Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ କରାଯାଉଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ ଏବଂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କେସିଙ୍ଗା ଓ ସଦର ଏସଡିପିଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦସ୍ତ ପୋଲିସ ପଦାଧିକାରୀ ଏବଂ ସମସ୍ତ ଥାନାର ଥାନାଧ୍ୟକ୍ଷ ମାନେ ପ୍ରତ୍ୟକ୍ଷ ଭାବେ ଏହିସବୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।

କୋଭିଡ଼-୧୯ ପ୍ରଭାବରେ ଲକଡାଉନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଏହି ରକ୍ତଦାନ ଶିବିର ସବୁ ଅନିଷ୍ଠିତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଛନ୍ତି।

ଗତ ୧ତାରିଖ ଦିନ ମଦନପୁର ରାମପୁର ଠାରେ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଭବାନୀପାଟଣା ଠାରେ ତା.୨୭.୦୩.୨୦.ରେ ଅନୁଷ୍ଠିତ ହୋଇଥିବା ଶିବିରରେ ୩୨ ୟୁନିଟ ଏବଂ ତା.୨୮.୦୩ ଦିନ ୪୯ ୟୁନିଟ ତା.୦୨.୦୪.୨୦ ଦିନ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ନର୍ଲା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜୁନାଗଡ ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଧର୍ମଗଡ ଠାରେ ତା.୩୧.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୦୮ ୟୁନିଟ ଏବଂ ୦୧.୦୪.୨୦୨୦ ଦିନ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ମ ରାମପୁର ଠାରେ ତା.୦୧.୦୪.୨୦ ଦିନ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କୋକସରା ଠାରେ ତା.୦୩.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କଲମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଥୁଆମୂଲ-ରାମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଉକ୍ତ ରକ୍ତଦାନ ଶିବିର ଗୁଡିକରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଛାସେବୀ, ସରକାରୀ ବେସରକାରୀ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ମହିଳା ମଣ୍ଡଳ, ମାରୱାଡି ଯୁବାମଂଚ ଭଳି ବିଭିନ୍ନ ସାମାଜିକ କର୍ମକର୍ତ୍ତାମାନେ ସହଯୋଗ କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଯେପରି ରକ୍ତର ଅଭାବ ରହିବ ନାହିଁ ସେଥିପାଇଁ ପୋଲିସ ବିଭାଗର ଏହା ଏକ ପ୍ରୟାସ ବୋଲି ଅତିରିକ୍ତ ଏସପି ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନ ସ୍ଥିତିରେ ବେଆଇନ ମଦ କାରବାର: କଳାହାଣ୍ଡି ପୋଲିସର ଦୃଢ ପଦକ୍ଷେପ, କଳାବଜାରୀ ଗିରଫ

