Categories
ଆଜିର ଖବର ଜାତୀୟ ଖବର

ଥମୁନି ଶିଶୁ ମୃତ୍ୟୁ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍‌ କରିବେ କୋଟା ଗସ୍ତ

ରାଜସ୍ଥାନ, 3/1: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍‌ ଶିଶୁ ମୃତ୍ୟୁ ସମ୍ପର୍କିତ ସୀମକ୍ଷା ପାଇଁ ରାଜସ୍ଥାନ କୋଟାସ୍ଥିତ ଜେ.କେଲୋନ୍‌ ହସ୍ପିଟାଲ୍‌ ଗସ୍ତ କରିବେ । ରାଜସ୍ଥାନର କୋଟାର ଏକ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଛି। ବର୍ଷର ପ୍ରଥମ ଦିନରେ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ ଗୁରୁବାର ପୁଣି ଏକ ଶିଶୁର ମୃତ୍ୟୁ ଘଟିବା ପରେ ଏହି ସଂଖ୍ୟା ୧୦୪ରେ ପହଞ୍ଚିଛି।  ଏହି ଟିମ୍‌ରେ ଏମସ୍‌ର ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟ, ଅର୍ଥ ତଥା କ୍ଷେତ୍ରୀୟ ନିର୍ଦ୍ଦେଶକ ମଧ୍ୟ ସାମିଲ୍‌ ରହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶିଶୁ ମୃତ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । କେନ୍ଦ୍ର ସରକାର ରାଜସ୍ଥାନ ସରକାରକୁ ଶିଶୁଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସହଯୋଗ କରିବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶିଶୁ ରୋଗ ବିଶେଷଜ୍ଞର ଏକ ଟିମ ଶୁକ୍ରବାର କୋଟାସ୍ଥିତ ହସ୍ପିଟାଲରେ ପହଞ୍ଚିବେ । ତେବେ ଏହି ଶିଶୁ ମୃତ୍ୟୁକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । (ଏଜେନ୍ସି)