେ ଏଠାକୁ ଆସୁଛି।

ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନେ ଏହା କରିବା ବନ୍ଦ ନକରନ୍ତି, ସେପର୍ଯ୍ୟନ୍ତ ଆମେ ଅତିରିକ୍ତ ଟିକସ ବ୍ୟତୀତ ଆମେରିକାକୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଜାନୁଆରୀ ୨୦ ତାରିଖ ୨୦୨୫ ରେ ରାଷ୍ଟ୍ରପତି ପଦ ଗ୍ରହଣ କରିବାର ପ୍ରଥମ ଦିନ ଏହା ସ୍ୱାକ୍ଷରିତ ହେବ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ମାତ୍ରେ କାନାଡାରେ ଚିନ୍ତା ଏବଂ ଭୟର ବାତାବରଣ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ରହିଛି। ବିଶ୍ଳେଷକମାନେ ବିଶ୍ବାସ କରନ୍ତି ଯେ, ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ଅସୁବିଧା ବଢାଇଇପାରେ। ବିଶେଷତଃ ଯେତେବେଳେ କାନାଡାର ଅଧିକାଂଶ ରପ୍ତାନି ପାଇଁ ଆମେରିକା ହେଉଛି ମୁଖ୍ୟ ଗନ୍ତବ୍ୟସ୍ଥଳ। ଏହା ସହିତ ଟ୍ରମ୍ପ ଏବଂ ଟ୍ରୁଡୋଙ୍କ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ଥିବାରୁ କାନାଡାରେ ଏକ ସମ୍ଭାବ୍ୟ ବିମୁଦ୍ରାକରଣକୁ ନେଇ ଚିନ୍ତା ବଢୁଛି।

ସମସ୍ତ ଆମଦାନୀ ଉପରେ ସେ ୧୦% ଶୁଳ୍କ ଲାଗୁ କରିବେ ଏବଂ ଆମେରିକାର ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ନୀତି କାନାଡା ଉପରେ ସିଧାସଳଖ ପ୍ରଭାବ ପକାଇବ, ଯିଏକି ଚତୁର୍ଥ ବୃହତ୍ତମ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ। କାନାଡାର ୭୫% ରପ୍ତାନି ଆମେରିକା ଯାଇଥାଏ ଏବଂ ଏହି ଶୁଳ୍କ କାନାଡାର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ। କାନାଡିୟ ଚାମ୍ବର ଅଫ୍ କମର୍ସ ଅନୁଯାୟୀ ଟ୍ରମ୍ପଙ୍କ ଶୁଳ୍କ ନୀତି କାନାଡାର ଆୟକୁ ବାର୍ଷିକ ୦.୯% ଏବଂ ଶ୍ରମ ଉତ୍ପାଦନକୁ ପ୍ରାୟ ୧% ହ୍ରାସ କରିବ। ଯଦି ବାଣିଜ୍ୟିକ ତିକ୍ତତା ବୃଦ୍ଧି ହୁଏ, ତେବେ କାନାଡାର ଆର୍ଥିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ଅଧିକ ଗମ୍ଭୀର ହୋଇପାରେ।

ଟ୍ରମ୍ପ-ଟ୍ରୁଡୋ ସମ୍ପର୍କ:

ଟ୍ରମ୍ପ ଏବଂ ଟ୍ରୁଡୋଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ତିକ୍ତ ହୋଇ ରହିଆସିଛି। ୨୦୧୮ ରେ କ୍ୟୁବେକେରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଟ୍ରମ୍ପ ଟ୍ରୁଡୋଙ୍କୁ ଅସାଧୁ ଏବଂ ଦୁର୍ବଳ ବୋଲି ସମାଲୋଚନା କରିଥିଲେ। ଏହା ପରେ ୨୦୨୨ ମସିହାରେ, ଟ୍ରମ୍ପ କୋଭିଡ -୧୯ ଟୀକାକରଣ ବିଷୟରେ ଟ୍ରୁଡୋଙ୍କୁ ପାଗଳ ବୋଲି ମଧ୍ୟ କହିଥିଲେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଯୋଗୁଁ ଦୁଇ ନେତାଙ୍କ ମଧ୍ୟରେ ସର୍ବସାଧାରଣ ପ୍ଲାଟଫର୍ମରେ ଟେନସନ ଦେଖିବାକୁ ମିଳିଛି। ତେବେ ଟ୍ରୁଡୋ ଟ୍ରମ୍ପଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବନ୍ଧୁତା ହେଉଛି “ଦୁନିଆର ଇର୍ଷା” ଏବଂ ସେମାନେ ଏକାଠି କାମ କରିବେ।