ଦୁଷ୍ମନ୍ତ ପଣ୍ଡା

କଳାହାଣ୍ଡି: କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା ଖବର ମିଳିବା ପରେ ଟାଉନ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୨ ଗୋଟି ବିଦେଶୀ ମଦ ବୋତଲରେ ୯ ଲିଟର ମଦ ଜବତ କରି ଟାଉନ ଥାନା କେଶ ନଂ.୧୧୬ ଧାରା ୨୬୯/୨୭୦/୨୭୧/୧୮୮/୩୪ ଆଇପିସି ତଥା ୫୪ ବ୍ୟାପକ କ୍ଷୟକ୍ଷତି ପରିଚାଳନା ଆଇନ ଏବଂ ୫୨(ଏ)/୬୯ ଓଡିଶା ଅବକାରୀ ଆଇନ ଅନୁସାରେ ଏକ କେଶ ରୁଜ୍ଜୁ କରି ହିନ୍ଦ ପ୍ଲାଜା ର ମାଲିକ ବିକ୍ରମ ଜିତ ସିଂ ଙ୍କ ସମେତ ବିହାର ରାଜ୍ୟରୁ ଆସି ହୋଟେଲରେ କାମ କରୁଥିବା ହୋଟେଲ ମେନେଜର ଗୁଡୁ କୁମାର ଯାଦବ ପି- ରାଜେନ୍ଦ୍ର ଯାଦବ ଏବଂ ୱେଟର ଅନୀଲ କୁମାର ଯାଦବ ପି- ଗୌରୀ ଯାଦବ ଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସେହିପରି ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଭବାନୀପାଟନା ସଦର ଥାନା ଅନ୍ତର୍ଗତ ଭୈରବପୁର ସ୍ଥିତ ନରେନ୍ଦ୍ର ନାଗ (୨୮) ପି.ଲକ୍ଷ୍ମୀଧର ନାଗ ଙ୍କ ଠାରୁ ୬ ଲିଟର ଏବଂ କାଶୀ କରୁୱା ( ୪୦) ପି.ଭୀମ କରୁୱା ଙ୍କ ଠାରୁ ୭ ଲିଟର ଦେଶୀ ମଦ ଜବତ କରାଯାଇ ସଦର ଥାନା କେଶ ନମ୍ବର ଯଥାକ୍ରମେ ୧୧୦ ଓ ୧୦୯ ଧାରା ୨୬୯/୨୭୦/୧୮୮ ଆଇପିସି, ଏବଂ ୫୨ (ଏ) ଓଡିଶା ଅବକାରୀ ଆଇନ ଅନୁସାରେ କେଶ ରୁଜ୍ଜୁ କରି ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସେହିପରି ଜୁନାଗଡ ସହର ପ୍ରୋଜେକ୍ଟ ପଡାସ୍ଥିତ କମଳ ସୁନାନୀ ( ୫୬) ପି- ଉପେନ୍ଦ୍ର ସୁନାନୀ ୧୫ ଗୋଟୀ ବିଦେଶୀ ମଦ ବୋତଲ ୫.୪ ଲିଟର ରଖି ବେଆଇନ କାରବାର କରୁଥିବା ଅଭିଯୋଗରେ ଜୁନାଗଡ ଥାନା କେଶ ନଂ. ୧୦୬ ଧାରା ୧୮୮/୨୬୯/୨୭୦ ଆଇପିସି ତଥା ୫୨(ଏ) ଓଡିଶା ଅବକାରୀ ଆଇନ ଅନୁସାରେ ଗିରଫ କରାଯାଇଥିବା ଜୁନାଗଡ ଓଆଇସି ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

ଜୁନାଗଡ ଥାନା ଅନ୍ତର୍ଗତ ବଳଦିଆମାଳ ଠାରେ ବିଦେଶୀ ମଦ ରଖି କାରବାର କରୁଥିବା ଅଭିଯୋଗରେ ବଲଦିଆମାଳ ଗ୍ରାମର ଦିବ୍ୟ ନାଗ ( ୫୨) ପି.ଭାଳ ନାଗ ଙ୍କୁ ଗିରଫ କରିଥିବା ଜଣାପଡିଛି। କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ବେଆଇନ ବିଦେଶୀ ମଦ କାରବାର କରାଯାଉଥିବା ଖବର ପାଇ ଜୁନାଗଡ ଓଆଇସି ଉତ୍ତମ କୁମାର ସାହୁ ଚଢଉ କରି ଚତୁରତାର ସହିତ ଇଟା ଗଦା ମଧ୍ୟରେ ସୁସଜ୍ଜିତ ଭାବେ ରଖାଯାଇ ବେଆଇନ ଭାବେ କାରବାର କରୁଥିବା ବେଳେ ବିଭିନ୍ନ କିସମର ବୋତଲ ଗୁଡିକରେ ମୋଟ ୭୮.୩୪ ଲିଟର ବିଦେଶୀ ମଦ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ବର୍ତ୍ତମାନ ଲକଡାଉନ ସ୍ଥିତିରେ ମଦୁଆମାନଙ୍କ ଚାହିଦା ପୂରଣ କରିବା ପାଇଁ ତଥା ଅଧିକ ଲାଭ ଉଠାଇବା ପାଇଁ ଗ୍ରାମାଂଚଳରେ ଏଭଲି ଅନେକ ସ୍ଥାନରେ ଏଭଳି ବେଆଇନ କାରବାର ହେଉଥାଇପାରେ। ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢାଉ କରାଗଲେ ବେଆଇନ କାରବାର ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି।