Categories
ଆଜିର ଖବର ଜାତୀୟ ଖବର

କରୋନା ଡରରେ ଚିକିତ୍ସା କଲେନି ଡାକ୍ତର, ସଦର ଡାକ୍ତରଖାନାରେ ଯୁବକର ହେଲା ମୃତ୍ୟୁ

ଲକ୍ଷୀସରାୟ : କରୋନା ଡରରେ ଡାକ୍ତର ଚିକିତ୍ସା ନ କରିବାରୁ ଜଣେ 16 ବର୍ଷର ଯୁବକର ମୃତ୍ୟୁ ହୋଇଛି । ଏହା ପରେ ଯୁବକଙ୍କ ସମ୍ପର୍କୀୟମାନେ ଏହି ଘଟଣାକୁ ନେଇ ହସ୍ପିଟାଲରେ ହଙ୍ଗାମା କରିଛନ୍ତି ।  ସଦର ହସ୍ପିଟାଲରେ ଏହି ଘଟଣା ଘଟିଛି। ଯୁବକଙ୍କ ପରିଜନ ମାନେ ଡାକ୍ତରଙ୍କ ହାତ ଗୋଡ ଧରିବା ପରେ ଡାକ୍ତର ଯୁବକର ଚିକିତ୍ସା କରିନଥିଲେ ।

ଯୁବକକୁ ଥଣ୍ଡା ଓ ଜ୍ବର ରହିଥିବାବେଳେ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏହାପରେ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ସଦର ହସ୍ପିଟାଲ ଆଣି ଥିଲେ । କିନ୍ତୁ ଡାକ୍ତର ଯେତେବେଳେ ଜାଣିଲେ ଏହି ଯୁବକ ଜଣକ କରୋନା ସନ୍ଦିଗ୍ଧ ଚିକିତ୍ସା କରିବାକୁ ମନା କରିଦେଲେ । ଯୁବକଙ୍କ ପରିଜନମାନେ ଡାକ୍ତର ଓ ନର୍ସଙ୍କୁ ହାତ ଯୋଡିକରି ବହୁ ଅନୁନୟ  ଓ ବିନୟ ହେବା ସତ୍ତ୍ବେ କେହି ଶଣୁଣିନଥିଲେ । ଯୁବକଟି ପରିଶେଷରେ ମୃତ୍ୟୁବରଣ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣ ନୟାବଜାରର ବାସିନ୍ଦା ହୋଇଥିବାବେଳେ ଯୁବକରଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଭଲ କରିବା ପାଇଁ ସଦର ହସ୍ପିଟାଲ ତାଙ୍କ ପରିଜନ ଆଣିଥିଲେ । କିନ୍ତୁ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଯୁବକଟିର ମୃତ୍ୟୁ ହୋଇଥିଲା । ବିହାରରେ କରୋନା ଆକ୍ରାନ୍ତଙ୍କୁ ସରକାର ବହୁ ପ୍ରତିଶ୍ରୁତି ଦେଛନ୍ତି । କିନ୍ତୁ ଏଠାରେ ବାସ୍ତବତା ପୂରା ଭିନ୍ନ । କରୋନା ସନ୍ଦିଗ୍ଧ କାରଣରୁ ଯୁବକର ଚିକିତ୍ସା କରିନଥିଲେ ଡାକ୍ତର । ଫଳରେ ଯୁବକର ମୃତ୍ୟୁ ହୋଇଥିଲା । ବିହାରରେ ଏପରି ଘଟଣା ପ୍ରାୟ ସମୟରେ ଘଟୁଛି । (ଏଜେନ୍ସି)