ଜନ୍ମଦିନ ପାର୍ଟିରୁ ଫେରୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

Published: Oct 13, 2020, 12:44 pm IST

ମଧ୍ୟପ୍ରଦେଶ : ହାଥରସ୍‌ରେ ଘଟିଥିବା ବର୍ବରତା କାଣ୍ଡର ନିଆଁ ନ ଲିଭୁଣୁ ଦେଶରେ କୋଣ ଅନୁକୋଣରେ ଦୁଷ୍କର୍ମ ପରି ଘଟଣା ମାନ ସାମ୍ନାକୁ ଆସୁଛି । ଦେଶରେ ମହିଳାଙ୍କ ସ୍ଥିତିରେ କୌଣସି ସୁଧାର ଆସିଥିବା ଦେଖାଯାଉନାହିଁ । ଏବେ ମଧ୍ୟପ୍ରଦେଶର ରୀବାରେ ଜନ୍ମଦିନ ପାର୍ଟିରୁ ଫେରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତା ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକମାନେ ଦୁଷ୍କର୍ମ କରିବା ସହିତ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରୀବା ଜିଲ୍ଲା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଅକ୍ଟୋବର 8ତାରିଖ ସନ୍ଧ୍ୟାବେଳେ ନାବାଳିକା ଯୁବତୀ ଜଣକ ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ  ଏହି ସମୟରେ ଦୁଇ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲେ ।  ଘଟଣା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜ ନେଇଥିବାବେଳେ ସେଠାରେ ଉତ୍ତମ ଚିକିତ୍ସା ନ ମିଳିବାରୁ ପୁନଶ୍ଚ ରୀବା ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ । ଏଠାରେ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ  ଛୁରୀରେ କ୍ଷତାକ୍ତ କରାଯାଇଥିବାର  ଘଟଣା ସାମ୍ନାକୁ ଆସିଥିଲା ।

ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ଧାରା 376 ଓ ପୋକ୍ସୋ ଆଧାରରେ ମାମଲା ରୁଜୁ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାତ୍ର ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ରହିଛନ୍ତି । (ଏଜେନ୍ସି)

Related posts