Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ହାଥରସ ପ୍ରସଙ୍ଗକୁ ନେଇ କଙ୍ଗନାଙ୍କୁ ଟାର୍ଗେଟ୍‌ କଲେ ପ୍ରିୟଙ୍କା

ମୁମ୍ବାଇ : ହାଥରସ୍‌ ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି । ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ କଙ୍ଗନା ମୁମ୍ବାଇ ପୋଲିସ୍‌କୁ ଗଳି ଦେଉଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ କରୁଥିଲେ । କିନ୍ତୁ ହାଥରସ୍‌ ପ୍ରସଙ୍ଗକୁ ନେଇ ସେ ଏବେ ଚୁପ୍‌ ରହିଛନ୍ତି । ମହିଳାଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସ୍‌ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ଅଭିନେତ୍ରୀ କଙ୍ଗନା ହାଥରସ୍‌ କାଣ୍ଡରେ ମୌନମୂର୍ତ୍ତି ଧାରଣ କରିଛନ୍ତି ।  ଏହି ପ୍ରସଙ୍ଗରେ କଙ୍ଗନାର କୌଣସି ଟୁଇଟ୍‌ ଦେଖିବାକୁ ମିଳୁନାହିଁ ବୋଲିକହିଛନ୍ତି ପ୍ରିୟଙ୍କା ।

ସୂଚନାଯୋଗ୍ୟ, ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏବେ ବିବାଦ ଲାଗି ରହିଛି । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ଉଭୟ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବୟାନବାଜି ଜାରି ରହୁଛି ।  ବିଏମ୍‌ସି କଙ୍ଗନା ରଣାଓ୍ବତ୍‌ଙ୍କ ଅବୈଧ ନିର୍ମାଣ ଅଫିସ୍‌କୁ ଭାଙ୍ଗି ଦେଇଥିବାବେଳେ ଏହାକୁ ନେଇ ମହିଳା ସୁରକ୍ଷା ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରକୁ ଘେରିଥିଲେ କଙ୍ଗନା ରଣାଓ୍ବତ୍‌ ।

Categories
ଆଜିର ଖବର ମନୋରଂଜନ ସିନେମା

ଫିଲ୍ମି ଫ୍ରାଇଡେ’ରେ ‘ପଙ୍ଗା’ ଭର୍ସେସ୍‌ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’

ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଚଳଚ୍ଚିତ୍ର । କଙ୍ଗନା ରଣାଓ୍ବତଙ୍କ ‘ପଙ୍ଗା’ ଓ ବରୁଣ-ଶ୍ରଦ୍ଧା ଅଭିନୀତ ଡ୍ୟାନ୍ସ ଆଧାରିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡି’ ।

2013ରେ ପରଦାକୁ ଆସିଥିବା ‘ଏବିସିଡି’ର ତୃତୀୟ ସଂସ୍କରଣ ହେଉଛି ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ଥ୍ରୀଡି’ । ଏହି ଫିଲ୍ମକୁ ରେମୋ ଡି’ସୁଜା ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ବରୁଣ – ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ଅପାରଶକ୍ତି ଖୁରାନା, ରାଘବ, ଧର୍ମେଶ, ପୁନୀତ୍‌ ସମେତ ବହୁ ଡ୍ୟାନ୍ସରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 70ରୁ 80କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ନିର୍ମାଣ କରିଛନ୍ତି ଭୂଷଣ କୁମାର । ଏଥିରେ ମୋଟ 11ଟି ଗୀତ ରହିଥିବାବେଳେ ଗୀତ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସେହିପରି ଆଜି ରିଲିଜ ହୋଇଥିବା ଅନ୍ୟ ଏକ ଫିଲ୍ମ ହେଉଛି ପଙ୍ଗା । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଋଚା ଚଢା ଓ ଜସ୍ସୀ ଗିଲ୍‌ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଅଶ୍ବିନୀ ତିଓ୍ବାରୀ ଗ୍ରହଣ କରିଥିବାବେଳେ ଏହି ଫିଲ୍ମଟି କବାଡି ଖେଳକୁ ନେଇ ଆଧାରିତ । ସମାଜର ବନ୍ଧନରେ ବାନ୍ଧି ହୋଇ ରହିଥିବା ଜଣେ ମଧ୍ୟବର୍ଗୀୟ ଭାରତୀୟ ମହିଳାର ଭାବନାତ୍ମକ କାହାଣୀକୁ ନେଇ ‘ପଙ୍ଗାର’ର କାହାଣୀ ଗତିଶୀଳ ।

ତେବେ ଦୁଇଟିଯାକ ଫିଲ୍ମ ନିଜ ନିଜ କ୍ଷେତ୍ରରେ ବେଶ୍‌ ଉନ୍ନତ । ‘ପଙ୍ଗା’ରେ କଙ୍ଗନାଙ୍କ ପ୍ରଭାବଶାଳୀ ଅଭିନୟ ରହିଥିବାବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’ରେ ଡ୍ୟାନ୍ସର୍‌ ଜଲ୍‌ଓ୍ବା ରହିଛି । ତେବେ ବକ୍ସ ଅଫିସ୍‌ରେ ଏହି ଦୁଇଟି ଫିଲ୍ମ ମଧ୍ୟରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା ।  (ଏଜେନ୍ସି)

Categories
ଫଟୋ ଖବର

ମୁମ୍ବାଇର ବାନ୍ଦ୍ରାରେ ଅଭିନେତ୍ରୀ କଙ୍ଗନା ରାନାୱତ ବ୍ୟକ୍ତିଗତ କାମରେ ବ୍ୟସ୍ତ

Mumbai: Actress Kangana Ranaut seen at Bandra, in Mumbai on Jan 6, 2020. (Photo: IANS)

Categories
ଆଜିର ଖବର

ଜୟଲଲିଥାଙ୍କ ଜୀବନୀରେ କଙ୍ଗନା ରଣାଓ୍ବତ

ନିକଟରେ ବଲିଉଡ୍‌ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍‌ ହୋଇଛି। ସେ ହେଉଛନ୍ତି ତାମିଲ୍‌ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍‌ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’ ରହିଛି। ଏହି ଫିଲ୍ମର କାହାଣୀ ‘ବାହୁବଳୀ ଓ ’ମଣିକର୍ଣ୍ଣିକା’ର କାହାଣୀକାର ଲେଖକ କବି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି। ତେବେ ଫିଲ୍ମଟିର ରିଲିଜ୍‌ ସମ୍ପର୍କିତ କିଛି ସୂଚନା ମିଳିପାରିନାହିଁ।