Categories
ଆଞ୍ଚଳିକ

ମହାକାଳପଡାରେ ଦ୍ୱିତୀୟ ପର୍ଯ୍ୟାୟ ସାନିଟାଈଜେସନ୍‌ରେ ପ୍ରମୁଖ କାର୍ଯ୍ୟାଳୟ ସାନିଟାଇଜ୍‌

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରଠୁ ଜିଲ୍ଲା ପ୍ରଶାସନ ସମେତ ୯ ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତପ୍ତରତା ଦେଖାଦେଇଛି । ଏ ନେଇ ଜିଲ୍ଲା ତଥା ବ୍ଲକରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏହି ଲକ୍‌ଡାଉନ୍‌କୁ ତଦାରଖ କରୁଥିବା କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଶୋଧକ ସିଂଚନ କରାଯାଇ ସାନିଟାଇଜ୍‌ କରାଯାଇଛି । ଏହି ପ୍ରକ୍ରିୟାରେ ସଦର ମହକୁମାରେ ଅବସ୍ଥିତ ବ୍ଲକ, ତହସିଲ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ସାନିଟାଈଜ କରାଯାଇଥିଲା । ପରେ ଦ୍ବିତୀୟ ପର୍ଯ୍ୟାୟର ବିଶୋଧନ ଗତକାଲି କରଯାଇଥିଲା । ଦ୍ୱିତୀୟ ଦଫାରେ ବ୍ଲକ, ଜମ୍ବୁ ସାମୁଦ୍ରିକ ଥାନା, ଛପାଲିଗଡା଼ ବଜାର, ବିଭିନ୍ନ ବ୍ୟାଙ୍କ ଏବଂ ଉପଡାକଘର ପରିସରରେ ବିଶୋଧକ ସିଂଚନ ହୋଇଛି । ଏହି କାର୍ଯ୍ୟ କ୍ରମରେ ୩ ଜଣ ସିଭିଲ ଡିଫେନ୍ସ ସ୍ବେଛାସେବୀ, ୫ ଜଣ ଆଗ୍ନିକ ଓ ନିଜେ ଅଗ୍ନିଶମ ଅଧିକାରୀ ମୋହନ ଚରଣ ଦାସ କାର୍ଯ୍ୟ ତଦାରଖ କରିଥିଲେ ।