Categories
ଆଜିର ଖବର

କୁକ୍‌ଙ୍କୁ ମିଳିଲା ଇଂଲଣ୍ଡର ସର୍ବଶ୍ରେଷ୍ଠ ସମ୍ମାନ ନାଇଟ୍‌ହୁଡ୍‌ ଉପାଧି

ଇଂଲଣ୍ଡର ପୂର୍ବତନ କ୍ରିକେଟ୍‌ ଅଧିନାୟକ ଆଲିଷ୍ଟର କୁକ୍‌ ନାଇଟ୍‌ହୁଡ୍‌ ଉପାଧି ପାଇଛନ୍ତି। ଏହା ଇଂଲଣ୍ଡର ସର୍ବଶ୍ରେଷ୍ଠ ସମ୍ମାନ। ବକିଙ୍ଗହାମ ପ୍ୟାଲେସଠାରେ ଆୟୋଜିତ ଉତ୍ସବରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କଠାରୁ କୁକ୍‌ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଦ୍ବିତୀୟ କ୍ରିକେଟର ଭାବେ କୁକ୍‌ ଏହି ସମ୍ମାନ ପାଇଛନ୍ତି। ଏଥିପୂର୍ବରୁ ୨୦୦୭ରେ ଇୟନ ବୋଥାମଙ୍କୁ ଏହି ସମ୍ମାନ ମିଳିଥିଲା। ୩୪ ବର୍ଷୀୟ କୁକ୍‌ ଗତ ବର୍ଷ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅବସର ଘୋଷଣା କରିଥିଲେ। ୨୦୦୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା କୁକ୍‌ ମୋଟ ୧୬୧ ଟେଷ୍ଟ ଖେଳି ୪୫.୩୫ ଆଭରେଜରେ ୧୨,୪୭୨ ରନ୍‌ କରିଥିଲେ।