Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ, ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ଶ୍ରୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ।

ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ।

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ ।

ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତି ମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି।

ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ମୁଁ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି।

ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି।

ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି। ଜିଲ୍ଲାର ସବୁ ହାଇସ୍କୁଲର 5T ରୂପାନ୍ତର କରାଯାଇଛି । ମଲ୍ଲିକେଶ୍ବର ମନ୍ଦିର ଓ ରାସ୍ତା ପାଇଁ ୨.୯୦ କୋଟି, ହରିଚାନ୍ଦ ଆଶ୍ରମ ପାଇଁ ୧.୨୮ କୋଟି, ନରନାରାୟଣ ଆଶ୍ରମ ପାଇଁ ଜମିପଟ୍ଟା ଦିଆଯିବା ସହିତ ୪୮ ଲକ୍ଷ ଟଙ୍କାର ବିକାଶ କାମ, ମନ୍ୟମକୁଣ୍ଡା ଗୁମ୍ଫା ବିକାଶ ପାଇଁ ୧ କୋଟି, ମା ଭରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ। ପୁରୁଣା ମାଲକାନଗିରିରୁ ମୋଟୁ ରାସ୍ତା ପାଇଁ ୧୬.୪୩ କୋଟି, ପୋଲୁରୁ ରୁ କୃଷ୍ଣପାଲି ରାସ୍ତା ପାଇଁ ୧୩ କୋଟି, ଭୁବନପାଲିରୁ କୁନାପାଲି ରାସ୍ତା ପାଇଁ ୯ କୋଟି, କୋଟାଗୁଡାରୁ ଆଲ୍‌ମା ରାସ୍ତା ପାଇଁ ୭.୬୦ ଲକ୍ଷ, ଏମ୍‌.ଭି-୬୧ରୁ କୁର୍ତ୍ତୀ ରାସ୍ତା ପାଇଁ ୫ କୋଟି, ମୁରଲିଗୁଡାରୁ ପେଟା ପର୍ଯ୍ୟନ୍ତ ୫ କୋଟି, ସତୀଗୁଡା ଡ୍ୟାମ ପାଇଁ ୨ କୋଟି ଟଙ୍କା।

ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେ ଯେ ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା। ଗୋବିନ୍ଧପାଲୀ ଜଗନ୍ନାଥ ମନ୍ଦିର, ଦାମଲଦେଇ ମନ୍ଦିର, ୧୦ଟି ମହିମା ଆଶ୍ରମ, ଶିବ ମନ୍ଦିର, ମା କାଣିବୁଢୀ ମନ୍ଦିର ଆଦି ସବୁ ମନ୍ଦିରର ଉନ୍ନତିକରଣ ପାଇଁ ୨.୧୦ କୋଟି ଟଙ୍କା ପ୍ରଦାନ କରାଯାଉଇଛି।

ସେହିପରି ଆଦିବାସୀ ସମାଜ ଭବନ ପାଇଁ ୫୦ ଲକ୍ଷ, ଚିତ୍ରକୋଣ୍ଡାରେ ୧୦୦ ଶଯ୍ୟାବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୫୦ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କାଳିଆଗଡ ନଳା ଉପରେ ସେତୁ ପାଇଁ ୧୬ କୋଟି, ମାଥିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫ କୋଟି ୫୦ ଲକ୍ଷ, ହନ୍ତାଳଗୁଡା ପର୍ଯ୍ୟଟନ ପାଇଁ ୭୬ ଲକ୍ଷ, ୨୬ଟି ଗ୍ରାମପଞ୍ଚାୟତରେ ପାଇପ ପାଣି ପାଇଁ ୩୨୦ କୋଟି ଟଙ୍କା ଏବଂ ବଡପଡା ଓ ପେପରମେଟଲାର ୨୪ଟି ଗାଁରେ ପାଇପ ପାଣି ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି।

ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଜୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ।
ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।

ସେ କହିଲେ ଯେ କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି। କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ। ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର 5-Tରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।

ସେ କହିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି,କିନ୍ତୁ ଶାନ୍ତି ନାହିଁ ।

ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି,ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି।

ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଆପଣାନେ ଆଉ ହଇରାଣ ହେବେ ନାହିଁ। କୋର୍ଟ କଚେରୀ ଦୌଡିବାକୁ ପଡିବ ନାହିଁ।

ଜୀବିକା ପାଇଁ ଜଙ୍ଗଲ ଉପରେ ଆପଣମାନେ ନିର୍ଭର କରନ୍ତି। ଆପଣ ସଂଗ୍ରହ କରିଥିବା ଜିନିଷକୁ କମ୍‌ ଦାମରେ ବିକନ୍ତି। କିଛି ଲାଭ ପାଆନ୍ତି ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ କରିଛନ୍ତି ଲାଭ ଯୋଜନା। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍‌ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକି ପାରିବେ ନାହିଁ।

ସେ କହିଲେ ଯେ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ। ତେଣୁ ଜନଜାତି ପିଲାଙ୍କ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି । ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ସେ ଓଡିଶାରେ କରିଛନ୍ତି । 5-T ସ୍କୁଲ ରୂପାନ୍ତରରେ ୮୫୦୦ ସ୍କୁଲର ରୂପାନ୍ତର କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି।

ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।

ଉମରକୋଟର ବିକାଶର ହିସାବ ଦେଇ ସେ କହିଲେ ଯେ ଏଠାରେ ୨୧୨ କୋଟି ଟଙ୍କାର କାମ ଚାଲିଛି । ମା ପେଣ୍ଡ୍ରାଣୀ ମନ୍ଦିର କାମ ଶେଷ ହୋଇଛି। ପୋଡାଗଡ ଶିବ ମନ୍ଦିର ଓ ଐତିହ୍ୟ ସ୍ଥଳ ପାଇଁ ୩ କୋଟି ଟଙ୍କାର କାମ ଚାଲିଛି। ଉମରକୋଟରେ ଡାଇଲିସିସ୍‌ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ ଟି ରାସ୍ତା କାମ ଚାଲିଛି । BSKYରେ ଉମରକୋଟର ସିପ୍ରା ସାନା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ପଟ୍ଟନାୟକ ପାଇଲେ ୪ ଲକ୍ଷ ଟଙ୍କା ।

ଝରିଗାଁରେ ସେ କହିଲେ ଯେ ମୁଁ ଯେତେବେଳ ଆସିଥିଲି, ସେତେବେଳେ ବର୍ଷା ହେଉଥିଲା । ତାସତ୍ତ୍ବେ ବି ଆପଣମାନେ ବହୁ ସଂଖ୍ୟାରେ ଆସି ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ସତୀଘାଟ, ମାଲଗାଁରେ ଜଳସେଚନ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି । ଝରିଗାଁ ପାଇଁ ଡିଗ୍ରୀ କଲେଜ ମଞ୍ଜୁର ହୋଇଛି।

ଚନ୍ଦାହାଣ୍ଡି ଝରିଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଝରିଗାଁରୁ ମେଦେନା ରାସ୍ତା ପାଇଁ ୪୫ କୋଟି, ଉମରକୋଟ-ଚନ୍ଦାହାଣ୍ଡି ମାଲଗାଁ ରାସ୍ତା ପାଇଁ ୬୧ କୋଟି, ଭୈରଘୁମର ଜଳପ୍ରପାତ ଠାରେ ପର୍ଯ୍ୟଟନ ପାଇଁ ୩ କୋଟି ୨୫ ଲକ୍ଷ, ଚନ୍ଦନଧାରା ଜଳପ୍ରପାତରେ ପର୍ଯ୍ୟଟନର ବିକାଶ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିରୋଧୀ ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ କରୁଛନ୍ତି ସମାଧାନ, ପାଣ୍ଡିଆନଙ୍କ ଆହ୍ବାନ