କାନାଡାରେ ଅର୍ଥନୈତିକ ଅବନତିର ସମ୍ଭାବନାକୁ ନେଇ ଅନେକ ଚିନ୍ତା ପ୍ରକଟ ହେଉଛି। କାନାଡାର ଚାମ୍ବର ଅଫ୍ କମର୍ସ ଅନୁଯାୟୀ ଟ୍ରମ୍ପଙ୍କ ଶୁଳ୍କ ନୀତି କାନାଡାର ପ୍ରକୃତ ଆୟ ଏବଂ ଶ୍ରମ ଉତ୍ପାଦନରେ ଏକ ପ୍ରମୁଖ ହ୍ରାସ ଘଟାଇପାରେ। ଏଥି ସହିତ, ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ହ୍ରାସ ହୋଇପାରେ, ଯାହା କାନାଡାର ଅର୍ଥନୀତି ଉପରେ ଦୀର୍ଘମିଆଦି ନକାରାତ୍ମକ ପ୍ରଭାବ ପକାଇପାରେ।

ଆଗାମୀ ନିର୍ବାଚନରେ ​​ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ଆହ୍ଵାନ:

ଆସନ୍ତା ବର୍ଷ କାନାଡାରେ ନିର୍ବାଚନ ହେବାକୁ ଯାଉଛି ଏବଂ ବର୍ତ୍ତମାନର ସର୍ଭେ ଅନୁଯାୟୀ ଜଷ୍ଟିନ ଟ୍ରୁଡୋ ହାରିଯିବେ ବୋଲି ଆଶା କରାଯାଉଛି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପୂର୍ବରୁ ମଧ୍ୟ ଟ୍ରୁଡୋ ପାଇଁ ରାଜନୀତିରେ ନୂଆ ସମସ୍ୟା ଉପୁଜିଛି। ବିଶ୍ଳେଷକଙ୍କ ଅନୁଯାୟୀ, ଟ୍ରମ୍ପଙ୍କ କାର୍ଯ୍ୟକାଳ ନୀତି ଯୋଗୁଁ କାନାଡାର ଜିଡିପି ୧.୭ ପ୍ରତିଶତ ହ୍ରାସ ହୋଇପାରେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତର କଡା ଆଭିମୁଖ୍ୟ ପରେ ନରମିଲେ ଜଷ୍ଟିନ ଟ୍ରୁଡୋ: କହିଲେ, କାନାଡା ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟାକୁ ନେଇ ଭାରତ ସହିତ ଶତ୍ରୁତା କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ନରମ ହେବା ଆରମ୍ଭ କରିଛି। ତାଜା ଘଟଣାକ୍ରମରେ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ, ନିଜ୍ଜର ହତ୍ୟା ମାମଲାରେ କାନାଡା ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ, କେବଳ ଗୁପ୍ତଚର ସୂଚନା ମିଳିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜଷ୍ଟିନ୍ ଟ୍ରୁଡୋ ବୁଧବାର ଦିନ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟା ସଂପର୍କରେ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ ଦେଇନାହାଁନ୍ତି। ବୈଦେଶିକକ ହସ୍ତକ୍ଷେପ ଅନୁସନ୍ଧାନ ପୂର୍ବରୁ ସାକ୍ଷ୍ୟ ଦେଇଥିବା ଟ୍ରୁଡୋ କହିଛନ୍ତି ଯେ, ନିଜ୍ଜର ହତ୍ୟା ମାମଲାରେ ଭାରତକୁ ସର୍ବସାଧାରଣରେ ଅଭିଯୋଗ କରିବା ପୂର୍ବରୁ କାନାଡା କେବଳ ଗୁପ୍ତ ସୂଚନା ପ୍ରଦାନ କରିଛି, କୌଣସି ସଠିକ ପ୍ରମାଣ ଦେଇନାହିଁ।

