ହାଥରସ ପ୍ରସଙ୍ଗକୁ ନେଇ କଙ୍ଗନାଙ୍କୁ ଟାର୍ଗେଟ୍‌ କଲେ ପ୍ରିୟଙ୍କା

Published: Oct 3, 2020, 6:05 pm IST

ମୁମ୍ବାଇ : ହାଥରସ୍‌ ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି । ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ କଙ୍ଗନା ମୁମ୍ବାଇ ପୋଲିସ୍‌କୁ ଗଳି ଦେଉଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ କରୁଥିଲେ । କିନ୍ତୁ ହାଥରସ୍‌ ପ୍ରସଙ୍ଗକୁ ନେଇ ସେ ଏବେ ଚୁପ୍‌ ରହିଛନ୍ତି । ମହିଳାଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସ୍‌ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ଅଭିନେତ୍ରୀ କଙ୍ଗନା ହାଥରସ୍‌ କାଣ୍ଡରେ ମୌନମୂର୍ତ୍ତି ଧାରଣ କରିଛନ୍ତି ।  ଏହି ପ୍ରସଙ୍ଗରେ କଙ୍ଗନାର କୌଣସି ଟୁଇଟ୍‌ ଦେଖିବାକୁ ମିଳୁନାହିଁ ବୋଲିକହିଛନ୍ତି ପ୍ରିୟଙ୍କା ।

ସୂଚନାଯୋଗ୍ୟ, ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏବେ ବିବାଦ ଲାଗି ରହିଛି । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ଉଭୟ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବୟାନବାଜି ଜାରି ରହୁଛି ।  ବିଏମ୍‌ସି କଙ୍ଗନା ରଣାଓ୍ବତ୍‌ଙ୍କ ଅବୈଧ ନିର୍ମାଣ ଅଫିସ୍‌କୁ ଭାଙ୍ଗି ଦେଇଥିବାବେଳେ ଏହାକୁ ନେଇ ମହିଳା ସୁରକ୍ଷା ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରକୁ ଘେରିଥିଲେ କଙ୍ଗନା ରଣାଓ୍ବତ୍‌ ।

Related posts