ଭୁବନେଶ୍ଵର: ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି। ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି। ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ। କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି। କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି। ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ- ରେମେଡ ପଡିଆ, କୁଚିଣ୍ଡା କଲେଜ ପଡିଆ, ଜୁଜୁମରା ହକି ପଡିଆ, ରେଢାଖୋଲ ଏବଂ ବିଶାଲଖିଣ୍ଡା ପଡିଆରେ ପ୍ରକଳ୍ପ ମଂଜୁରୀପତ୍ର ବଣ୍ଟନ କାର୍ଯକ୍ରମ ଆୟୋଜନ ହୋଇଥିଲା।

ଏହିସବୁ କାର୍ଯକ୍ରମରେ ଯଥାକ୍ରମେ ମନ୍ତ୍ରୀ ନିରଂଜନ ପୂଜାରୀ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଟୁକୁନି ସାହୁ ଯୋଗ ଦେଇଥିଲେ। ଏହିସବୁ ସ୍ଥାନ ସହ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।

ଗତ ଜାନୁଆରୀ ୧୨ ଓ ୧୩ ତାରିଖରେ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକର ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ଏହି ଦରଖାସ୍ତ ମଧ୍ୟରେ ଥିବା ଧାର୍ମିକ ଅନୁଷ୍ଠାନ ରୂପାନ୍ତରଣ ପ୍ରସ୍ତାବ, ଗୋଷ୍ଠି କେନ୍ଦ୍ର ନିର୍ମାଣ ପ୍ରସ୍ତାବ ନେଇ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସମସ୍ତ ଦରଖାସ୍ତର ସମୀକ୍ଷା କରି ଆଜି ୧୩୪୭ଟି କାର୍ଯ୍ୟର ମଂଜୁରୀ ଆଦେଶ ବଣ୍ଟନ କରାଯାଇଛି।

ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି। କଥା କମ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି। ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି। ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବାକୁ ଯାଇ ସେ କହିଥିଲେ ଲୋକେ ଏକଥାକୁ ପରୀକ୍ଷା କରିପାରନ୍ତି।

ଏବେ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି, ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଆସି ବଡ ବଡ ପ୍ରତିଶ୍ରୁତି ଦେଉଥିବେ। ସେମାନଙ୍କୁ ଜନସାଧାରଣ ଦରଖାସ୍ତ ଦେଇ ଦେଖନ୍ତୁ ସେମାନେ କେତେ ଦିନରେ ତାହା ପୂରଣ କରୁଛନ୍ତି, ନା ବିଲକୁଲ ପୂରଣ କରୁନାହାଁନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ପାଂଚରୁ ଦଶ ଦିନ ଭିତରେ ଲୋକଙ୍କ ଆବେଦନ ଉପରେ ପଦକ୍ଷେପ ନେଉଛନ୍ତି। ତାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ହୃଦୟର ସହିତ ଆଶୀର୍ବାଦ କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଅପିଲ କରିଥିଲେ।

ବିଭିନ୍ନ ଅଞ୍ଚଳକୁ ମିଳିଥିବା ପ୍ରକଳ୍ପ ମଂଜୁରୀପତ୍ର ପାଇଁ ବିଭିନ୍ନ ଅଞ୍ଚଳବାସୀ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରକଳ୍ପ ମଂଜୁରୀ ବିତରଣ ବେଳେ ସମସ୍ତେ ଗଦଗଦ୍ ହୋଇ ପୂର୍ବରୁ ଏଭଳି କେବେ ହୋଇନଥିବା ପ୍ରକାଶ କରିଥିଲେ। ସମ୍ବଲପୁର ପାଇଁ ଏତେ ସଂଖ୍ୟକ ପ୍ରକଳ୍ପ ପୂର୍ବରୁ କେବେ ମଂଜୁର ହୋଇନଥିବା ମଧ୍ୟ ଲୋକେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପକୁ ଜାନକୀବାବୁ, ବିଜୁବାବୁ ମଧ୍ୟ କରିବାକୁ ଚାହିଁଥିଲେ, ହେଲେ କରିପାରି ନ ଥିଲେ, କାହିଁକି?

