Categories
ଆଜିର ଖବର ରାଜ୍ୟ ଖବର

ଜନ୍ମଦିନ ପାର୍ଟିରୁ ଫେରୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ମଧ୍ୟପ୍ରଦେଶ : ହାଥରସ୍‌ରେ ଘଟିଥିବା ବର୍ବରତା କାଣ୍ଡର ନିଆଁ ନ ଲିଭୁଣୁ ଦେଶରେ କୋଣ ଅନୁକୋଣରେ ଦୁଷ୍କର୍ମ ପରି ଘଟଣା ମାନ ସାମ୍ନାକୁ ଆସୁଛି । ଦେଶରେ ମହିଳାଙ୍କ ସ୍ଥିତିରେ କୌଣସି ସୁଧାର ଆସିଥିବା ଦେଖାଯାଉନାହିଁ । ଏବେ ମଧ୍ୟପ୍ରଦେଶର ରୀବାରେ ଜନ୍ମଦିନ ପାର୍ଟିରୁ ଫେରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତା ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକମାନେ ଦୁଷ୍କର୍ମ କରିବା ସହିତ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରୀବା ଜିଲ୍ଲା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଅକ୍ଟୋବର 8ତାରିଖ ସନ୍ଧ୍ୟାବେଳେ ନାବାଳିକା ଯୁବତୀ ଜଣକ ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ  ଏହି ସମୟରେ ଦୁଇ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲେ ।  ଘଟଣା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜ ନେଇଥିବାବେଳେ ସେଠାରେ ଉତ୍ତମ ଚିକିତ୍ସା ନ ମିଳିବାରୁ ପୁନଶ୍ଚ ରୀବା ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ । ଏଠାରେ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ  ଛୁରୀରେ କ୍ଷତାକ୍ତ କରାଯାଇଥିବାର  ଘଟଣା ସାମ୍ନାକୁ ଆସିଥିଲା ।

ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ଧାରା 376 ଓ ପୋକ୍ସୋ ଆଧାରରେ ମାମଲା ରୁଜୁ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାତ୍ର ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପୁଇଁତଳା ବିଡ଼ିଓଙ୍କୁ ଅପହରଣ ପରେ ଉଦ୍ଧାର, ଏସପି ଓ ଜିଲ୍ଲାପାଳ କରୁଛନ୍ତି ଅନୁଧ୍ୟାନ

ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ ଭିତରୁ ଟେକି ନେଇଯାଇଥିଲେ। ତାଙ୍କୁ ଜବରଦସ୍ତ ଏକ ଗାଡିରେ ଦୁର୍ବତମାନେ ଅପହରଣ କରି ନେଉଥିବାର ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖିଥିଲେ। ଏହାର କିଛି ସମୟ ପରେ ଦୁର୍ବତମାନେ ଛାଡିଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅପହରଣ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଇଁତଳା ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଠିକା କାମକୁ ନେଇ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି।   ଏନେଇ ମାମଲା ରୁଜ୍ଜୁ ପରେ ପୁଇଁତଳା ପୋଲିସ ତନାଘନା ଅରମ୍ଭ କରିଛି। ଉଦ୍ଧାର ପରେ ସରୋଜଙ୍କୁ ଜିଲ୍ଲାପାଳ ଏବଂ ଏସପି ପଚାରାଉଚୁରା କରୁଛନ୍ତି।