Categories
ଆଜିର ଖବର ଜାତୀୟ ଖବର

ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣା : ଏଲ୍‌ଜି ଫାର୍ମା ବିରୋଧରେ ମାମଲା ରୁଜୁ

ବିଶାଖାପଟ୍ଟନମ୍‌ : ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ଅଭିଯୁକ୍ତ କମ୍ପାନୀ ଏଲ୍‌ଜି ଫାର୍ମା ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶତାଧିକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । 100ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 3 କିମି ବ୍ୟାସାର୍ଦ୍ଧ ମଧ୍ୟରେ ରହିଥିବା 5ଟି ଗାଁକୁ ବର୍ତ୍ତମାନ ସୁଦ୍ଧା ଖାଲି କରି ଦିଆଯାଇଥିବା ଜଣାପଡିଛି । ଗ୍ୟାସ୍‌ ଲିକ୍‌ର କାରଣ ଅସ୍ପଷ୍ଟ ରହିଥିବାବେଳେ କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବା ବେଳେ ଘଟଣାସ୍ଥଳ ପରିଦର୍ଶନରେ ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । (ଏଜେନ୍ସି)