ଟ୍ରୁଡୋ କହିଛନ୍ତି ଯେ, “କାନାଡା ଭାରତକୁ ସହଯୋଗ କରିବାକୁ କହିଥିଲା। ସେମାନଙ୍କର (ଭାରତର) ଅନୁରୋଧ ପ୍ରମାଣ ମାଗିବା। ଆମେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅଧିକ ଅନୁସନ୍ଧାନ କରିବାକୁ ଏବଂ ଆମ ସହ ସହଯୋଗ କରିବାକୁ କହିଥିଲୁ। କାରଣ ସେତେବେଳେ ଆମ (କାନାଡା) ପାଖରେ ଗୁପ୍ତଚର ସୂଚନା ଥିଲା।”

ସେ କହିଛନ୍ତି ଯେ, “ଜି -୨୦ ଶେଷରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲି ଏବଂ କହିଥିଲି ଯେ, ଭାରତ ଏଥିରେ ଜଡିତ ଅଛି। ମୋଦୀ କହିଛନ୍ତି ଯେ, କାନାଡାର ଅନେକ ଲୋକ ଭାରତ ସରକାରଙ୍କ ବିରୋଧରେ କହୁଛନ୍ତି ଏବଂ ସେ ଚାହୁଁଛନ୍ତି ଯେ, ଏହି ଲୋକମାନଙ୍କୁ ଗିରଫ କରାଯାଉ।”

ଟ୍ରୁଡୋ କମିଟି ସମ୍ମୁଖରେ ନିଜର ଦାବିକୁ ଦୋହରାଇଛନ୍ତି ଯେ, ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଥିବା ଏକ ବିଶ୍ୱସନୀୟ ପ୍ରମାଣ ଅଛି। ସେ ମଧ୍ୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାମ ରଖିଥିଲେ, ଯାହା ପୂର୍ବରୁ ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ (ଆରସିଏମପି) ଦ୍ୱାରା ନିଜର ହତ୍ୟାରେ ସମ୍ପୃକ୍ତ ଥିବା ଦର୍ଶାଯାଇଥିଲା। ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ, ଭାରତୀୟ କୂଟନୀତିଜ୍ଞମାନେ କାନାଡିୟମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଦେଉଛନ୍ତି।

ଜାରି ରହିଥିବା କୂଟନୈତିକ ବିବାଦ ଆହୁରୀ ବଢିଲା, ଯେତେବେଳେ ସୋମବାର ବିଳମ୍ବିତ ରାତିରେ ଭାରତ ନିଜର ସର୍ବୋଚ୍ଚ ଦୂତଙ୍କୁ ଫେରାଇ ଆଣିଲା ଏବଂ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଦେଶରୁ ନିଷ୍କାସିତ କଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ସହ ବିବାଦ ମଧ୍ୟରେ ନିଜ ଘରେ ଆରମ୍ଭ ହେଲା ବିରୋଧ: କାନାଡା ପିଏମଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

ନୂଆଦିଲ୍ଲୀ: ଭାରତ ସହ ବିବାଦ ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଘରେ ବିରୋଧ କରାଯାଇଥିବା ଦେଖାଦେଇଛି। ତାଙ୍କ ସାଂସଦ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଅସନ୍ତୁଷ୍ଟ ଲିବରାଲ୍ ସାଂସଦ ଗୋଷ୍ଠୀମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଦୀର୍ଘ ଦିନର ଲିବରାଲ୍ ସାଂସଦ ସିନ କେସି ଟ୍ରୁଡୋଙ୍କୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି।

ସିବିସି ନ୍ୟୁଜ୍ ନେଟୱାର୍କର ଡେଭିଡ କୋକ୍ରେନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଉଚ୍ଚ ସ୍ୱରରେ ଯେଉଁ ବାର୍ତ୍ତା ଦେଉଛି ତାହା ସ୍ପଷ୍ଟ ଏବଂ ସମୟ ଯେତିକି ପାଖେଇ ଆସୁଛି ଟ୍ରୁଡୋଙ୍କ ଯିବାର ସମୟ ଆସୁଛି ଏବଂ ମୁଁ ଏଥିରେ ସହମତି ଅଟେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରୁଡୋ ଇସ୍ତଫା ଦେବା ଉଚିତ କାରଣ ସେ ଭୋଟରଙ୍କଠାରୁ ଶୁଣିଛନ୍ତି ଯେ ସେମାନେ ତାଙ୍କୁ (ପ୍ରଧାନମନ୍ତ୍ରୀ) ଅଣଦେଖା କରିଛନ୍ତି ଏବଂ ସେ ଚାଲିଯିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟରମାନେ ଟ୍ରୁଡୋଙ୍କୁ “ଅଣଦେଖା” କରିଛନ୍ତି। ସେହି ବାର୍ତ୍ତାଳାପରେ ସେ କହିଛନ୍ତି ଯେ, ବିଗତ ନଅ ବର୍ଷ ମଧ୍ୟରେ ଟ୍ରୁଡୋଙ୍କ କାର୍ଯ୍ୟ ପ୍ରକୃତରେ ପରିବର୍ତ୍ତନଶୀଳ ହୋଇଥିଲେ ମଧ୍ୟ ଭୋଟରମାନେ ତାଙ୍କ କଥା ଶୁଣୁ ନାହାଁନ୍ତି।

କେସି ପ୍ରଥମ ସାଂସଦ ଅଟନ୍ତି, ଯିଏ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା ଏବଂ ଲିବରାଲ୍ ମାନଙ୍କୁ ଲଢିବାକୁ ସୁଯୋଗ ଦେବା ପାଇଁ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ସାଂସଦ ତାଙ୍କ ଇସ୍ତଫା ଦାବି କରିଛନ୍ତି କିନ୍ତୁ ଏହାକୁ ସର୍ବସାଧାରଣରେ କେହି କହି ନାହାଁନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଚେତାବନୀ: କଡା ଜବାବ ଦେଲେ ଭାରତୀୟ ବଂଶଜ କାନାଡା ସାଂସଦ

ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଅଧୀନରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଶିଖ ଫର ଜଷ୍ଟିସ ମୁଖ୍ୟ ତଥା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ଲିବରାଲ୍ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କର ହିନ୍ଦୁ-କାନାଡିୟ ବନ୍ଧୁମାନଙ୍କୁ ଭାରତ ଫେରିବାକୁ ଦାବି କରାଯାଇଛି। ଯାହା ପରେ ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ, ଆମେ ଆପଣଙ୍କ ଧମକକୁ ଭୟ କରୁନାହୁଁ।

ଲିବରାଲ୍ ପାର୍ଟିର ସାଂସଦ ଚନ୍ଦ୍ର ଆର୍ଯ୍ୟ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି। ସେହି ଭିଡିଓରେ ଗୁରୁପତବନ୍ତ ସିଂ ପନ୍ନୁ କହିଛନ୍ତି ଯେ, ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କ ସମର୍ଥକଙ୍କ କାନାଡାରେ କୌଣସି ସ୍ଥାନ ନାହିଁ, କାରଣ ଏହି ଲୋକମାନେ କାନାଡା ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେ ଚନ୍ଦ୍ର ଆର୍ଯ୍ୟଙ୍କୁ କହୁଛନ୍ତି ଯେ, ସେ ଭାରତରେ ଅବସ୍ଥାପିତ ତାଙ୍କ ମାଲିକମାନଙ୍କ ସ୍ୱାର୍ଥକୁ ପ୍ରୋତ୍ସାହିତ କରୁଛନ୍ତି।

ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଭିଡିଓରେ କହିଛନ୍ତି ଯେ, ଲିବରାଲ୍ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କର ହିନ୍ଦୁ-କାନାଡିୟ ବନ୍ଧୁମାନେ କାନାଡା ସରକାରଙ୍କ ନାଗରିକତ୍ୱ ଛାଡି ନିଜ ଦେଶ ଭାରତକୁ ଫେରିବା ଉଚିତ୍। ଏହି ସମୟରେ ପନ୍ନୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ଦୋଷାରୋପ କରି କହିଥିଲେ ଯେ, ଆପଣ ଏବଂ ଆପଣଙ୍କ ସମର୍ଥକମାନେ ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।

