Categories
ଆଜିର ଖବର ମନୋରଂଜନ ସିନେମା

ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବ୍ଲକ୍‌ବଷ୍ଟର ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ନିର୍ଦ୍ଦେଶକ ପର୍ଶୁରାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ଏବଂ ଶ୍ରଦ୍ଧା ନଜର ଆସିବାକୁ ଯାଉଛନ୍ତି । ସେହିପରି ଦୁଇ ନାୟିକା ବିଶିଷ୍ଟ ଏହି ଫିଲ୍ମରେ ଜାତୀୟ ପୁରସ୍କାରପ୍ରାପ୍ତ କୀର୍ତ୍ତି ସୁରେଶ ଦ୍ବିତୀୟ ନାୟିକା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ମହେଶଙ୍କ ଶେଷ ଫିଲ୍ମ ସରେଲୀରୁ ନିକେଏଭରୁ ବ୍ଲକ୍‌ବଷ୍ଟର ହୋଇଥିଲା । ଅପର ପକ୍ଷରେ ଶ୍ରଦ୍ଧାଙ୍କ ଡେବ୍ୟୁ ତେଲୁଗୁ ଫିଲ୍ମ ସାହୋ ବକ୍ସ ଅଫିସ୍‌ରେ ପିଟି ହୋଇ ଯାଇଥିଲା । ଏହି ଫିଲ୍ମକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ପର୍ଶୁରାମ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଆୟୁଷ୍ମାନ, ଭିକି ଓ କୀର୍ତ୍ତୀଙ୍କୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ, 23/12 : ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି 66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଅଗଷ୍ଟ ମାସରୁ ବିଜୟୀଙ୍କ ନାମ ଘୋଷିତ ହୋଇଥିବା ବେଳେ ସୋମବାର ଶାସ୍ତ୍ରୀ ଭବନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତିଙ୍କ ସହିତ ମାନବ ସମ୍ବଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ । ପୂର୍ବାହ୍ନ 10ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦିବ୍ୟା ଦତ୍ତ ଏବଂ ସୋନାଲୀ କୁଲକର୍ଣ୍ଣୀ ପରିଚାଳନା କରିଥିଲେ । ମହାନାଟୀ ପାଇଁ ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । ଆୟୁଷ୍ମାନ ଖୁରାନା ଏବଂ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରିଥିଲେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ । ଅମିତାଭ୍‌ ବଚ୍ଚନଙ୍କ ଅନୁପସ୍ଥିତିରେ ଦାଦାସାହେବ ଫାଲକେଙ୍କ ଅଣନାତି ଶ୍ରୀ ଚନ୍ଦ୍ରଶେଖର ତାଙ୍କ ପୁରସ୍କାର ଗ୍ରହଣ କରିଥିଲେ ।


ଫିଲ୍ମ ସୁଟିଂ ପାଇଁ ଅନୁମତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରାଖଣ୍ଡକୁ ପୁରସ୍କୃ୍ତ କରାଯାଇଛି । ବଧାଇ ହୋକୁ ଶ୍ରେଷ୍ଠ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ଭାବରେ ଘୋଷଣା କରାଯାଇଥିବା ବେଳେ ସୁରେଖା ସିକ୍ରୀଙ୍କୁ ଶ୍ରେଷ୍ଠ ପାର୍ଶ୍ବାଭିନେତ୍ରୀ ଘୋଷିତ କରାଯାଇଛି । ଅକ୍ଷୟ କୁମାରଙ୍କ ପ୍ୟାଡମ୍ୟାନ୍‌କୁ ଶ୍ରେଷ୍ଠ ସାମାଜିକ ଫିଲ୍ମ ଭାବରେ ପୁରସ୍କୃତ କରାଯାଇଛି । ଉପ ରାଷ୍ଟ୍ରପତି ନିଜ ଅଭିଭାଷଣରେ କୀର୍ତ୍ତି ସୁରେଶ, ମହାନାଟୀ, ଅନ୍ଧାଧୁନ୍‌ ଓ ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିଲେ ।

ପୁରସ୍କାର ହାସଲକାରୀଙ୍କ ପୂର୍ଣ୍ଣ ତାଲିକା :
ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ (ମହାନାଟୀ)
ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଖୁରାନା(ଅନ୍ଧାଧୁନ୍‌) ଏବଂ ଭିକି କୌଶଲ୍‌(ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ନିର୍ଦ୍ଦେଶକ : ଆଦିତ୍ୟ ଧର (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର : ବଧାଇ ହୋ
ଶ୍ରେଷ୍ଠ ସାମାଜିକ ଧର୍ମୀ ଚଳଚ୍ଚିତ୍ର : ପ୍ୟାଡମ୍ୟାନ୍‌
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ : ସୁରେଖା ସିକ୍ରି (ବଧାଇ ହୋ)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା : କୃତି ମହେଶ ଏବଂ ଜ୍ୟୋତି ଡି ତୋମାର (ପଦ୍ମାବତ :ଘୁମର)
ଶ୍ରେଷ୍ଠ ଆକ୍ସନ୍‌ ଫିଲ୍ମ : କେଜିଏଫ୍‌
ଶ୍ରେଷ୍ଠ ସାଉଣ୍ଡ ଡିଜାଇନିଂ : ଦୀପକ ଚାଟାର୍ଜୀ (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରିଜିତ୍‌ ସିଂ (ପଦ୍ମାବତ : ବୀତେ ଦିଲ୍‌)
ଶ୍ରେଷ୍ଠ ପୋଷାକ ସଜ୍ଜା : ମହାନାଟୀ
ଶ୍ରେଷ୍ଠ ସ୍ପେସିଆଲ ଇଫେକ୍ଟ : ଆଓ୍ବେ(ତେଲୁଗୁ) ଏବଂ କେଜିଏଫ୍‌(କନ୍ନଡ)
ଶ୍ରେଷ୍ଠ ଚିତ୍ରନାଟ୍ୟ : (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ଫିଲ୍ମ : ଅନ୍ଧାଧୁନ୍‌(ଶ୍ରୀରାମ ରାଘବନ୍‌)