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ କରିବାକୁ ଚାହିଁଥିଲେ। ହେଲେ ସେମାନେ କରିପାରି ନ ଥିଲେ। ତାହାର କାରଣ ହେଲା ଜଗନ୍ନାଥ କୌଣସି କାମ କରିବାକୁ ହେଲେ କାଳେ ବିଭ୍ରାଟ ହେଲେ ସରକାର ଭାଙ୍ଗିଯିବାର ଭୟ ରହିଥିଲା। ସେଥିପାଇଁ ସେମାନେ ଏହାକୁ କରିବା ପାଇଁ ଚାହିଁ ନ ଥିଲେ ବୋଲି କହିଛନ୍ତି 5ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତକାଲି ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ସହରାଞ୍ଚଳ ବିକାଶ ସମ୍ମିଳନୀରେ ଯୋଗଦେଇ କାର୍ତ୍ତିକ ପାଣ୍ଡିଆନ ବହୁ ତଥ୍ୟ ପଦାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଆରମ୍ଭ କରିବା ବେଳେ ସେହିପରି ବାଧାର ସମ୍ମୁଖୀନ ହୋଇଥିଲେ। ବହୁ ରାଜନେତା ତଥା ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ହାତ ନ ମାରିବା ପାଇଁ କହିଥିଲେ। ଏହା ଦ୍ବାରା ସରକାର ଭାଙ୍ଗିଯିବ ବୋଲି ସେମାନେ ସତର୍କ କରାଇଥିଲେ।

ହେଲେ ମୁଖ୍ୟମନ୍ତ୍ରୀ ତାହାକୁ ଭ୍ରୁକ୍ଷେପ ନ କରି ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଆର୍ଶିବାଦରେ ପାଞ୍ଚଥର ଶାସନ କ୍ଷମତାକୁ ଆସିଛି। ମୁଁ ଯଦି ଜଗନ୍ନାଥଙ୍କ କାମ ନ କରିବ ଆଉ କିଏ କରିବ ବୋଲି ପ୍ରଶ୍ନ କରିଥିଲେ। ଯଦି ମୋର ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବ ପଡୁ ପଛେ କାମ ଆରମ୍ଭ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପରିକ୍ରମା ପ୍ରକଳ୍ପର ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାହା ହୋଇଛି ତାହା ଗତ ସାତଶହ ବର୍ଷ ମଧ୍ୟରେ ହୋଇ ନ ଥିଲା। ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥଙ୍କ ପ୍ରତି ଅଗାଢ ଭକ୍ତି ସହିତ ସତସାହସ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ପାଣ୍ଡିଆନ କହିଥିଲେ। ବର୍ତ୍ତମାନ ବିଶ୍ବର କୋଟିକୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତ ଏହି ପ୍ରକଳ୍ପକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଜଗନ୍ନାଥଙ୍କ ଆର୍ଶିବାଦ ବିନା ଏତେବଡ କାର୍ଯ୍ୟ କେବେ ସମ୍ଭବ ହୋଇ ନ ଥାଆନ୍ତା ବୋଲି ପାଣ୍ଡଆନ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାଣନ୍ତୁ ଏହା ପଛରେ ଥିବା ତିନି ମୁଖ୍ୟ ବିନ୍ଧାଣୀଙ୍କ କଥା

ଭୁବନେଶ୍ବର: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଦୀର୍ଘ ୪ ବର୍ଷର ପରିଶ୍ରମ ପରେ ଶେଷରେ ପୂର୍ଣ୍ଣ ରୂପରେଖ ନେଲା ଏହି ପ୍ରକଳ୍ପ। ଯେଉଁଥିରେ ପ୍ରାୟ ଆଠଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଯେଉଁମାନେ ପୁରୀ ଯାଇଥିବେ ଏବଂ ଯଦି ବର୍ତ୍ତମାନ ଯିବେ, ତେବେ ଦେଖିବେ କଣ ରହିଛି ପାର୍ଥକ୍ୟ। କଣ ମିଳୁଛି ଅନୁଭବ।

