Categories
ଆଜିର ଖବର ଜାତୀୟ ଖବର

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 କର୍ମଚାରୀଙ୍କ ସମେତ 19 ଜଣ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ  ରାଜଭବନର କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ଏବେ ଦିଲ୍ଲୀର ଉପ ରାଜ୍ୟପାଳ (ଏଲଜି) ଅନିଲ୍‌ ବୈଜଲ୍‌ଙ୍କ ଅଫିସ୍‌ରେ ମଧ୍ୟ କରୋନା ପହଞ୍ଚିଯାଇଛି । ମିଳିଥିବା ସୂଚନା ଅନୁସାରେ  ଏଲ୍‌ଜି ସଚିବାଳୟରେ କାମ କରୁଥିବା ସର୍ବ କନିଷ୍ଠ ସହାୟକ, ଚାଳକ, ଚପରାସୀ ସମେତ 13 ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । 13 କର୍ମଚାରୀଙ୍କ ସମେତ 19 ଜଣ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଚାଳକ ଓ ଚପରାସୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଲ୍‌ଜି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଦୁଇ ଅମଲାତନ୍ତ୍ରୀ ପୃଥକବାସରେ ରହିଛନ୍ତି । ସେହିପରି କାର୍ଯ୍ୟାଳୟରେ ନିୟୋଜିତ ଥିବା ପ୍ରାୟ 22 ଜଣ ସୁରକ୍ଷାକର୍ମୀଙ୍କ କୋଭିଡ୍‌ ଯାଞ୍ଚ ହୋଇଛି । ଏଲ୍‌ଜି ଦପ୍ତରକୁ ସାନିଟାଇଜେସନ୍‌ କରାଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 523କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 20,834କୁ ବୃଦ୍ଧି ହୋଇଛି । (ଏଜେନ୍ସି)