Categories
ଆଜିର ଖବର

ଏକାଠି ରୋମାନ୍ସ କରିବେ ସାରା-କାର୍ତ୍ତିକ୍‌ !

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ପୁଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ଲୁକା ଛୁପି’ ବକ୍ସ ଅଫିସ୍‌ରେ ୧୦କୋଟିରୁ ଅଧିକ ଆୟ କରିସାରିଛି। ପୁଣି ଏକ ଫିଲ୍ମକୁ ନେଇ କାର୍ତ୍ତିକ ଚର୍ଚ୍ଚାରେ ରହିଛନ୍ତି । ନିକଟରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା କରାଯାଇଥିଲା। ସାରା କାର୍ତ୍ତିକ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ବୋଲି ‘କଫି ଉଇଥ୍ କରନ୍‌’ ଶୋ’ରେ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତେବେ କାର୍ତ୍ତିକ ଏ ସମ୍ପର୍କରେ କିଛି ମତ ରଖିନଥିଲେ । ସାରାଙ୍କର ଏହି ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ସୂଚନା ଅନୁସାରେ ସାରା କାର୍ତ୍ତିକଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ‘ଲଭ୍‌ ଆଜ୍‌ କଲ୍‌’ର ଦ୍ୱିତୀୟ ଭାଗ ବୋଲି ଜଣାପଡ଼ିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍‌, ସାରା ଅଲ୍ଲୀ ଖାନ୍‌ ଓ ତାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ମଧ୍ୟ ଅଭିନୟ କରିବେ। ଏମାନଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ମଧ୍ୟ ଅଭିନୟ କରିବେ। ଅଭିନେତ୍ରୀ ସାରା ଅଲ୍ଲୀ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସିମ୍ବା ଫିଲ୍ମ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା। ଏହି ଫିଲ୍ମ ପରେ ତାଙ୍କୁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟତା ମିଳିଛି। କାର୍ତ୍ତିକଙ୍କ ‘ସୋନୁ କେ ଟ୍ବିଟ୍‌‌ କେ ସ୍ବିଟି’ ସଫଳ ରହିଥିବାବେଳେ ‘ଲୁକାଛପି’ ମଧ୍ୟ ଦର୍ଶକଙ୍କ ପସନ୍ଦ ହୋଇଛି । କାର୍ତ୍ତିକ ଅନନ୍ୟା ପାଣ୍ଡେ ଓ ଭୂମି ପେଡେନ୍‌କରଙ୍କ ସହ ‘ପତି ପତ୍ନୀ ଔର ଓ୍ବ’ ରେ ମଧ୍ୟ ନଜର ଆସିବେ ।  ଅନନ୍ୟାଙ୍କ ସହ କାର୍ତ୍ତିକଙ୍କୁ ଡିନର୍‌ ଡେଟ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।