Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାନସଭାରେ ଲାଗିଥିଲା ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ, ମିଳିଲା ଫୋରେନସିକ୍ ପ୍ରମାଣ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ରାଜ୍ୟସଭା ସାଂସଦ ନାସିର ହୁସେନ୍‌ଙ୍କ ବିଜୟ ପରେ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦିଆଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫୋରେନସିକ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, କର୍ଣ୍ଣାଟକ ବିଧାନସଭା ବାହାରେ ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦିଆଯାଇଛି। ଫୋରେନସିକ୍ ରିପୋର୍ଟର ଦାବି ଇଣ୍ଡିଆ ଟୁଡେର ଏକ ଖବରରେ ଉପସ୍ଥାପିତ ହୋଇଛି।

ଇଣ୍ଡିଆ ଟୁଡେ ଏହାର ଖବରରେ ସୂତ୍ରରୁ ପ୍ରକାଶ ଯେ, କଂଗ୍ରେସ ପ୍ରାର୍ଥୀ ରାଜ୍ୟସଭା ବିଜୟ ଉତ୍ସବରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦିଆଯାଇଛି ବୋଲି ଫୋରେନସିକ୍ ବିଶେଷଜ୍ଞମାନେ ଏହା ପ୍ରମାଣ କରିଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ଉଭୟ ଭିଡିଓ ଏବଂ ଅଡିଓରେ ପାକିସ୍ତାନ ସମର୍ଥକ ସ୍ଲୋଗାନଗୁଡ଼ିକର ଉପସ୍ଥିତି ମଧ୍ୟ ନିଶ୍ଚିତ ହୋଇଛି ଏବଂ ଏହି ଫୁଟେଜକୁ ହେରେଫେରେ କରାଯାଇ ନାହିଁ ବୋଲି କହିଥିଲେ।

ଏହି ମାମଲାରେ ପଚରାଉଚରା ପାଇଁ ମହମ୍ମଦ ଶାଫିକ୍ ନାସିପୁଡିଙ୍କୁ ଗିରଫ କରାଯାଇଛି ବୋଲି ହାଭେରୀ ପୋଲିସ ଅଧୀକ୍ଷକ ଅଂଶୁକୁମାର କହିଛନ୍ତି। ହାଭେରୀ ଅଧୀକ୍ଷକ କହିଛନ୍ତି ଯେ, “ଫେବୃଆରୀ ୨୭ ତାରିଖରେ କର୍ଣ୍ଣାଟକ ବିଧାନସଭାରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେବା ନେଇ ବିଧାନ ସୌଧା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜଣେ ସନ୍ଦିଗ୍ଧ ମହମ୍ମଦ ଶାଫିକ୍ ନାସିପୁଡିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି।