Categories
ଆଜିର ଖବର ଜାତୀୟ ଖବର ସିନେମା

ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ କୋଣ୍ଡାପାଲ୍ଲୀ ଶ୍ରାବଣୀ କଲେ ଆତ୍ମହତ୍ୟା, ପୂର୍ବତନ ପ୍ରେମିକଙ୍କୁ ସନ୍ଦେହ

ହାଇଦ୍ରାବାଦ, ତେଲୁଗୁ ଟେଲିଭିଜନ ଅଭିନେତ୍ରୀ କୋଣ୍ଡାପାଲ୍ଲୀ ଶ୍ରାବଣୀ ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟ ଏହି ଅଭିନେତ୍ରୀ ଗତକାଲି ତାଙ୍କ ମଧୁରୁନଗରସ୍ଥିତ ବାସଭବନରେ ଝୁଲୁଥିବାର ଦେଖିବାକୁ ମିଳିଛି।ପରିବାର ସଦସ୍ୟ କହିଛନ୍ତି ଯେ ସେ ତାଙ୍କ ଶୋଇବା ଘରକୁ ଯାଇ କବାଟ ବନ୍ଦ କରିଥିଲେ।ସେମାନେ ଭାବିଲେ ସେ ଗାଧୋଇ ଯାଉଛନ୍ତି କିନ୍ତୁ ଯେତେବେଳେ ସେ ଅଧିକ ସମୟ ବାହାରକୁ ଆସିଲେ ନାହିଁ, ସେମାନେ କବାଟ ଖୋଲି ତାଙ୍କୁ ଝୁଲୁଥିବାର ଦେଖିବାକୁ ପାଇଲେ।

ସେମାନେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ପରବର୍ତ୍ତି ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଶବକୁ ସ୍ଥାନାନ୍ତର କରି ତଦନ୍ତ ଆରମ୍ଭ କରିଛି।

ତେବେ ତାଙ୍କ ପୂର୍ବତନ ପ୍ରେମିକ ଦେବରାଜ ରେଡ୍ଡୀଙ୍କ ଦ୍ୱାରା ନିର୍ଯ୍ୟାତନା ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଦେବରାଜଙ୍କୁ ପଚରାଉଚୁରା କରିବା ପାଇଁ ପୋଲିସ ଆନ୍ଧ୍ରପ୍ରଦେଶର କାକିନାଡା ସହରକୁ ଏକ ଟିମ୍ ପଠାଇଛି। ସର୍କଲ ଇନ୍ସପେକ୍ଟର କହିଛନ୍ତି ଯେ, ଯେହେତୁ ଶ୍ରାବଣୀଙ୍କ ପରିବାର ଅଭିଯୋଗ କରୁଛନ୍ତି, ଆମେ ତାଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଆଣିବୁ। ଏହି ମୃତ୍ୟୁକୁ ନେଇ ତେଲୁଗୁ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।