Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ
ଆଜିର ଖବର

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ କରାଯାଉଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ ଏବଂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କେସିଙ୍ଗା ଓ ସଦର ଏସଡିପିଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦସ୍ତ ପୋଲିସ ପଦାଧିକାରୀ ଏବଂ ସମସ୍ତ ଥାନାର ଥାନାଧ୍ୟକ୍ଷ ମାନେ ପ୍ରତ୍ୟକ୍ଷ ଭାବେ ଏହିସବୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।

କୋଭିଡ଼-୧୯ ପ୍ରଭାବରେ ଲକଡାଉନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଏହି ରକ୍ତଦାନ ଶିବିର ସବୁ ଅନିଷ୍ଠିତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଛନ୍ତି।

ଗତ ୧ତାରିଖ ଦିନ ମଦନପୁର ରାମପୁର ଠାରେ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଭବାନୀପାଟଣା ଠାରେ ତା.୨୭.୦୩.୨୦.ରେ ଅନୁଷ୍ଠିତ ହୋଇଥିବା ଶିବିରରେ ୩୨ ୟୁନିଟ ଏବଂ ତା.୨୮.୦୩ ଦିନ ୪୯ ୟୁନିଟ ତା.୦୨.୦୪.୨୦ ଦିନ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ନର୍ଲା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜୁନାଗଡ ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଧର୍ମଗଡ ଠାରେ ତା.୩୧.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୦୮ ୟୁନିଟ ଏବଂ ୦୧.୦୪.୨୦୨୦ ଦିନ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ମ ରାମପୁର ଠାରେ ତା.୦୧.୦୪.୨୦ ଦିନ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କୋକସରା ଠାରେ ତା.୦୩.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କଲମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଥୁଆମୂଲ-ରାମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଉକ୍ତ ରକ୍ତଦାନ ଶିବିର ଗୁଡିକରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଛାସେବୀ, ସରକାରୀ ବେସରକାରୀ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ମହିଳା ମଣ୍ଡଳ, ମାରୱାଡି ଯୁବାମଂଚ ଭଳି ବିଭିନ୍ନ ସାମାଜିକ କର୍ମକର୍ତ୍ତାମାନେ ସହଯୋଗ କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଯେପରି ରକ୍ତର ଅଭାବ ରହିବ ନାହିଁ ସେଥିପାଇଁ ପୋଲିସ ବିଭାଗର ଏହା ଏକ ପ୍ରୟାସ ବୋଲି ଅତିରିକ୍ତ ଏସପି ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି।

kalahandi police
Share. Facebook Twitter LinkedIn Email WhatsApp Copy Link

Related Posts

ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ

September 9, 2026

ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026
Latest News

ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ

September 9, 2026

ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ

September 9, 2026

ନକଲି ପିଏମ୍‌ଓ ଅଫିସର ଗିରଫ

September 9, 2026

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.