Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ କାପସହେଡାର ଗୋଟିଏ କୋଠାରୁ ଆଜି ପୁଣି 17 ଜଣ ସଂକ୍ରମିତ ଚିହ୍ନଟ, ଗତକାଲି 41 ଚିହ୍ନଟ ହୋଇଥିଲେ

ନୂଆଦିଲ୍ଲୀ :  ଦିଲ୍ଲୀ-ଗୁରୁଗ୍ରାମ ବର୍ଡର ସ୍ଥିତ କାପସହେଡାର ଗୋଟେ ବିଲିଡିଂରେ ଆଜି ପୁଣି 17 ଜଣଙ୍କଠାରେ କରୋନା ଚିହ୍ନଟ ହୋଇଛି । ଶନିବାର ଦିନ ଏହି ବିଲିଡ୍ଡିଂରୁ 41 ଜଣ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏବେ ଏହି କୋଠାରୁ ମୋଟ୍‌ 58 ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଆଗକୁ ଏହି ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା  ସୂଚନା ଅନୁସାରେ ଅପ୍ରେଲ 18 ତାରିଖରେ ଏହି ବିଲ୍ଡିଂୁରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଏହା ପରେ ଏହି ବିଲ୍ଡିଂକୁ ସିଲ୍‌ କରିଦିଆଯାଇଥିଲା । ଅପ୍ରେଲ 20 ଓ 21ରେ ଏହି ବିଲ୍ଡିଂରେ ରହୁଥିବା 175ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ପ୍ରାୟ 10 ଦିନରେ 67 ଜଣଙ୍କ ଯାଞ୍ଚ ରିପୋର୍ଟ ଆସିଥିଲା । ଏଥିରୁ 41 ଜଣଙ୍କଠାରେ  ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଆଜି 17 ଜଣଙ୍କଠାରେ କରୋନା ପଜିଟିଭ୍‌  ମିଳିଛି । ତେବେ ସେଠାରେ ପରିସ୍ଥିତିର ଗମ୍ଭୀରତା ଦେଖି ପ୍ରଶାସନ ହାଇ ଆଲର୍ଟ ରହିଛି । (ଏଜେନ୍ସି)