ତେବେ ଏହା ପଛରେ ବା ଏହାର ପରିକଳ୍ପନା କରିବାରେ ମୁଖ୍ୟତଃ ତିନି ଜଣଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ସେମାନଙ୍କର ସହଯୋଗ ବା ମନବୋଳ ନ ଥିଲେ ଏତେ ବଡ ପ୍ରକଳ୍ପ ପରିକଳ୍ପନା କରିବା ବା ସମ୍ଭବ କରାଇବା ସହଜ ହୋଇ ନ ଥାଆନ୍ତା। ସେହି ତିନିଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ନବୀନ ପଟ୍ଟନାୟକ

ଏହି ବୃହତ ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ହିଁ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ଏହି ଶ୍ରୀମନ୍ଦିର କିପରି ଭକ୍ତଙ୍କୁ ବହୁତ ସୁବିଧା ପ୍ରଦାନ କରିବ ସେ ନେଇ ସେ ଚିନ୍ତିତ ଥିଲେ। ଆଉ ତାହାରି ରୂପରେଖ ହେଉଛି ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।

୨୦୨୦ ମସିହା ଜାନୁୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଏହି ପରିକ୍ରମା ପ୍ରକଳ୍ପର ପୁରୀ ନକ୍ସାକୁ ଅନୁଧ୍ୟାନ କରି ଅନୁମୋଦନ ପ୍ରଦାନ କରିଥିଲେ। ସେହି ଅନୁସାରେ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଆରମ୍ଭ ହେଲା ଯୋଜନା। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭୂମିପୂଜନ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରମୁଖ ବିନ୍ଧାଣୀ ଗଜପତି ଦିବ୍ୟସିଂହ ଦେବ

ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଗଜପତି ଦିବ୍ୟସିଂହ ଦେବ। ଯାହାଙ୍କର ବିନା ସହଯୋଗରେ ଏତେବଡ ପ୍ରକଳ୍ପ ହେବା ସମ୍ଭବ ହୋଇ ନ ଥାଆନ୍ତି। ଜଗନ୍ନାଥଙ୍କର ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ତାଙ୍କର ଅନୁମୋଦନ ଏବଂ ପରାମର୍ଶ କ୍ରମେ ନିର୍ମାଣ ହୋଇପାରିଛି ଏହି ପରିକ୍ରମା ପ୍ରକଳ୍ପ।

ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟର ମୁଖ୍ୟ। ଏହି କାର୍ଯ୍ୟଟି ସଂପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟର ପ୍ରତ୍ୟେକ୍ଷ ତତ୍ବାବଧାନରେ ନିର୍ମାଣ ଚାଲିଥିଲା। ସେଥିପାଇଁ ଗଜପତି ମହାରାଜା କମିଟର ମୁଖ୍ୟ ଭାବେ ଏହି ପ୍ରକଳ୍ପର ମୁଖ୍ୟ ପୁରୋଧା ମଧ୍ୟ ଥିଲେ। ସେହିପରି ଗଜପତି ମହାରାଜା କର୍ତ୍ତା ସାଜି ପ୍ରକଳ୍ପର ସମସ୍ତ ପୂଜାବିଧି କାର୍ଯ୍ୟ ସଂପର୍ଣ୍ଣ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରଧାନ ବିନ୍ଧାଣୀ କାର୍ତ୍ତିକ ପାଣ୍ଡିଆନ

ଏହି ପ୍ରକଳ୍ପର ପ୍ରକୃତ ତଥା ପ୍ରଧାନ ବିନ୍ଧାଣୀ ଥିଲେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରକଳ୍ପର ରୂପରେଖ ପ୍ରସ୍ତୁତଠାରୁ ଆରମ୍ଭ କରି ଡିଜାଇନିଂ ଏବଂ ନିର୍ମାଣ କାର୍ଯ୍ୟ ପାଣ୍ଡିଆନଙ୍କ ଦ୍ବାରା ତଦାରଖ କରାଯାଇଥିଲା। କାରଣ ତାଙ୍କର ତୀକ୍ଷ୍ମ ବୁଦ୍ଧି ଯୋଗୁଁ ଆଜି ଏହି ପ୍ରକଳ୍ପ ବିଶ୍ବ ଦରବାରରେ ସୁପ୍ରତିଷ୍ଠିତ ହୋଇପାରିଛି।

