ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜନକ ଲେଜିଅନ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମୋଦିଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜଭୁତ ହେବା ସହ ସହିତ ଭାରତ ବିଶ୍ୱ ଶକ୍ତି ଭାବେ ପରିଗଣିତ ହୋଇଛି । ଆମେରିକାର ଏହି ସର୍ବୋଚ୍ଚ ସମ୍ମାନ ମୋଦୀଙ୍କ ନେତୃତ୍ୱ ଓ ଭାରତକୁ ବିଶ୍ୱଶକ୍ତି ଭାବରେ ପରିଚୟ ଦେବାର ଉଦ୍ୟମ ପାଇଁ ପ୍ରଦାନ କରାଯାଇଛି ।
ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରିଛନ୍ତି । (ଏଜେନ୍ସି)