ଏହି ସମୟ ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ କହିଛନ୍ତି ଯେ, “ଆମେ ଖଲିସ୍ତାନ ସମର୍ଥକ ଶିଖମାନେ ପ୍ରମାଣ କରିଛୁ ଯେ ଆମେ ଅନେକ ଦଶନ୍ଧି ଧରି କାନାଡାକୁ ନିଜର ବୋଲି ଗ୍ରହଣ କରି ଏହି ଦେଶ ପ୍ରତି ବିଶ୍ୱସ୍ତ ଅଟୁ। କାନାଡା ଆମର ମାତୃଭୂମି ଏବଂ ଆମେ କାନାଡାର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ଅବଦାନ ରଖିଛୁ ଏବଂ ଏହା ଜାରି ରଖିବୁ।

ଲିବରାଲ୍ ପାର୍ଟିର ସାଂସଦ ଆହୁରି କହିଛନ୍ତି ଯେ, ଆମର ହିନ୍ଦୁ ସଂସ୍କୃତି ଏବଂ ଐତିହ୍ୟର ବହୁତ ଲମ୍ବା ଇତିହାସ ଅଛି। ଏହା ସହିତ ଆମେ କାନାଡାର ବହୁମୁଖୀ ସଂସ୍କୃତିକୁ ସଫଳ କରିଛୁ। ଏଭଳି ପରିସ୍ଥିତିରେ ଖାଲିସ୍ତାନୀ ଆତଙ୍କବାଦୀମାନେ ଆମ କାନାଡାର ଚାର୍ଟର୍ ଅଫ୍ ରାଇଟ୍ସ ଅଧୀନରେ ଆମର ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି ବୋଲି ଆମ ଦେଶ କ୍ରମାଗତ ଭାବରେ ପ୍ରଦୂଷିତ ହେଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୭ ଶିଖର ସମ୍ମିଳନୀରେ ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ଭେଟିଲେ ପିଏମ ମୋଦୀ, କିନ୍ତୁ ଟ୍ରୁଡୋଙ୍କୁ ଦେଲେନାହିଁ ଗୁରୁତ୍ଵ

ନୂଆଦିଲ୍ଲୀ: ଇଟାଲୀର ଆପୁଲିଆରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି। ଏହି ସମୟରେ, ସେ ଶୁକ୍ରବାର ଦିନ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, କିନ୍ତୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କଠାରୁ ପ୍ରଧାନମନ୍ତ୍ରୀ ଦୂରତା ବଜାୟ ରଖିଲେ।

ପିଏମ ମୋଦୀଙ୍କ ଏହି ପଦକ୍ଷେପ ଭାରତ ଏବଂ କାନାଡା ମଧ୍ୟରେ ଥିବା ଖରାପ ସମ୍ପର୍କର ସହ ଯୋଡାଯାଉଛି। ବାସ୍ତବରେ ଖାଲିସ୍ତାନ ପ୍ରସଙ୍ଗରେ ଦୁଇ ବର୍ଷ ମଧ୍ୟରେ ତିକ୍ତତା ଲାଗି ରହିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟା ପାଇଁ ଟ୍ରୁଡୋ ଭାରତକୁ ଦାୟୀ କଲାବେଳେ ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଟ୍ରୁଡୋଙ୍କ ଏହି ଅଭିଯୋଗକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ତେବେ କାନାଡା ଏପର୍ଯ୍ୟନ୍ତ ଏ ସମ୍ପର୍କରେ ପ୍ରମାଣ ଉପସ୍ଥାପନ କରିବାରେ ସକ୍ଷମ ହୋଇ ନାହିଁ।

ଜି-୭ ରେ ପିଏମ ମୋଦୀ କେଉଁ ନେତାଙ୍କୁ ଭେଟିଥିଲେ?:

ମୋଦୀ ତୁର୍କୀ ରାଷ୍ଟ୍ରପତି, ବ୍ରାଜିଲର ରାଷ୍ଟ୍ରପତି ଏବଂ ୟୁଏଇର ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୋଦୀ ଏହି ତିନି ନେତାଙ୍କ ସହ ‘ଉତ୍କୃଷ୍ଟ ବାର୍ତ୍ତାଳାପ’ କରିଛନ୍ତି। ଜି -୭ ଶିଖର ସମ୍ମିଳନୀରେ ସେ ଜୋର୍ଡାନର ରାଜାଙ୍କୁ ମଧ୍ୟ ଭେଟିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁମାନଙ୍କ ପାଇଁ ବିପଦଜନକ କାନାଡା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ବଂଶଜଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। କାନାଡାରେ ଉଗ୍ରବାଦୀଙ୍କ ଟାର୍ଗେଟ ହେଉଛି ହିନ୍ଦୁ ଏବଂ ଭାରତୀୟ ସମ୍ପ୍ରଦାୟର ଲୋକ, ଏଥିରେ ଖାଲିସ୍ତାନ ସମର୍ଥକ ମଧ୍ୟ ଅଛନ୍ତି। ଗତ କିଛି ମାସ ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କ ଦେଶରେ ଘୃଣା ଭାଷଣ ଏବଂ ଭାରତୀୟ ଏବଂ ହିନ୍ଦୁଙ୍କ ପ୍ରତି ହିଂସା ଘଟଣା ବୃଦ୍ଧି ପାଇଛି।

ନୂଆଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ଆଣ୍ଡ ହୋଲିଷ୍ଟିକ୍ ଷ୍ଟଡିଜ୍ (CIHS) ର ଏକ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନର ଉଗ୍ରବାଦୀମାନେ କାନାଡାରେ ମୁକ୍ତ ଭାବରେ ବୁଲାବୁଲି କରି କୂଟନୀତିଜ୍ଞଙ୍କ ସମେତ ମନ୍ଦିର ତଥା ଅନ୍ୟାନ୍ୟ ଭାରତୀୟ ପ୍ରତୀକକୁ ଟାର୍ଗେଟ କରିଛନ୍ତି। ହିନ୍ଦୁ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଧମକ ଦେଇଥିଲେ। ଏଭଳି କାର୍ଯ୍ୟ ସମ୍ପର୍କରେ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପରି ଜଣେ ନେତା ଖୋଲାଖୋଲି ଭାବେ ଭାରତ ବିରୋଧୀ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା କେବଳ ଦୁଇ ଦେଶ ମଧ୍ୟରେ ନୁହେଁ ବରଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। କାନାଡାର ଭାରତୀୟଙ୍କ ପାଇଁ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ CIHS ସିଧାସଳଖ ଜଷ୍ଟିନ ଟ୍ରୁଡୋଙ୍କୁ ଦାୟୀ କରିଛି। ଟ୍ରୁଡୋଙ୍କ ମନୋଭାବ ସନ୍ଦେହ ସୃଷ୍ଟି କରିଛି ବୋଲି ରିପୋର୍ଟ ସ୍ୱୀକାର କରିଛି। କାନାଡାର ଟ୍ରୁଡୋ ସରକାର ଖଲିସ୍ତାନ ସମର୍ଥକ ତତ୍ଵଗୁଡିକର ସମାବେଶକୁ ଅନୁମୋଦନ କରିଛନ୍ତି। କେବଳ ଏତିକି ନୁହେଁ, ଭାରତର ଦୋଷୀ ଆତଙ୍କବାଦୀମାନଙ୍କୁ ପ୍ରଶଂସା କରାଯାଇଛି।

ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତର ସର୍ବାଧିକ ଚାହୁଁଥିବା ଆତଙ୍କବାଦୀମାନେ କାନାଡାରେ ଭିସା ପାଇଛନ୍ତି। କାନାଡାର ଇମିଗ୍ରେସନ ବିଭାଗ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ କାନାଡାକୁ ଆସୁଥିବା ଭାରତୀୟଙ୍କ ସଂଖ୍ୟା ଶୀର୍ଷରେ ରହିଛି। ଭାରତ ପରେ, ସର୍ବ ବୃହତ ଶିଖ ସମ୍ପ୍ରଦାୟ କାନାଡାରେ ରୁହନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୨୦୨୧ କାନାଡା ନିର୍ବାଚନରେ ହସ୍ତକ୍ଷେପ କରିନଥିଲା ଭାରତ: ଗୁପ୍ତଚର ସଂସ୍ଥା କଲା ପ୍ରକାଶ

