ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସିନ୍ଧିଆ : ଅଶୋକ ଗେହଲଟ

Published: Mar 10, 2020, 4:49 pm IST

ଜୟପୁର : କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍‌ ମତ ଦେଇଛନ୍ତି । ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ତାଙ୍କର ରାଜନୈତିକ ହୀନମନ୍ୟତାକୁ ଦର୍ଶାଉଛି ବୋଲି ଗେହଲଟ ମତ ଦେଇଛନ୍ତି । ଦେଶ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ନିଜର ରାଜନୈତିକ ଫାଇଦା ପାଇଁ ସିନ୍ଧିଆ ଜନମତକୁ ପ୍ରତ୍ୟାଖ୍ୟାନ କରିବା ଆଦୌ ସମିଚୀନ ନୁହେଁ ବୋଲି ଗେହଲଟ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କ ଭରସା ଏବଂ ବିଶ୍ବାସ ସହିତ ସିନ୍ଧିଆ ଧୋକାବାଜି କରିଛନ୍ତି ବୋଲି ଗେହଲଟ ମତ ଦେଇଛନ୍ତି । (ଏଜେନ୍ସି)

Related posts