ଦୀର୍ଘ ୪ ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପକୁ ତଦାରଖ କରିବା ପାଇଁ ପାଣ୍ଡିଆନ ପ୍ରତି ଶନିବାର ଦିନ ପୁରୀ ଗସ୍ତ କରୁଥିଲେ। ସେ ପ୍ରଥମେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ସହିତ ମନ୍ଦିର ଚାରିପଡେ ବୁଲି ଏହି କାର୍ଯ୍ୟର ସମୀକ୍ଷା କରୁଥିଲେ।

ତେବେ ପାଣ୍ଡିଆନଙ୍କ ବଡ ପଦକ୍ଷେପ ହେଉଛି ଶ୍ରୀମନ୍ଦିର ଚାରିପଟୁ ବିଭିନ୍ନ ନିର୍ମାଣକୁ ହଟାଇବା। ପ୍ରାଚୀନ ଯୁଗରୁ ରହିଥିବା ଏହି ମଠ ଏବଂ ଘରକୁ ବିନା କୌଣସି ବାଧାବିଘ୍ନରେ ତାହାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ପାଣ୍ଡିଆନ।

Categories
ଆଜିର ଖବର

ସାରା ରାଜ୍ୟ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ସମ୍ବଲପୁରରେ କହିଲେ ନୂଆ କଥା

ଭୁବନେଶ୍ୱର: ଏନଏଚ-୫୫ ର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପ-ନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୁଣି ମନେ ପକାଇ ଦେଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ। ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ସରିପାରୁନି।

ଅପର ପକ୍ଷରେ ଏନଏଚ କାମ ଆରମ୍ଭ ହେବାର ବହୁଦିନ ପରେ ବରଗଡରୁ ଆମ୍ବପାଣୀ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହୋଇ ସାରିଲାଣି। ୨୦୧୭ରେ ଆରମ୍ଭ ହୋଇଥିଲା ବିଜୁ ଏକ୍ସପ୍ରେସ ୱେ କାମ। ୨୮୦କିଲୋମିଟର ଲମ୍ବା ଏହି ରାସ୍ତାରେ ୧୦୦ କିଲୋମିଟର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା।

କିନ୍ତୁ ମାତ୍ର ୨୯୦ କିଲୋମିଟର ଜାତୀୟ ରାଜପଥର କେବଳ ମରାମତି କାମ ସରୁ ନ ଥିବା ଦୁର୍ଭାଗ୍ୟ ଜନକ। ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି କହିବା ସହ ଆଉ ବିଳମ୍ବ ନ କରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ପାଣ୍ଡିଆନ ବିନମ୍ର ଅନୁରୋଧ କରିଛନ୍ତି।

କଟକ-ସମ୍ବଲପୁର ଜାତୀୟ ରାଜପଥ କାର‌୍ୟ୍ୟରେ ଅହେତୁକ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଫାଇଭ ଟି ଅଧ୍ୟକ୍ଷ କହିଛନ୍ତି ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଦେଶରେ ଏହା ଏକ ମାତ୍ର ଜାତୀୟ ରାଜପଥ, ଯେଉଁଠି କାମ ସବୁଠୁ ଅଧିକ ମନ୍ଥର ଗତିରେ ଚାଲିଛି। ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହେଉଛି ଏବଂ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି।

କେବଳ ନିର୍ବାଚନ ସମୟରେ ବଡବଡ କଥା ନ କହି କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ। ଏହା ବିଜେଡି କି ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ। ଏହା ଲୋକଙ୍କ ସରକାର ବୋଲି ସବୁବେଳେ କହିଥାନ୍ତି ନବୀନ ପଟ୍ଟନାୟକ।

ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି। କିନ୍ତୁ କିଛି ନେତା କେବଳ କଥାରେ ବିଶ୍ୱାସ କରନ୍ତି। ନିର୍ବାଚନ ସମୟରେ ଆସି ବଡ ବଡ କଥା କହି ଚାଲିଯିବେ। ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ।

ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ।

ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮ ପ୍ରତିଶତ ଟିକସ ଛାଡ କରିଛନ୍ତି। ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରୁପତ୍ର ତୋଳାଳିଙ୍କୁ ବୋନସ ଦେଉଛି।

ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ର ତୋଳାଳିଙ୍କ ଆବେଦନ କ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର

ସୁନ୍ଦରଗଡରେ କାର୍ତ୍ତିକ ପାଣ୍ଡିଆନ, ଲୋକଙ୍କୁ କହିଲେ ଆପଣମାନେ କେନ୍ତା ଅଛନ୍

ଭୁବନେଶ୍ବର: ବୁଧବାର ଅପରାହ୍ନରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ସେ ସକାଳେ ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋୟାର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଥିଲେ। ସେଠାରୁ ସେ ସିଧା ସୁନ୍ଦରଗଡ ଗସ୍ତ କରିଥିଲେ।

ସୁନ୍ଦରଗଡର ଭରପୁର ଲୋକଙ୍କୁ ସେ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ଲୋକଙ୍କୁ କହିଥିଲେ ଆପଣମାନେ କେନ୍ତା ଅଛନ୍। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନସମାଜ ତାଳିମାନେ ଭଲ୍ ଅଛନ ବୋଲି କହିଥିଲେ। ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ ବୋଲି ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ତଥ୍ୟ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ମୁଁ ଗତ ମାର୍ଚ୍ଚରେ ସୁନ୍ଦରଗଡ ଗସ୍ତରେ ଆସିଥିଲି। ସେତେବେଳେ ଆପଣମାନେ ମୋତେ 160ଟି ଅଭିଯୋଗ ପତ୍ର ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗକୁ ଗ୍ରହଣ କରି ଅନୁଦାନ ପ୍ରଦାନ କରିଛନ୍ତି। ମନ୍ଦିର, ମସଜିଦ୍, ଚର୍ଚ୍ଚ ଏବଂ କମ୍ୟୁନିଟ ସେଣ୍ଟର ପାଇଁ ଯେଉଁମାନେ ଦାବୀ କରିଥିଲେ ସେଗୁଡିକର ଅନୁମୋଦ ହୋଇଛି।

ତେବେ ଏହି ବିକାଶ ମୂଳକ କାମରେ ଆପଣଙ୍କର ବହୁତ ସହଯୋଗର ଆବଶ୍ୟକ ରହିଛି। କାରଣ 5ଟି ଉପକ୍ରମରେ ଆମେ ଏହାକୁ ସ୍ବଚ୍ଛତାର ସହ କରିବାକୁ ଚାହୁଁଛୁ। ତେଣୁ ଆପଣମାନଙ୍କର ଭାଗୀଦାରି ନିହାତି ଆବଶ୍ୟକ ବୋଲି ପାଣ୍ଡିଆନ ଲୋକଙ୍କୁ ଅନୁରୋଧ କରିଥିଲେ।

ସେ କହିଥିଲେ ଯେ, ହେମଗିରିରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଅନୁରୋଧ ଆସିଥିଲା। ତାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଜନସମାଜକୁ ଅବଗତ କରାଇଥିଲେ। ସେଥିପାଇଁ 60 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଗତ ଆଠମାସ ମଧ୍ୟରେ ସୁନ୍ଦରଗଡ ପାଇଁ 350 କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି ସେ କହିଥିଲେ।

ଏହାପରେ ସୁନ୍ଦରଗଡର ବାଲିଶଙ୍କରାଠାରେ ଜନସମାଜକୁ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରେ ମଞ୍ଚ ଉପରେ ଲୋକମାନେ ତାଙ୍କୁ ପାରଂପାରିକ ଆଦିବାସୀ ପୋଷାକ ପିନ୍ଧାଇଥିଲେ। ସେଠାରେ ସେ ସୁନ୍ଦରଗଡକୁ ଆସନ୍ତା ଫେବୃୟାରୀରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ସେହିପରି ସୁନ୍ଦରଗଡର ହକି ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି ବୋଲି ସେ ଜନସମାଜକୁ ଅବଗତ କରାଇଥିଲେ।