Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ: କୁଲଦୀପ

ନୂଆଦିଲ୍ଲୀ: ଏବର୍ଷ ଶେଷ ବେଳକୁ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି ଭାରତର ବାମହାତୀ ସ୍ପିନ ବୋଲର କୁଲଦୀପ ଯାଦବ। ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନିଟି ଟି-ଟ୍ବେଣ୍ଚି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଉଭୟ ଦଳ ମଧ୍ୟରେ ଚାରି ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଏହାପରେ ଦୁଇ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଅନ୍ତର୍ଜାତୀୟ ସିରିଜ ଖେଳିବେ।

କରୋନା ଯୋଗୁଁ ସିରିଜ ହେବା ନେଇ ଅନିଶ୍ଚିତତା ଥିଲେ ସୁଦ୍ଧା ଅଷ୍ଚ୍ରେଲିଆ ସିରିଜ ପାଇଁ ଏବେଠାରୁ ମାନସିକ ସ୍ତରରେ ପ୍ରସ୍ତୁତି ଆବଶ୍ୟକ ବୋଲି ଏକ ସାକ୍ଷାତକାରରେ କୁଲଦୀପ କହିଛନ୍ତି। ୨୦୧୯ରେ ଭଲ ପ୍ରଦର୍ଶନ କରି ପାରିନଥିବା କୁଲଦୀପ ଏବେ ନିଜ ଫର୍ମକୁ ନେଇ ବେଶ ଚିନ୍ତିତ।