Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବ୍ୟାଙ୍କରୁ ଆଦୌ ଋଣ ନ ନଲେ, କେତେ ରହିବ ଆପଣଙ୍କର CIBIL ସ୍କୋର?: ଭବିଷ୍ୟତ ପାଇଁ ଏହା ଭଲ ନା ଖରାପ

ନୂଆଦିଲ୍ଲୀ: ଯେକୌଣସି ପ୍ରକାରର ଋଣ ନେବା ପାଇଁ ଆପଣଙ୍କର CIBIL ସ୍କୋର ଭଲ ହେବା ଜରୁରୀ। କିନ୍ତୁ, ଯଦି ଆପଣ କୌଣସି ଋଣ ନେଇ ନାହାଁନ୍ତି ତେବେ କଣ ହେବ? ଏହା ଦ୍ଵାରା ଆପଣଙ୍କ CIBIL ସ୍କୋର ଭଲ ହେବ ନା ଖରାପ ହେବ? ଆଜି ଏହି ବିଷୟରେ ଏହି ପ୍ରଶ୍ନର ଉତ୍ତର ଜାଣିବା। ଏହା ସହିତ, ଆମେ ମଧ୍ୟ ଜାଣିବା ଯେ କୌଣସି ପ୍ରକାରର ଋଣ ନେବା ପାଇଁ CIBIL ସ୍କୋର କେତେ ହେବା ଭଲ?

ପ୍ରାୟତଃ ଲୋକମାନେ ଋଣ ନେବାକୁ ଭୟ କରନ୍ତି ଏବଂ ସବୁକିଛି ପାଇଁ ନଗଦ ଦେୟ ଦେବାକୁ ପସନ୍ଦ କରନ୍ତି। କିଛି ଲୋକ କ୍ରେଡିଟ୍ କାର୍ଡକୁ ଋଣ ପରି ଭାବନ୍ତି ଏବଂ ଏହାକୁ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତି। ସେମାନେ ଅନୁଭବ କରନ୍ତି ଯେ, ଏହା ସେମାନଙ୍କର ଖର୍ଚ୍ଚ ବଢାଇବ ଏବଂ ସେମାନଙ୍କର CIBIL ସ୍କୋରକୁ ଖରାପ କରିପାରେ। କିନ୍ତୁ ଏହା ପ୍ରକୃତରେ ସେମିତି କିଛି କି?

CIBIL ସ୍କୋର ଏବଂ କ୍ରେଡିଟ୍ ଇତିହାସର ଗୁରୁତ୍ୱ:

CIBIL ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଯାହା ଜଣେ ବ୍ୟକ୍ତିର କ୍ରେଡିଟ୍ ଇତିହାସକୁ କହିଥାଏ। ଜଣେ ବ୍ୟକ୍ତି ଋଣ ପାଇବ କି ନାହିଁ ତାହା ସ୍ଥିର କରେ। ପ୍ରାୟତଃ ଏକ ଧାରଣା ଥାଏ ଯେ ଋଣ ନନେବା CIBIL ଇତିହାସ ପାଇଁ ଭଲ। କିନ୍ତୁ, କ୍ରେଡିଟ୍ ସୁବିଧା ବ୍ୟବହାର ନକରିବା ଆପଣଙ୍କ CIBIL ସ୍କୋର ପାଇଁ ଏକ ଭଲ ବିକଳ୍ପ ହୋଇନପାରେ।

ଏହାର ଅର୍ଥ, ଯଦି ଆପଣ କେବେ ଋଣ ନେଇ ନାହାଁନ୍ତି, ତେବେ ଆପଣଙ୍କର କୌଣସି ଇତିହାସ ରହିବ ନାହିଁ। ଏହି ପରିସ୍ଥିତି କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡିକ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ଆପଣଙ୍କର ସ୍କୋର ଶୂନ୍ୟ ହୋଇପାରେ, ଯାହା ଏକ ଖରାପ ସ୍କୋର ଭାବରେ ବିବେଚନା କରାଯାଏ।

ଏକ ଶୂନ୍ୟ CIBIL ସ୍କୋର ସହିତ, ବ୍ୟାଙ୍କଗୁଡିକ ଆପଣଙ୍କ ବିଷୟରେ ଅନିଶ୍ଚିତ ହୋଇପାରନ୍ତି। ଏହାର ଅର୍ଥ ହେଉଛି ଯେ, ଆପଣ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ସମର୍ଥ ହେବେ କି ନାହିଁ ତାହା ବୁଝିବାରେ ଅସୁବିଧା ହୋଇପାରେ। ତଥାପି, ଏହାର ଅର୍ଥ ନୁହେଁ ଯେ, ଆପଣ ଋଣ ପାଇବେ ନାହିଁ, କିନ୍ତୁ ଏହା ସୁଧ ହାର ଏବଂ ଋଣ ପରିମାଣ ଉପରେ ପ୍ରଭାବ ପକାଇପାରେ।

କ୍ରେଡିଟ୍ ଇତିହାସ କିପରି କରିବେ?:

ଆପଣ ଆପଣଙ୍କର କ୍ରେଡିଟ୍ ଇତିହାସକୁ ଅନେକ ଉପାୟରେ ସଂଶୋଧନ କରିପାରିବେ। ଏଥିରେ ସବୁଠାରୁ ସହଜ ଉପାୟ ହେଉଛି ଛୋଟ EMI ରେ ସାମଗ୍ରୀ କିଣିବା। ମୋବାଇଲ୍ ଫୋନ୍, ୱାଶିଂ ମେସିନ୍ ଇତ୍ୟାଦି ପରି, ଆପଣ ବଡ ଋଣ ନ ନେଇ ଆପଣଙ୍କର କ୍ରେଡିଟ୍ ଇତିହାସ ଗଠନ କରିପାରିବେ। ଏହା ବ୍ୟତୀତ, ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣଙ୍କର କ୍ରେଡିଟ୍ ଇତିହାସ ମଧ୍ୟ ସୃଷ୍ଟି କରିପାରିବେ।

ସଠିକ୍ CIBIL ସ୍କୋର କ’ଣ?:

CIBIL ସ୍କୋର ୩୦୦ ରୁ ୯୦୦ ମଧ୍ୟରେ ମାପ କରାଯାଏ। ୭୫୦ କିମ୍ବା ଅଧିକ ସ୍କୋର ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋଟିଏ ପରିବାରର ୯ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜକୋଟ: ଶନିବାର ଦିନ ଗୁଜୁରାଟର ରାଜକୋଟରେ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା କୁହାଯାଉଛି ଯେ, ପରିବାର ସଦସ୍ୟ ବିଷକ୍ତ ଔଷଧ ଖାଇଥିଲେ। ଏହି ମାମଲା ରାଜକୋଟର ଗୁନ୍ଦାୱାଡି ଅଞ୍ଚଳରେ ଘଟିଛି। ରାଜକୋଟ ନିବାସୀ ୭୨ ବର୍ଷିୟ ଲଲିତ ବଲ୍ଲବ ଦାସ ମୁମ୍ବାଇର କିଛି ବ୍ୟବସାୟୀଙ୍କଠାରୁ ୩.୪୫ କୋଟି ଟଙ୍କା ନେବାର ଥିଲା। ଏଥିପାଇଁ ସେ ଉଦ୍ୟମ କରିଥିଲେ ମଧ୍ୟ ବ୍ୟବସାୟୀମାନେ ବକେୟା ରାଶି ପ୍ରଦାନ କରିନଥିଲେ। ଏହା ପରେ, ସେହି ପରିବାରର ସମସ୍ତ ୯ ସଦସ୍ୟ ବିଶକତ ଔଷଧ ଖାଇଦେଇଥିଲେ।

ଯେତେବେଳେ ପଡ଼ୋଶୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ, ଆମର ଏକ ଅଳଙ୍କାର ବ୍ୟବସାୟ ଅଛି ଏବଂ ମୁମ୍ବାଇର ଚାରିଜଣ ବ୍ୟବସାୟୀ ସେମାନଙ୍କ ବକେୟା ଦେୟ ଦେବାକୁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ ସେ ଦେୟ ଦେଉ ନାହାଁନ୍ତି। ଏହି କାରଣରୁ ପରିବାରର ଆର୍ଥିକ ଅବସ୍ଥା ବିଗିଡି ଯାଇଛି।

ସେ କହିଛନ୍ତି ଯେ, “ସେ ବିଜୟ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀଙ୍କଠାରୁ ଧମକ ମଧ୍ୟ ମିଳୁଥିଲା। ଯେତେବେଳେ ଟଙ୍କା ମିଳିଲା ନାହିଁ, ପରିବାରର ୯ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ”

ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିସହ ପରିବାରର ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଆଜି ବି ଚାଲିଛି ଗୋତି ଶ୍ରମିକ ପ୍ରଥା : 20 ହଜାର ଟଙ୍କା ପାଇଁ 15 ମାସ ହେଲାଣି ଗୋତି ଶ୍ରମିକ ଭାବେ ଖଟୁଛନ୍ତି ସ୍ବାମୀସ୍ତ୍ରୀ

ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାଜନଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ପରିଶୋଧ କରିବାରେ ବିଫଳ ହେବାରୁ  ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଗତ 15 ମାସ ଧରି ମହାଜନଙ୍କଠାରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ ।

ଉଭୟ ସ୍ବାମୀ-ସ୍ତ୍ରୀ ଗୋତି ଶ୍ରମିକ ଭାବେ ଖଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝି ହୋଇନାହିଁ। ବରଂ ଲୋଭୀ ମହାଜନ ଋଣ ଟଙ୍କାକୁ ସୁଧ ସହ ମିଶାଇ  50 ହଜାର ଟଙ୍କା କରି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ତାଙ୍କୁ ଏହି ଗୋତି ଶ୍ରମିକରୁ ମୁକ୍ତ କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଛି ।

ଗୋତି ଶ୍ରମିକ ମୁକ୍ତି ମୋର୍ଚ୍ଚାର ସାଧାରଣ ସମ୍ପାଦକ  ଅଗ୍ନିଙ୍କ କହିବା ମୁତାବକ  ସେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ କାଶ୍ମୀରା ସର୍ଦାର ନାମକ ସାହୁକାର ଠାରୁ ସେମାନଙ୍କୁ ମୁକୁଳାଇ ଥିଲେ ଏବଂ ପରେ ତାଙ୍କୁ ଗୁନା ଏସ ଡି ଜେ ଏମଙ୍କ ସମ୍ମୁଖ ରେ ହାଜର କରାଇଥିଲେ । ତେବେ ତାଙ୍କୁ ଗୋତି ଶ୍ରମିକରୁ ମୁକ୍ତି ଦିଆଯିବା ସହ ସେମାନେ କିପରି ସମାଜରେ ସମ୍ମାନର ସହ ବଞ୍ଚିପାରିବେ ସେନେଇ ଦୃଷ୍ଟି ଦିଆଯାଉଛି ।

ଉକ୍ତ ଦମ୍ପତିଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ତତ୍‌କ୍ଷଣାତ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରାଯାଇଛି । ଅପରପକ୍ଷରେସେମାନଙ୍କ ମୁକ୍ତି ନେଇ ଗୁନା ଏସଡି ଜେଏମଙ୍କ ପକ୍ଷରୁ ଏକ ମୁକ୍ତି ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପୁନର୍ବାସ ଯୋଜନା 2016 ନିୟମାନୁସାରେ ପ୍ରତି ଗୋତି ଶ୍ରମିକଙ୍କୁ 20 ହଜାର ଟଙ୍କାର ସହାୟତା ରାଶି ଦିଆଯିବା ସହିତ ଉକ୍ତ ମହାଜନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହେବ ।

ଏହି କ୍ରମରେ  ଆର୍ଥିକ ପୁନର୍ବାସ ଯୋଜନା ଅନ୍ତର୍ଗତ ମହିଳା ଗୋତି ଶ୍ରମିକଙ୍କୁ 2ଲକ୍ଷ ଟଙ୍କା ଏବଂ ପୁରୁଷ ଗୋତି ଶ୍ରମିକ 1 ଲକ୍ଷ ଟଙ୍କା ପାଇବାକୁ ହକଦାର ଅଟନ୍ତି । ତତସହିତ ସେମାନଙ୍କୁ ଚାଷ କରିବାକୁ ପାଞ୍ଚ ଏକର ଜମି ,ରାସନ କାର୍ଡ ,ନରେଗା ଜବ କାର୍ଡ ଏବଂ ସ୍ୱାସ୍ଥ୍ୟ ସୁବିଧା ତତ୍କାଳ ପ୍ରଦାନ କରାଯିବ। ଶ୍ରମିକମାନଙ୍କ ପାଇଁ ସରକାର ଅନେକ ପ୍ରକାରର ପଦକ୍ଷେପ ଆଣିଥିବାବେଳେ ଆଜି ଏହି ଯୋଜନା ଅନେକକଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଏପରିସ୍ଥଳେ ହିତାଧିକାରୀଙ୍କୁ ପ୍ରକୃତ ସୁବିଧା ସୁଯୋଗ ସମ୍ପର୍କରେ ସଚେତନ କରାଇବା ଆଜିର ସମୟରେ ବଡ ଆବଶ୍ୟକତା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଋଣଗ୍ରହୀତାଙ୍କୁ ଆଶ୍ବସ୍ତି : ଏଣିକି ସୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଋଣ, ଗୃହଋଣ, କ୍ରେଡିଟ କାର୍ଡ, ଗାଡି ଋଣ, ପର୍ସନାଲ ଋଣ ପ୍ରତି ଏହା ଲାଗୁ ହେବ । ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପରିଶୋଧ କରିଥିବା ଋଣଗ୍ରହୀତା ବି ଏହି ସୁବିଧା ପାଇବେ ।  ପୂର୍ବରୁ ଆରବିଆଇ 6 ମାସ ମୋରାଟୋରିୟମ୍‌ ଛାଡିଥିଲେ ବି ଋଣ ଦାତା ସୁଧ ଛାଡିନଥିଲେ । ମୂଳଧନ ସହ ସୁଧ ଉପରେ ସୁଧ ଦାବି ନେଇ ମାମଲା ସୁପ୍ରିମ୍‌କୋର୍ଟକୁଯାଇଥିଲା । ଏକ୍ସପର୍ଟ ପ୍ୟାନେଲର ରିପୋର୍ଟ ଆଧାରରେ ସୁଧ ଉପରେ ସୁଧ ଛାଡ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତ୍ତି ସମୟରେ କ୍ଷୁଦ୍ର ଋଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ 2 କୋଟି ଯାଏଁ ଋଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଚାଷୀଙ୍କୁ ମଳିବ ଦୁଇ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ରାଜ୍ୟରେ ଏଣିକି ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବଳରାମ ଯୋଜନାରେ ଚାଷୀଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଏଥିପାଇଁ ପ୍ରତି ପଞ୍ଚାୟତରେ ଋଣ ପାଇନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୃଷି ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା। ଏଥିସହିତ ଏବେ ଭାଗ ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଋଣ ମିଳିବ ବୋଲି ସୂଚନା ରହିଛି। ଏହା ଫଳରେ ରାଜ୍ୟର ୧୪ ହଜାର ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ।