Categories
ଆଜିର ଖବର ଜାତୀୟ ଖବର

ମାଙ୍କ ସହିତ କରୋନା ପଜିଟିଭ୍‌ ସାବ୍ୟସ୍ତ ହେଲେ ଏହି ବିଜେପି ନେତା

ନୂଆଦିଲ୍ଲୀ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସିନ୍ଧିଆଙ୍କ ସହିତ ତାଙ୍କ ମା ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ବିଗତ 4 ଦିନ ଧରି ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ରିପୋର୍ଟ ଆସିବା ପରେ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଙ୍କୁ କରୋନା ସନ୍ଦେହ : ମାକ୍ସ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ କଂଗ୍ରେସରେ ଭୂକମ୍ପ : ସିନ୍ଧିଆଙ୍କ ସମର୍ଥନରେ କଂଗ୍ରେସ ମୁଖପାତ୍ରଙ୍କ ଇସ୍ତଫା

ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଚାଲିଥିବା ଇସ୍ତଫା ରାଜନୀତି ଥମିମବାର ନାମ ନେଉନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ମଧ୍ୟପ୍ରଦେଶର କଂଗ୍ରେସ ମୁଖପାତ୍ର ମଞ୍ଜୁର ବେଗ୍‌ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବେଗ୍‌ ନିଜ ଇସ୍ତଫାପତ୍ରରେ ସିନ୍ଧିଆଙ୍କୁ ସମର୍ଥନ କରିଛନ୍ତି । ଦଳ ମଧ୍ୟରେ ସିନ୍ଧିଆଙ୍କୁ ଅସମ୍ମାନ କରାଯାଉଥିବାରୁ ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବେଗ୍‌ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ସିନ୍ଧିଆଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ସିନ୍ଧିଆଙ୍କୁ ନିୟମିତ ଭାବରେ ଅଣଦେଖା କରାଯାଉଥିଲା ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପ୍ରଦେଶ କମିଟିକୁ ପଠାଇଥିବା ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ମଞ୍ଜୁର୍‌ ବେଗ୍‌ ।

Categories
ଆଜିର ଖବର ଜାତୀୟ ଖବର

ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସିନ୍ଧିଆ : ଅଶୋକ ଗେହଲଟ

ଜୟପୁର : କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍‌ ମତ ଦେଇଛନ୍ତି । ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ତାଙ୍କର ରାଜନୈତିକ ହୀନମନ୍ୟତାକୁ ଦର୍ଶାଉଛି ବୋଲି ଗେହଲଟ ମତ ଦେଇଛନ୍ତି । ଦେଶ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ନିଜର ରାଜନୈତିକ ଫାଇଦା ପାଇଁ ସିନ୍ଧିଆ ଜନମତକୁ ପ୍ରତ୍ୟାଖ୍ୟାନ କରିବା ଆଦୌ ସମିଚୀନ ନୁହେଁ ବୋଲି ଗେହଲଟ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ଭରସା ଏବଂ ବିଶ୍ବାସ ସହିତ ସିନ୍ଧିଆ ଧୋକାବାଜି କରିଛନ୍ତି ବୋଲି ଗେହଲଟ ମତ ଦେଇଛନ୍ତି । (ଏଜେନ୍ସି)