Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାରୁ ବର ଅପହରଣ ପ୍ରସଙ୍ଗ : ବରକୁ ଉଠାଇ ନେଇଛି ପୋଲିସ୍‌

ସମୀକ୍ଷା ବ୍ୟୁରୋ

ଆଠଗଡ : ବାହାହେବାକୁ ଯାଉଥିବା ବରକୁ ଅପହରଣ ପ୍ରସଙ୍ଗରେ ଏବେ ଟୁଇଷ୍ଟ ଆସିଛି। ମିଳିଥିବା ସୂଚନା ଅନୁସାରେ ମଝି ରାସ୍ତାରୁ ବରକୁ କେହି ଦୁର୍ବୃର୍ତ୍ତ ନୁହେଁ ବରଂ ପୋଲିସ୍‌ ଉଠାଇ ନେଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ। ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବରକୁ ଉଠାଇନେଇଛି ବାଙ୍କୀ ପୋଲିସ୍‌। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ଥିଲା। ପୋଲିସ୍‌ ତାକୁ ଖୋଜୁଥିଲା। ଆଜି ଲୁଚି ଲୁଚି ବାହା ହେବାକୁ ଯାଉଥିବାବେଳେ ପୋଲିସ୍‌ ଧରିଥିବାର ସୂଚନା ମିଳିଛି। ଢେଙ୍କାନାଳରୁ ଆଠଗଠ ବାହାହେବାକୁ ଗଲାବେଳେ ବରକୁ ଉଠାଇ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ ସାପୁଆ ପୋଲ ଉପରୁ ବରକୁ ଉଠାଇ ନିଆଯାଇଥିଲା। ସୂଚନାଯୋଗ୍ୟ, ବରକୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବନ୍ଧୁକ ଦେଖାଇ ହୋଟେଲ୍‌ରୁ ଯୁବକ-ଯୁବତୀଙ୍କୁ ଅପହରଣ କରି ଚଳନ୍ତା କାର୍‌ରେ ଦୁଷ୍କର୍ମ

ଉଦୟପୁର : ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ ଆସିଲେ ମଧ୍ୟ ଏହି ଅପରାଧ କମିବାର ନାଁ ଧରୁନାହିଁ। ନିକଟରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିବାର ଖବର ମିଳିଛି।

ଏହିପରି ଏକ ଲଜ୍ଜ୍ୟାଜନକ ଘଟଣା ଉଦୟପୁର ସ୍ଥିତ ଗୋବର୍ଦ୍ଧନ ବିଳାସ ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ଖବର ଅନୁସାରେ ବନ୍ଧୁକ ଦେଖାଇ 24 ବର୍ଷୟା ଯୁବତୀ ଜଣକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲ୍‌ରୁ ଅପହରଣ କରି ନେଇଥିଲେ । ଏହାପରେ ଅଭିଯୁକ୍ତମାନେ ଉଦୟପୁର ସହରର ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ କାର୍‌ରେ ଧରି ଘୂରିବା ସହିତ ଚଳନ୍ତା କାର୍‌ରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ଦୁଷ୍କର୍ମ କାଣ୍ଡରେ କେତେଜଣ ରହିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ୍‌ ଏହି ମାମଲା ସହ ଜଡିତ କିଛି ଯୁବକଙ୍କୁ ଅଟକ ରଖିଛି । ପୀଡ଼ିତା ଜଣକ ଉତ୍ତରପ୍ରଦେଶର ହୋଇଥିବାବେଳେ ସେ କିଛି ମାସ ଧରି ଉଦୟପୁରଠାରେ ଇଭେଣ୍ଟ ମ୍ୟାନେଜମେଣ୍ଟର କାର୍ଯ୍ୟ କରୁଥିଲେ । ପୋଲିସ୍‌ ଯୁବତୀଙ୍କର ଚିକିତ୍ସା ପାଇଁ ତାଙ୍କ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି । ମେଡ଼ିକାଲ୍‌ ଯାଞ୍ଚ ପରେ ଏହି ମାମଲାରେ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ । (ଏଜେନ୍ସି)