ନୂଆଦିଲ୍ଲୀ: କାନାଡା ନିର୍ବାଚନରେ ​​ବିଦେଶୀ ହସ୍ତକ୍ଷେପ ଅଭିଯୋଗର ସରକାରୀ ଅନୁସନ୍ଧାନରୁ ଜଣାପଡିଛି ଯେ, କାନାଡା ରାଜନୀତିରେ ଭାରତ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିନାହିଁ। ଅନୁସନ୍ଧାନରୁ ଜଣାପଡିଛି ଯେ, କାନାଡାରେ ୨୦୨୧ ନିର୍ବାଚନ ଉପରେ ନଜର ରଖିଥିବା କାନାଡାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ୟାନେଲକୁ ଜାତୀୟ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭାରତର କୌଣସି ପ୍ରୟାସ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ।

ତେବେ ସରକାରୀ ଅନୁସନ୍ଧାନର ସାକ୍ଷ୍ୟ ଅନୁଯାୟୀ କାନାଡାର ଗୁପ୍ତଚର ଏଜେନ୍ସି କାନାଡାରେ ଗତ ଦୁଇଟି ନିର୍ବାଚନରେ ​​ହସ୍ତକ୍ଷେପ କରିଥିବା ଜାଣିବାକୁ ପାଇଛି।

କହିବାକୁ ଗଲେ କିଛି ଦିନ ପୂର୍ବରୁ ୨୦୧୯ ଏବଂ ୨୦୨୧ ମସିହାରେ କାନାଡାରେ ଅନୁଷ୍ଠିତ ନିର୍ବାଚନରେ ​​ଭାରତ ଏବଂ ପାକିସ୍ତାନ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଜଷ୍ଟିଡ ଟ୍ରୁଡୋଙ୍କ ଲିବରାଲ୍ ପାର୍ଟି ଉଭୟ ୨୦୧୯ ଏବଂ ୨୦୨୧ ନିର୍ବାଚନରେ ​​ଜିତିଥିଲେ। ପ୍ରକୃତରେ, ଚୀନ୍‌ର ସମ୍ଭାବ୍ୟ ଭୂମିକା ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟରେ ଅସନ୍ତୁଷ୍ଟ ବିରୋଧୀ ବିଧାୟକଙ୍କ ଚାପରେ ଟ୍ରୁଡୋ ବିଦେଶୀ ହସ୍ତକ୍ଷେପ ଅନୁସନ୍ଧାନ ପାଇଁ ଏକ କମିଶନ ଗଠନ କରିଥିଲେ।

ଟ୍ରୁଡୋ ଆଜି ଏହି ମାମଲାରେ ପ୍ୟାନେଲ ସମ୍ମୁଖରେ ହାଜର ହେବେ। ଭାରତ ଏହା ପୂର୍ବରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ପ୍ରତିଶ୍ରୁତି ଦେଇଥିଲା।

ଫେବୃଆରୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, କାନାଡାର ଅନୁସନ୍ଧାନ ଆୟୋଗ ବିଷୟରେ ଆମେ ଗଣମାଧ୍ୟମର ରିପୋର୍ଟ ଦେଖିଛୁ … କାନାଡା ନିର୍ବାଚନରେ ​​ଭାରତୀୟ ହସ୍ତକ୍ଷେପର ଏଭଳି ଭିତ୍ତିହୀନ ଅଭିଯୋଗକୁ ଆମେ ଦୃଢତାର ସହ ପ୍ରତ୍ୟାଖ୍ୟାନ କରିଛୁ।

ସେ କହିଥିଲେ, “ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତ ସରକାରଙ୍କ ନୀତି ନୁହେଁ। ବରଂ ଏହାର ବିପରୀତ ଘଟଣା ଘଟୁଛି। କାନାଡା ହିଁ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି।”

ବିଦେଶୀ ହସ୍ତକ୍ଷେପ ଉପରେ କାନାଡାର ଅନୁସନ୍ଧାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିଦେଇଛି।