Categories
ଆଜିର ଖବର

କଲମ୍ବିଆରେ ଭୂସ୍ଖଳନ : ୧୭ ମୃତ, ୨୦ ଆହତ

ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ଶକ୍ତିଶାଳୀ ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ପାନ୍‌ ଆମେରିକାନ ଜାତୀୟ ରାଜପଥ ଆଂଶିକ ଭାବରେ ବନ୍ଦ ହୋଇ ପହିଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଠାରୁ ଲଗାତାର ବର୍ଷା ଫଳରେ ଦକ୍ଷିଣ ପଶ୍ଚିମ କଲମ୍ବିଆର କାଉକା ଅଞ୍ଚଳରେ ଏହି ଅଘଟଣ ଘଟିଛି। ରବିବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪ ରହିଥିବା ବେଳେ ସୋମବାର ମିଳିଥିବା ସୂଚନା ଅନୁଯାୟୀ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନରେ ୮ ଟି ଘର ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।