Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର 6ଟି ସ୍ଥାନରୁ କୋଲକାତାକୁ ଉଡିବନି ବିମାନ, ଜୁଲାଇ 6ରୁ 19 ଯାଏଁ ଲାଗିଲା କଟକଣା

ନୂଆଦିଲ୍ଲୀ, ଆଗାମୀ ଦୁଇ ସପ୍ତାହ ଯାଏଁ  ଦେଶର 6ଟି ଘରୋଇ ବିମାନ ବନ୍ଦରରୁ କୋଲକାତାକୁ କୌଣସି ବିମାନ ଚଳାଚଳ କରିବ ନାହିଁ । ଭାରତୀୟ ବିମାନବନ୍ଦର ପ୍ରାଧୀକରଣ ପରିଚାଳିତ କୋଲକାତା ଏୟାରପୋର୍ଟ ପକ୍ଷରୁ ଏହା କୁହାଯାଇଛି । ଆସନ୍ତା ସୋମବାର ଜୁଲାଇ 6ରୁ 19 ତାରିଖ ଯାଏଁ ଏସବୁ ସ୍ଥାନରୁ କୋଲକାତାକୁ  ବିମାନ ସେବା ବାତିଲ କରି ଦିଆଯାଇଛି। ଏହିସବୁ ସ୍ଥାନ ହେଲା ଦିଲ୍ଲୀ, ମୁମ୍ବାଇ,ପୁଣେ,ନାଗପୁର,ଚେନ୍ନାଇ ଓ ଅହମ୍ମଦାବାଦ ।

ଜୁଲାଇ 19 କିମ୍ବା ପରବର୍ତ୍ତୀ ଆଦେଶ ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି କୋଲକାତା ଏୟାରପୋର୍ଟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି । କୋଭିଡ-19 ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କରୋନା ବ୍ୟାପୁଥିବା ପ୍ରମୁଖ ମହାନଗରୀରୁ କୋଲକାତାକୁ ବିମାନ ଚଳାଚଳ ବାତିଲ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନସି)